ପ୍ରାକୃତିକ ବିପର୍ଯ୍ୟୟ ଠାରୁ ସାଇବର ଆକ୍ରମଣ ପର୍ଯ୍ୟନ୍ତ, ବାବା ଭେଙ୍ଗା ୨୦୨୪ ପାଇଁ କରିଛନ୍ତି ଏହି ଭବିଷ୍ୟବାଣୀ

ସୋଫିଆ,୧୭।୨: ବୁଲଗେରିଆର ରହସ୍ୟମୟ ବାବା ଭେଙ୍ଗା ତାଙ୍କ ଜୀବନ କାଳରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ଅନେକ ଲୋକ ସତ୍ୟ ହୁଏ ବୋଲି କହିଛନ୍ତି। ବାଲକାନର ନୋଷ୍ଟ୍ରାଡାମସ ନାମରେ ମଧ୍ୟ ଜଣାଶୁଣା ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଚେର୍ନୋବିଲ ବିପର୍ଯ୍ୟୟ ଏବଂ ବ୍ରେକ୍ସିଟ ଭଳି ପ୍ରମୁଖ ବିଶ୍ୱ ଘଟଣା ବିଷୟରେ ପୂର୍ବାନୁମାନ କରିଥିବା କୁହାଯାଉଛି। ତେବେ ୨୦୨୪ ସେ ଅନେକ ଭବିଷ୍ୟବାଣୀ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ସତ ମଧ୍ୟ […] The post ପ୍ରାକୃତିକ ବିପର୍ଯ୍ୟୟ ଠାରୁ ସାଇବର ଆକ୍ରମଣ ପର୍ଯ୍ୟନ୍ତ, ବାବା ଭେଙ୍ଗା ୨୦୨୪ ପାଇଁ କରିଛନ୍ତି ଏହି ଭବିଷ୍ୟବାଣୀ appeared first on Dharitri Odia News.

ପ୍ରାକୃତିକ ବିପର୍ଯ୍ୟୟ ଠାରୁ ସାଇବର ଆକ୍ରମଣ ପର୍ଯ୍ୟନ୍ତ, ବାବା ଭେଙ୍ଗା ୨୦୨୪ ପାଇଁ କରିଛନ୍ତି ଏହି ଭବିଷ୍ୟବାଣୀ

ସୋଫିଆ,୧୭।୨: ବୁଲଗେରିଆର ରହସ୍ୟମୟ ବାବା ଭେଙ୍ଗା ତାଙ୍କ ଜୀବନ କାଳରେ ଅନେକ ଭବିଷ୍ୟବାଣୀ କରିଛନ୍ତି। ଯାହାକୁ ଅନେକ ଲୋକ ସତ୍ୟ ହୁଏ ବୋଲି କହିଛନ୍ତି। ବାଲକାନର ନୋଷ୍ଟ୍ରାଡାମସ ନାମରେ ମଧ୍ୟ ଜଣାଶୁଣା ବାବା ଭେଙ୍ଗା ୯/୧୧ ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ, ଚେର୍ନୋବିଲ ବିପର୍ଯ୍ୟୟ ଏବଂ ବ୍ରେକ୍ସିଟ ଭଳି ପ୍ରମୁଖ ବିଶ୍ୱ ଘଟଣା ବିଷୟରେ ପୂର୍ବାନୁମାନ କରିଥିବା କୁହାଯାଉଛି। ତେବେ ୨୦୨୪ ସେ ଅନେକ ଭବିଷ୍ୟବାଣୀ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେକ ସତ ମଧ୍ୟ ହୋଇଛି। ଜାପାନ ଏବଂ ବ୍ରିଟେନ ଭଳି ଦେଶଗୁଡିକ ଅର୍ଥନୈତିକ ସଙ୍କଟ ଏବଂ ରୁଷିଆ ଦ୍ୱାରା କର୍କଟ ଟୀକାକରଣର ବିକାଶ। ଚାଲନ୍ତୁ ଏହି ପ୍ରମୁଖ ଘଟଣାଗୁଡ଼ିକ ଉପରେ ନଜର ପକାଇବା…

ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିକଟରେ କହିଛନ୍ତି , ରୁଷିଆର ବୈଜ୍ଞାନିକମାନେ କର୍କଟ ରୋଗ ପାଇଁ ଏକ ଟିକା ତିଆରି କରିବାକୁ ନିକଟତର, ଯାହା ଶୀଘ୍ର ରୋଗୀମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ। ବାବା ଭେଙ୍ଗା ମଧ୍ୟ ପୂର୍ବାନୁମାନ କରିଛନ୍ତି ଯେ, ୨୦୨୪ରେ ଏକ ପ୍ରମୁଖ ଅର୍ଥନୈତିକ ସଙ୍କଟ ଘଟିବ ଯାହା ବିଶ୍ୱ ଅର୍ଥନୀତି ଉପରେ ପ୍ରଭାବ ପକାଇବ।

ୟୁରୋପରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ହେବାର ସେ ଚେତାବନୀ ଦେଇ କହିଛନ୍ତି ଯେ ଏକ ପ୍ରମୁଖ ଦେଶ ଆସନ୍ତା ବର୍ଷ ଜୈବିକ ଅସ୍ତ୍ର ପରୀକ୍ଷଣ କିମ୍ବା ଆକ୍ରମଣ କରିବ। ଚଳିତ ବର୍ଷ ଭୟଙ୍କର ପାଣିପାଗ ଘଟଣା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ବାବା ଭେଙ୍ଗା ପୂର୍ବାନୁମାନକରିଛନ୍ତି। ସାଇବର ଆକ୍ରମଣରେ ବୃଦ୍ଧି ଘଟିବ ବୋଲି ସେ କହିଛନ୍ତି। ହ୍ୟାକରମାନେ ପାୱାର ଗ୍ରୀଡ ଏବଂ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ଟାର୍ଗେଟ କରିବେ, ଯାହା ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ।

The post ପ୍ରାକୃତିକ ବିପର୍ଯ୍ୟୟ ଠାରୁ ସାଇବର ଆକ୍ରମଣ ପର୍ଯ୍ୟନ୍ତ, ବାବା ଭେଙ୍ଗା ୨୦୨୪ ପାଇଁ କରିଛନ୍ତି ଏହି ଭବିଷ୍ୟବାଣୀ appeared first on Dharitri Odia News.