ତାରକା ହୋଟେଲ, ବିସ୍କୁଟ କାରଖାନା ସମେତ ୧,୭୧୩ କୋଟିର ୧୪ ପ୍ରକଳ୍ପକୁ ଅନୁମତି ଦେଲେ ଓଡ଼ିଶା ସରକାର
ଭୁବନେଶ୍ୱର, ୧୦।୧: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୁଧବାର ଓଡ଼ିଶାରେ ୧,୭୧୩.୬୫ କୋଟି ଟଙ୍କା ମୂଲ୍ୟର ୧୪ ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି। ଏଥିରେ ଧାତୁ ଏବଂ ଶକ୍ତି, ଫାର୍ମାସ୍ୟୁଟିକାଲ୍ସ, ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ୟ୍ୟଟନ ଆଦି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପକୁ ଅନୁମତି ମିଳିଛି। ସାତଟି ଜିଲାରେ ୧,୭୧୩.୬୫ କୋଟି ଟଙ୍କା ବିନିଯୋଗ ସହିତ ଏହି ଉଦ୍ୟୋଗଗୁଡ଼ିକ ଓଡିଶାର ଆର୍ଥିକ ବିକାଶରେ […] The post ତାରକା ହୋଟେଲ, ବିସ୍କୁଟ କାରଖାନା ସମେତ ୧,୭୧୩ କୋଟିର ୧୪ ପ୍ରକଳ୍ପକୁ ଅନୁମତି ଦେଲେ ଓଡ଼ିଶା ସରକାର appeared first on Dharitri Odia News.
ଭୁବନେଶ୍ୱର, ୧୦।୧: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୁଧବାର ଓଡ଼ିଶାରେ ୧,୭୧୩.୬୫ କୋଟି ଟଙ୍କା ମୂଲ୍ୟର ୧୪ ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରିଛି।
ଏଥିରେ ଧାତୁ ଏବଂ ଶକ୍ତି, ଫାର୍ମାସ୍ୟୁଟିକାଲ୍ସ, ପ୍ଲାଷ୍ଟିକ୍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ୟ୍ୟଟନ ଆଦି କ୍ଷେତ୍ରର ବିଭିନ୍ନ ପ୍ରକଳ୍ପକୁ ଅନୁମତି ମିଳିଛି। ସାତଟି ଜିଲାରେ ୧,୭୧୩.୬୫ କୋଟି ଟଙ୍କା ବିନିଯୋଗ ସହିତ ଏହି ଉଦ୍ୟୋଗଗୁଡ଼ିକ ଓଡିଶାର ଆର୍ଥିକ ବିକାଶରେ ବିଶେଷ ସହାୟକ ହେବ ଏବଂ ପ୍ରାୟ ୫,୧୩୪ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣେ ଅଧିକାରୀ କହିଛନ୍ତି।
State Level Single Window Clearance Authority meeting, chaired by Chief Secretary Sri Pradeep Ku Jena has approved 14 groundbreaking projects valued at Rs 1,713.65 Crores. These projects from diverse sectors are poised to create 5,134 employment opportunities. #InvestInOdisha… pic.twitter.com/Wc2vUSH9Ws
— I & PR Department, Odisha (@IPR_Odisha) January 10, 2024
The post ତାରକା ହୋଟେଲ, ବିସ୍କୁଟ କାରଖାନା ସମେତ ୧,୭୧୩ କୋଟିର ୧୪ ପ୍ରକଳ୍ପକୁ ଅନୁମତି ଦେଲେ ଓଡ଼ିଶା ସରକାର appeared first on Dharitri Odia News.