ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ
ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ ସଙ୍ଗୀତ ଦିବସ ପାଳନ କରାଯାଇଥିଲା। ଏଥିରେ ୧୦୦୦ରୁ ଅଧିକ କଣ୍ଠଶିଳ୍ପୀ, ସଙ୍ଗୀତକାର ପ୍ୟାରିସ ନଗରୀର ରାସ୍ତାରେ ସଙ୍ଗୀତ ପରିବେଷଣ କରିଥିଲେ। ଏହାର ସଫଳତା ପରେ ବିଶ୍ବବ୍ୟାପୀ ଏହି ଦିବସକୁ ପାଳନ କରାଯାଉଅଛି। ହୃଦୟକୁ ଛୁଇଁଲା ଭଳି […] The post ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ appeared first on Dharitri Odia News.
ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ ସଙ୍ଗୀତ ଦିବସ ପାଳନ କରାଯାଇଥିଲା। ଏଥିରେ ୧୦୦୦ରୁ ଅଧିକ କଣ୍ଠଶିଳ୍ପୀ, ସଙ୍ଗୀତକାର ପ୍ୟାରିସ ନଗରୀର ରାସ୍ତାରେ ସଙ୍ଗୀତ ପରିବେଷଣ କରିଥିଲେ। ଏହାର ସଫଳତା ପରେ ବିଶ୍ବବ୍ୟାପୀ ଏହି ଦିବସକୁ ପାଳନ କରାଯାଉଅଛି।
ହୃଦୟକୁ ଛୁଇଁଲା ଭଳି ଗୀତ ବନାଯାଉ
ସଙ୍ଗୀତ ଏମିତି ଏକ ମାଧ୍ୟମ ଯାହାଦ୍ୱାରା ଭାରାକ୍ରାନ୍ତ ମନ କିଛି ମାତ୍ରାରେ ହାଲୁକା କରାଇଦିଏ। ପ୍ରେମିକାଟିଏ ତା’ପ୍ରେମିକକୁ ଗୀତ ମାଧ୍ୟମରେ ତା’ର ଭାବନାକୁ ମେସେଜ ମାଧ୍ୟମରେ ଦେଇପାରେ। ଗୋଟିଏ ମା’ ତା’ର ପୁଅକୁ ଗୀତ ଦ୍ୱାରା ବାତ୍ସଲ୍ୟ ମମତାକୁ ଫିଲ୍ କରାଇ ପାରିବ। ବନ୍ଧୁ ସହ ବନ୍ଧୁତାର ଅନୁଭବକୁ ଗୀତ ଦ୍ୱାରା ଅନୁଭବ କରେଇ ପାରିବ। ସେହିପରି ପ୍ରଧାନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଗୀତ ମାଧ୍ୟମରେ ହିଁ ତାଙ୍କର ସବୁ ସ୍କିମ୍ ଲୋକମାନଙ୍କ ପାଖରେ ପହଞ୍ଚୁଛି। ତେଣୁ ବିନା ଗୀତ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବା ଅସମ୍ଭବ। ଆଗରୁ ସ୍ବର ବା ଶବ୍ଦ ହୃଦୟରୁ ବାହାରୁଥିଲା। ତାହା ହୃଦୟରେ ମଧ୍ୟ ପହଞ୍ଚୁଥିଲା। ବର୍ତ୍ତମାନ ଗୀତ ଆଉ ହୃଦୟରୁ ବାହାରୁନାହିଁ। ତାହା ଶବ୍ଦ ହେଉକି ସ୍ବର ଏବେ ଗୀତ ମୁଣ୍ଡରୁ ବାହାରୁଛି ଆଉ ମୁଣ୍ଡରେ ରହିଯାଉଛି। ଏବେ ଗୀତ ସବୁ ପ୍ରାୟ ଏଆଇ ଦ୍ୱାରା ପ୍ରସ୍ତୁତ ହେଉଛି। ସେଥିଲାଗି ବର୍ତ୍ତମାନ ସମୟରେ ବନାଯାଉଥିବା ଗୀତ ହୃଦୟକୁ ଛୁଇଁ ପାରୁନାହିଁ। ବିଶ୍ୱ ସଙ୍ଗୀତ ଦିବସରେ କହିବି ଆଗଭଳି ଯେମିତି ହୃଦୟକୁ ସ୍ବର ବା ଶବ୍ଦ ଛୁଇଁ ପାରୁଥିଲା ସେମିତି ଯଦି ଚେଷ୍ଟା କରାଯିବ ତେବେ ପ୍ରତ୍ୟେକ ଓଡ଼ିଆ ଗୀତ ନିଶ୍ଚିତ ହୃଦୟକୁ ଛୁଇଁବା ସହ ପରିଚୟ ଲାଭ କରିପାରିବ।
– ପ୍ରେମ୍ ଆନନ୍ଦ, ସଂଗୀତ ନିର୍ଦ୍ଦେଶକ
ଭଲ ସଙ୍ଗୀତର ଚାହିଦା ସବୁବେଳେ ରହିବ
ସଙ୍ଗୀତ ଜୀବନର ଆଧାର। ପୁରୁଣା ଦିନରୁ ହିଁ ଆମ ସଂସ୍କୃତିରେ ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତର ମୂଲ୍ୟବୋଧ ଅଧିକ ରହିଛି। ସମୟ ସହ ବଦଳୁଛି ପିଢି ଓ ତା’ ସହ ବଦଳିଯାଉଛି ସଙ୍ଗୀତର ସ୍ବାଦ, ପାଶ୍ଚାତ୍ୟ ସଙ୍ଗୀତର ପ୍ରଭାବ ଏବେ ଯୁବ ପିଢି ହେଉ ଅଥବା ସଙ୍ଗୀତପ୍ରେମୀଙ୍କ ଉପରେ ଟିକିଏ ଅଧିକ ମାତ୍ରାରେ ପଡୁଛି। ସେଥିପାଇଁ ସଙ୍ଗୀତକୁ ନେଇ ବିଭିନ୍ନ ଧରଣର ପରୀକ୍ଷା ନିିରୀକ୍ଷା ମଧ୍ୟ ହେଉଛି। ସଙ୍ଗୀତର ଉତ୍ପତ୍ତି ଯେମିତି ବି ହେଉନା କାହିଁକି ଭଲ ସଙ୍ଗୀତର ଚାହିଦା ସବୁବେଳେ ରହିଥିବ। ତେଣୁ ବିଶ୍ବ ସଙ୍ଗୀତ ଦିବସରେ ସଙ୍ଗୀତକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।
– ସ୍ଥିତ ପଟ୍ଟନାୟକ, ଗୀତିକାର
The post ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ appeared first on Dharitri Odia News.