ମହମ୍ମଦ ୟୁନୁସ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା, ପୋଲ୍‌ ଖୋଲିଦେଲେ ବାଂଲାଦେଶର…

ଢାକା,୧୪।୩: ମରକ୍କୋରେ ଥିବା ବାଂଲାଦେଶ ରାଷ୍ଟ୍ରଦୂତ ହାରୁନ ଅଲ ରସିଦ ମହମ୍ମଦ ୟୁନୁସ୍‌ଙ୍କ ବିରୋଧରେ ମୌଳବାଦୀଙ୍କୁ ସମର୍ଥନ କରିବା ଏବଂ ଦେଶରେ ଅରାଜକତା ବିସ୍ତାର କରିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରସିଦ କହିଛନ୍ତି , ୟୁନୁସ୍‌ ବାଂଲାଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ଭାଙ୍ଗିବା ଏବଂ ଶେଖ ହାସିନାଙ୍କ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ହାରୁନ ଅଲ ରସିଦ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ବାଂଲାଦେଶ ଆତଙ୍କ ଏବଂ ଅରାଜକତାର କବଳରେ ଅଛି। ସେ ଅଭିଯୋଗ ଲଗାଇଛନ୍ତି […] The post ମହମ୍ମଦ ୟୁନୁସ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା, ପୋଲ୍‌ ଖୋଲିଦେଲେ ବାଂଲାଦେଶର… appeared first on Dharitri Odia News.

ମହମ୍ମଦ ୟୁନୁସ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା, ପୋଲ୍‌ ଖୋଲିଦେଲେ ବାଂଲାଦେଶର…

ଢାକା,୧୪।୩: ମରକ୍କୋରେ ଥିବା ବାଂଲାଦେଶ ରାଷ୍ଟ୍ରଦୂତ ହାରୁନ ଅଲ ରସିଦ ମହମ୍ମଦ ୟୁନୁସ୍‌ଙ୍କ ବିରୋଧରେ ମୌଳବାଦୀଙ୍କୁ ସମର୍ଥନ କରିବା ଏବଂ ଦେଶରେ ଅରାଜକତା ବିସ୍ତାର କରିବାର ଗମ୍ଭୀର ଅଭିଯୋଗ ଆଣିଛନ୍ତି। ରସିଦ କହିଛନ୍ତି , ୟୁନୁସ୍‌ ବାଂଲାଦେଶର ଧର୍ମନିରପେକ୍ଷ ଢାଞ୍ଚାକୁ ଭାଙ୍ଗିବା ଏବଂ ଶେଖ ହାସିନାଙ୍କ ସରକାରକୁ ଭାଙ୍ଗିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି।

ହାରୁନ ଅଲ ରସିଦ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ବାଂଲାଦେଶ ଆତଙ୍କ ଏବଂ ଅରାଜକତାର କବଳରେ ଅଛି। ସେ ଅଭିଯୋଗ ଲଗାଇଛନ୍ତି କି ମହମ୍ମଦ ୟୁନୁସଙ୍କ ଶାସନରେ ମୌଳବାଦୀମାନଙ୍କୁ ଖୋଲା ଛଡାଯାଇଛି ଏବଂ ଗଣମାଧ୍ୟମକୁ ଦମନ କରାଯାଇଛି, ଯାହା କାରଣରୁ ଅତ୍ୟାଚାରର ରିପୋର୍ଟ ପ୍ରକାଶ ପାଉନାହିଁ। ରସିଦ ଲେଖିଛନ୍ତି, ୟୁନୁସଙ୍କ ନେତୃତ୍ୱରେ ମୌଳବାଦୀମାନେ ବାଂଲାଦେଶର ଧର୍ମନିରପେକ୍ଷ ଏବଂ ସାଂସ୍କୃତିକ ପରିଚୟକୁ ନଷ୍ଟ କରିବାରେ ନିୟୋଜିତ ଅଛନ୍ତି। ଏହି ଲୋକମାନେ ସଂଗ୍ରହାଳୟ, ସୁଫି ମନ୍ଦିର ଏବଂ ହିନ୍ଦୁ ମନ୍ଦିରଗୁଡ଼ିକୁ ନଷ୍ଟ କରୁଛନ୍ତି।

ୟୁନୁସଙ୍କ ଶାସନ କାଳରେ ମହିଳା ଏବଂ ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇଛି ବୋଲି ରସିଦ ଅଭିଯୋଗ କରିଛନ୍ତି। ସେ କହିଛନ୍ତି , ହିଜବ- ଉତ-ତାହରିର, ଇସଲାମିକ ଷ୍ଟେଟ ଏବଂ ଅଲ କାଏଦା ଭଳି ମୌଳବାଦୀ ସଂଗଠନଗୁଡ଼ିକ ଖୋଲାଖୋଲି ଭାବରେ ଇସଲାମିକ ଶାସନ ଦାବି କରୁଛନ୍ତି ଏବଂ ସେମାନଙ୍କୁ ୟୁନୁସଙ୍କ ସମର୍ଥନ ମିଳୁଛି। ଶେଖ ହାସିନାଙ୍କ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ ହେବା ପରଠାରୁ ଏହି ମୌଳବାଦୀମାନେ ଦେଶର ଗଠନକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ୟୁନୁସ୍‌ ମଧ୍ୟ ଏଥିରେ ସେମାନଙ୍କୁ ସମର୍ଥନ କରୁଛନ୍ତି।

The post ମହମ୍ମଦ ୟୁନୁସ୍‌ଙ୍କ ଅସଲ ଚେହେରା ସାମ୍ନାକୁ ଆସିଲା, ପୋଲ୍‌ ଖୋଲିଦେଲେ ବାଂଲାଦେଶର… appeared first on Dharitri Odia News.