ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି…

ଭୁବନେଶ୍ୱର,୫ା୧୦: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିଛିଦିନ ତଳେ ଭାଜପା ମିଛ କହୁଛି ବୋଲି ନବୀନ କହିଥିଲେ। ମିଛ ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଥିଲେ ବୋଲି ନବୀନ କହିଥିଲେ । ତେବେ ଏହି ମନ୍ତବ୍ୟର ଆଜି କଡ଼ା ଜବାବ ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜିତିଲେ ଅଧିକ ଉନ୍ମାଦିତ ହେବା କି ପରାଜୟରେ […] The post ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି… appeared first on Dharitri Odia News.

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି…

ଭୁବନେଶ୍ୱର,୫ା୧୦: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ୍‌ କରିଛନ୍ତି। କିଛିଦିନ ତଳେ ଭାଜପା ମିଛ କହୁଛି ବୋଲି ନବୀନ କହିଥିଲେ। ମିଛ ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଥିଲେ ବୋଲି ନବୀନ କହିଥିଲେ । ତେବେ ଏହି ମନ୍ତବ୍ୟର ଆଜି କଡ଼ା ଜବାବ ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜିତିଲେ ଅଧିକ ଉନ୍ମାଦିତ ହେବା କି ପରାଜୟରେ ଅଧିକ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ।

ପୂର୍ବରୁ ଭାଜପା ଅନେକ ଥର ହାରିଛି। ଦେଶରେ ୨ଟି ଲୋକ ସଭା ଆସନ ଥିଲା। ଓଡ଼ିଶାରେ କିଛି ଲୋକ ଭାଜପାକୁ ସାଇନ ବୋର୍ଡ କହୁଥିଲେ। ହେଲେ ଏବେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସେବା କରିବାର ସୁଯୋଗ ମିଳିଛି। ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି। ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି ସେ ସେବା କରୁ। ଯାହାକୁ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ୱ ଦେଇଛନ୍ତି ସେ ତାକୁ ପାଳନ କରନ୍ତୁ। ବାକି କଥା ଲୋକ ବିଚାର କରିବେ ବୋଲି ନବୀନଙ୍କୁ କଡ଼ା କାଉଣ୍ଟର କରି ଧର୍ମେନ୍ଦ୍ର କହିଛନ୍ତି।

The post ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଡ଼ା ଟାର୍ଗେଟ୍‌, କହିଲେ ଲୋକେ ଯେଉଁ ଭୂମିକା ଦେଇଛନ୍ତି… appeared first on Dharitri Odia News.