PM Kisan Yojana: ଚାଷୀଙ୍କ ସଞ୍ଚୟ ଖାତାଙ୍କୁ ୧୨ ହଜାର ଯିବା ନେଇ ସଂସଦରେ କ’ଣ କହିଲେ ସରକାର…

ନୂଆଦିଲ୍ଲୀ,୬।୨ : ପିଏମ-କିଷାନ ରାଶି ବାର୍ଷିକ ୬ ହଜାର ରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ କି? ସରକାର ଏହାର ଜବାବ ଦେଇଛନ୍ତି। କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ବର୍ତ୍ତମାନ ସରକାର ପିଏମ-କିସାନ ପରିମାଣକୁ ବାର୍ଷିକ ୬ ହଜାରରୁ ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ନାହିଁ। ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ପିଏମ-କିଷାନ ଯୋଜନା ଅନ୍ତର୍ଗତ ମହିଳା ଚାଷୀଙ୍କ ପରିମାଣ ବୃଦ୍ଧି କରିବାକୁ ମଧ୍ୟ କୌଣସି ପ୍ରସ୍ତାବ […] The post PM Kisan Yojana: ଚାଷୀଙ୍କ ସଞ୍ଚୟ ଖାତାଙ୍କୁ ୧୨ ହଜାର ଯିବା ନେଇ ସଂସଦରେ କ’ଣ କହିଲେ ସରକାର… appeared first on Dharitri Odia News.

PM Kisan Yojana: ଚାଷୀଙ୍କ ସଞ୍ଚୟ ଖାତାଙ୍କୁ ୧୨ ହଜାର ଯିବା ନେଇ ସଂସଦରେ କ’ଣ କହିଲେ ସରକାର…

ନୂଆଦିଲ୍ଲୀ,୬।୨ : ପିଏମ-କିଷାନ ରାଶି ବାର୍ଷିକ ୬ ହଜାର ରୁ ୧୨ ହଜାର ଟଙ୍କାକୁ ବୃଦ୍ଧି କରାଯିବ କି? ସରକାର ଏହାର ଜବାବ ଦେଇଛନ୍ତି। କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ବର୍ତ୍ତମାନ ସରକାର ପିଏମ-କିସାନ ପରିମାଣକୁ ବାର୍ଷିକ ୬ ହଜାରରୁ ବୃଦ୍ଧି କରିବାକୁ କୌଣସି ପ୍ରସ୍ତାବ ନାହିଁ।

ଲୋକସଭାରେ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା କହିଛନ୍ତି ପିଏମ-କିଷାନ ଯୋଜନା ଅନ୍ତର୍ଗତ ମହିଳା ଚାଷୀଙ୍କ ପରିମାଣ ବୃଦ୍ଧି କରିବାକୁ ମଧ୍ୟ କୌଣସି ପ୍ରସ୍ତାବ ନାହିଁ।

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ୨୦୧୯ ରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଯୋଗ୍ୟ ଚାଷୀଙ୍କୁ ପ୍ରତି ଚାରିମାସରେ ୨ ହଜାର ଟଙ୍କା ବର୍ଷକୁ ୩ଟି କିସ୍ତିରେ ପ୍ରଦାନ କରାଯାଉଛି। ବାର୍ଷିକ ମୋଟ ୬ ହଜାର ଟଙ୍କା ଆର୍ଥିକ ସୁବିଧା ଦିଆଯାଉଛି। ଏହି ପାଣ୍ଠି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଉଛି।

ସରକାର ପିଏମ-କିଷାନ ପରିମାଣକୁ ବାର୍ଷିକ ବୃଦ୍ଧି କରିବାକୁ ଯାଉଛନ୍ତି କି ବୋଲି ପଚରାଯିବାରୁ କୃଷି ମନ୍ତ୍ରୀ କହିଛନ୍ତି ସରକାରଙ୍କ ପକ୍ଷରୁ ସେପରି କୌଣସି ପ୍ରସ୍ତାବ ଉପରେ ବିଚାର କରାଯାଉ ନାହିଁ। ସରକାର ଏପର୍ଯ୍ୟନ୍ତ ୧୫ ଟି କିସ୍ତିରେ ୧୧ କୋଟିରୁ ଅଧିକ ଚାଷୀଙ୍କୁ ୨.୮୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି।

ଏହି ଯୋଜନା ବିଶ୍ୱର ସବୁଠାରୁ ବଡ ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର (ଡିବିଟି) ଯୋଜନା ମଧ୍ୟରୁ ଅନ୍ୟତମ ବୋଲି ସେ କହିଛନ୍ତି।

The post PM Kisan Yojana: ଚାଷୀଙ୍କ ସଞ୍ଚୟ ଖାତାଙ୍କୁ ୧୨ ହଜାର ଯିବା ନେଇ ସଂସଦରେ କ’ଣ କହିଲେ ସରକାର… appeared first on Dharitri Odia News.