କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ରହସ୍ୟ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ, ଦେଲେ ଛାତିଥରା ବୟାନ

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି। ବଳାତ୍କାର ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ନେଇ ଏବେ ନୂଆ ଖୁଲାସା କରାଯାଉଛି। ସଞ୍ଜୟ ରାୟଙ୍କ ବର୍ବରତାର କାହାଣୀ ଆଶ୍ଚର୍ଯ୍ୟଜନକ । ଯାହାକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହି ପ୍ରତ୍ୟକ୍ଷଦର୍ଶୀ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଅନେକ ରହସ୍ୟ ପ୍ରକାଶ କରିଛନ୍ତି […] The post କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ରହସ୍ୟ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ, ଦେଲେ ଛାତିଥରା ବୟାନ appeared first on Dharitri Odia News.

କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ରହସ୍ୟ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ,  ଦେଲେ ଛାତିଥରା ବୟାନ

କୋଲକାତା,୨୧।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି। ଘଟଣାର ଅପରାଧୀଙ୍କୁ ଶୀଘ୍ର ଧରିବାକୁ ଦାବି ହେଉଛି।

ବଳାତ୍କାର ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ନେଇ ଏବେ ନୂଆ ଖୁଲାସା କରାଯାଉଛି। ସଞ୍ଜୟ ରାୟଙ୍କ ବର୍ବରତାର କାହାଣୀ ଆଶ୍ଚର୍ଯ୍ୟଜନକ । ଯାହାକୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏହି ପ୍ରତ୍ୟକ୍ଷଦର୍ଶୀ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ଅନେକ ରହସ୍ୟ ପ୍ରକାଶ କରିଛନ୍ତି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ସଞ୍ଜୟ ତାଙ୍କ ପତ୍ନୀଙ୍କ ପିଣ୍ଡଦାନ ସମୟରେ ଘାଟରେ ମହିଳାମାନଙ୍କୁ ଅସଦାଚରଣ କରୁଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି , ସେ ଜଣେ ଯୌନ୍ୟ ଅଭ୍ୟସ୍ତ, ଯିଏକି ମହିଳାମାନଙ୍କୁ ମଧ୍ୟ ନିର୍ଯାତନା ଦେଉଥାନ୍ତି। ମହିଳାମାନଙ୍କ ସହିତ ଅଶ୍ଳୀଳ ଚାଟ କରି ଅନେକ ଘର ନଷ୍ଟ କରିଦେଇଛନ୍ତି। ସଞ୍ଜୟଙ୍କର ପୋଲିସରେ ଅନେକ ପରିଚିତ ଥିଲେ। ବିବାହର ଏକ ମାସ ମଧ୍ୟରେ ସେ ତାଙ୍କ ପତ୍ନୀଙ୍କୁ ପିଟିଥିଲେ। ପୋଲିସ ନିକଟରେ ଅଭିଯୋଗ କରାଯାଇଥିଲା କିନ୍ତୁ ତାଙ୍କ ବିରୋଧରେ କୌଣସି ଏଫଆଇଆର ପଞ୍ଜୀକୃତ ହୋଉନଥିଲା।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର ବିଭିନ୍ନ ଛାତ୍ର ସଂଗଠନର ସଦସ୍ୟମାନେ ମଙ୍ଗଳବାର ବିଶ୍ୱବିଦ୍ୟାଳୟ ପରିସରରେ କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ବିରୋଧରେ ପ୍ରଦର୍ଶନ କରିଥିଲେ।

The post କୋଲକାତା ବଳାତ୍କାର ଘଟଣାର ଅଭିଯୁକ୍ତ ସଞ୍ଜୟ ରୟଙ୍କ ରହସ୍ୟ ଖୋଲିଲେ ପ୍ରତ୍ୟକ୍ଷଦର୍ଶୀ, ଦେଲେ ଛାତିଥରା ବୟାନ appeared first on Dharitri Odia News.