ଇଣ୍ଡିଆନ ଆଇଡଲ୍ ଶ୍ରେଷ୍ଠ ୧୪ରେ ଓଡ଼ିଆ ପୁଅ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
କଟକ : ମ୍ୟୁଜିଜ ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲ୍ରେ ଓଡ଼ିଆ ତଥା କଟକ ପୁଅ ଜ୍ୟୋତି ପ୍ରକାଶ ଓଝା ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି। ଏଥିପାଇଁ ଜ୍ୟୋତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଶୁଭେଚ୍ଛା ଜଣାଇଛନ୍ତି। ଜଣେ ଗୋ-ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଥିବାବେଳେ ଓଡ଼ିଶା ପାଇଁ ଜ୍ୟୋତି ଗୌରବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ନୂଆପଡ଼ା ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝାଙ୍କ ପୁଅ ଜ୍ୟୋତି। ଛୋଟ ବେଳରୁ […]

କଟକ : ମ୍ୟୁଜିଜ ରିୟଲିଟି ଶୋ’ ଇଣ୍ଡିଆନ ଆଇଡଲ୍ରେ ଓଡ଼ିଆ ତଥା କଟକ ପୁଅ ଜ୍ୟୋତି ପ୍ରକାଶ ଓଝା ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି। ଏଥିପାଇଁ ଜ୍ୟୋତିଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଶୁଭେଚ୍ଛା ଜଣାଇଛନ୍ତି। ଜଣେ ଗୋ-ସେବକ ଭାବରେ ସାରା ଭାରତରେ ପ୍ରଶଂସା ସାଉଁଟିଥିବାବେଳେ ଓଡ଼ିଶା ପାଇଁ ଜ୍ୟୋତି ଗୌରବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ନୂଆପଡ଼ା ଗୋଶାଳା ଅଞ୍ଚଳର ରବୀନ୍ଦ୍ରନାଥ ଓଝା ଓ ରୂପାଞ୍ଜଳି ଓଝାଙ୍କ ପୁଅ ଜ୍ୟୋତି। ଛୋଟ ବେଳରୁ ସଙ୍ଗୀତ ପ୍ରତି ସେ ରୁଚି ରଖିଛନ୍ତି। ବହୁ ସଂଘର୍ଷ ପରେ ଜ୍ୟୋତି ଲକ୍ଷ ଲକ୍ଷ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରେଷ୍ଠ ୧୪ରେ ସ୍ଥାନ ପାଇଛନ୍ତି। ଏନେଇ ଜ୍ୟୋତିଙ୍କ ପରିବାର ଲୋକେ ବେଶ୍ ଖୁସି ଅଛନ୍ତି ଏବଂ ଗର୍ବ ଅନୁଭବ କରୁଛନ୍ତି। ସଙ୍ଗୀତ ପ୍ରତି ଜ୍ୟୋତିଙ୍କ ରୁଚିକୁ ସବୁବେଳେ ସମ୍ମତି ଦେଇ ଆସୁଛନ୍ତି ତାଙ୍କ ପରିବାର ଲୋକେ।