କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର କରି ଆଉଟ ହୋଇଥିଲେ। ୧୫୬ ରନ ସ୍କୋରରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ଅଲଆଉଟ ହୋଇଥିଲା। ଏହି ଟେଷ୍ଟରେ କୋହଲି ସ୍ପିନ ବୋଲିଂ ବିରୋଧରେ ବହୁତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲାୟ। ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ଲୋ ଫୁଲ ଟସ ବଲ ନ ବୁଝିପାରି ଉଇକେଟ ହରାଇଥିଲେ। କୋହଲି […] The post କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌ appeared first on Dharitri Odia News.

କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌

ପୁଣେ,୨୫।୧୦: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ କୋହଲି କିଛି ବିଶେଷ କରିପାରି ନ ଥିଲେ। ସେ ମାତ୍ର ଏକ ରନ ସ୍କୋର କରି ଆଉଟ ହୋଇଥିଲେ। ୧୫୬ ରନ ସ୍କୋରରେ ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ଅଲଆଉଟ ହୋଇଥିଲା। ଏହି ଟେଷ୍ଟରେ କୋହଲି ସ୍ପିନ ବୋଲିଂ ବିରୋଧରେ ବହୁତ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲାୟ। ପୁଣେ ଟେଷ୍ଟର ପ୍ରଥମ ଇନିଂସରେ ଲୋ ଫୁଲ ଟସ ବଲ ନ ବୁଝିପାରି ଉଇକେଟ ହରାଇଥିଲେ।

କୋହଲି ଏସୀୟ ପିଚ୍‌ରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୨୦୨୧ରେ ତାଙ୍କ ଟେଷ୍ଟ ରେକର୍ଡକୁ ଦେଖିଲେ, ସ୍ପିନ ବିପକ୍ଷରେ ତାଙ୍କ ରେକର୍ଡ ବହୁତ ଖରାପ ହୋଇଛି। କୋହଲି ୨୦୨୧ ପରଠାରୁ ଏସିଆରେ ସ୍ପିନ ବିପକ୍ଷରେ ୨୧ ଥର ଆଉଟ ହୋଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ସ୍ପିନ ବିପକ୍ଷରେ କୋହଲି ଏକ ନିରାଶାଜନକ ପ୍ରଦର୍ଶନ କରିଛନ୍ତି। ବେଙ୍ଗାଲୁରୁ ଟେଷ୍ଟରେ ମଧ୍ୟ କୋହଲି ସମାନ ଢଙ୍ଗରେ ଆଉଟ ହୋଇଥିଲେ। ସେ ବେଙ୍ଗାଲୁରୁ ଟେଷ୍ଟରେ ୭୦ ରନ ସ୍କୋରରେ ବ୍ୟାଟିଂ କରୁଥିଲେ। କିନ୍ତୁ ତା’ପରେ ନ୍ୟୁଜିଲାଣ୍ଡର ସ୍ପିନର ଗ୍ଲେନ ଫିଲିପ୍ସ ତାଙ୍କ ଉଇକେଟ୍‌ ନେଇଥିଲେ।

କୋହଲିଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି left handed orthodox ସ୍ପିନ୍‌ ବୋଲର ମିଚେଲ ସାଣ୍ଟନରଙ୍କ ପରି ବୋଲରମାନେ ତାଙ୍କୁ ବହୁତ ଅସୁବିଧାରେ ପକାନ୍ତି। କୋହଲି ୨୦୨୧ ପରଠାରୁ ସ୍ପିନରଙ୍କ ବିପକ୍ଷରେ ୨୬ଟି ଇନିଂସରେ ୨୧ ଥର ଆଉଟ ହୋଇଛନ୍ତି। ଏହି ଅବଧି ମଧ୍ୟରେ, left handed orthodox ସ୍ପିନରମାନେ ତାଙ୍କୁ ୧୦ଥର ଆଉଟ୍‌ କରିଛନ୍ତି। ତାଙ୍କ ବିପକ୍ଷରେ କୋହଲିଙ୍କ ହାରାହାରି ୨୭.୧୦ ରହିଛି।

The post କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌ appeared first on Dharitri Odia News.