ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୦ା୧(ଦୁର୍ଯ୍ୟୋଧନ ପାତ୍ର): ଜଣେ ମହିଳା ମାଓବାଦୀ ବୁଧବାର ମାଲକାନଗିରି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମହିଳା ମାଓବାଦୀ ଜଣକ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲା କଟକକଲ୍ୟାଣ ଥାନା ପିତାଦାବ ଗ୍ରାମ ନିବାସୀ ଉଙ୍ଗି ମାଡବି ଓରଫ ରୋସନି। ସେ  ୨୦୧୬ରେ ମାଲକାନଗିରି ଜିଲା ସିପିଆଇ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଛତିଶଗଡ଼ର ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପାର୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ […] The post ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ appeared first on Dharitri Odia News.

ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୦ା୧(ଦୁର୍ଯ୍ୟୋଧନ ପାତ୍ର): ଜଣେ ମହିଳା ମାଓବାଦୀ ବୁଧବାର ମାଲକାନଗିରି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ମହିଳା ମାଓବାଦୀ ଜଣକ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡା ଜିଲା କଟକକଲ୍ୟାଣ ଥାନା ପିତାଦାବ ଗ୍ରାମ ନିବାସୀ ଉଙ୍ଗି ମାଡବି ଓରଫ ରୋସନି। ସେ  ୨୦୧୬ରେ ମାଲକାନଗିରି ଜିଲା ସିପିଆଇ ମାଓବାଦୀ ସଂଗଠନରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସେ ଛତିଶଗଡ଼ର ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ପାର୍ଟି ସଦସ୍ୟ ଭାବେ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ମାଓବାଦୀ ସଂଗଠନର ବରିଷ୍ଠ ମାଓବାଦୀଙ୍କ ପୂର୍ବ ଆଦର୍ଶ ଆଉ ନାହି ଯାହାଫଳରେ ବହୁ ମାଓବାଦୀ ଆତ୍ମସମର୍ପଣ କରି ସାରିଲେଣି। ଆଉ କେତେଜଣ ବରିଷ୍ଠ ମାଓବାଦୀମାନେ ମଧ୍ୟ ଆତ୍ମସମର୍ପଣ କରିବାକୁ ସୁଯୋଗ ଖୋଜୁଛନ୍ତି। ତେଣୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଓ ସାଧାରଣ ଜୀବନଯାପନ ବିତାଇବା ପାଇଁ ସେ ଆତ୍ମସମର୍ପଣ କରିଥିବା ସୂଚନା ଦେଇଛନ୍ତି। ଏଥିସହ ବର୍ତ୍ତମାନ ମାଲକାନଗିରି ଜିଲା ସୀମାନ୍ତ ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ନିକଟସ୍ଥ ମହୁପଦର, ଟେମୁରୁପାଲ୍ଲୀ, କର୍ତ୍ତନପାଲ୍ଲୀ, ତୁଳସୀଠାରେ ବିଏସ୍‌ଏଫ୍‌ କ୍ୟାମ୍ପ୍‌ ଅନୁଷ୍ଠିତ ହେବା ପରେ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ବର୍ତ୍ତମାନ ବହୁ ସ୍ଥାନରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେବା ସହ ମାଓବାଦୀମାନେ ଆତ୍ମସମର୍ପଣ କଲେ ସେମାନଙ୍କୁ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ତେବେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉକ୍ତ ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଘୋଷଣା କରିଛନ୍ତି। ସେ ବର୍ତ୍ତମାନ ଆତ୍ମସମର୍ପଣ କରିଥିବାରୁ ସରକାରଙ୍କ ଥଇତାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ସହ ତାଙ୍କୁ ଥଇଥାନ କରାଯିବ ବୋଲି ଆଜି ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ମାଲକାନଗିରି ଏସ୍‌ପି ନୀତୀଶ ବଧ୍ୱାନୀ ସୂଚନା ଦେଇଛନ୍ତି।

The post ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ appeared first on Dharitri Odia News.