ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି ରାହୁଲ: ଧର୍ମେନ୍ଦ୍ର
ଭୁବନେଶ୍ୱର,୯।୨(ସୁନିତ୍ ମିଶ୍ର)”ମନ୍ଦିର ଏବଂ ମଠ ବୁଲିବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି। କଂଗ୍ରେସର ‘ମିଛର ଗ୍ୟାରେଣ୍ଟି’କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାହୁଲଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି , ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତି ବିଷୟରେ ଦେଇଥିବା ଟିପ୍ପଣୀ ସବୁଥର ପରି ରାହୁଲ ଗାନ୍ଧୀଙ୍କ ଆଉ ଏକ […] The post ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି ରାହୁଲ: ଧର୍ମେନ୍ଦ୍ର appeared first on Dharitri Odia News.
ଭୁବନେଶ୍ୱର,୯।୨(ସୁନିତ୍ ମିଶ୍ର)”ମନ୍ଦିର ଏବଂ ମଠ ବୁଲିବା ପରେ କଂଗ୍ରେସ ଯୁବରାଜ ରାହୁଲ ଗାନ୍ଧୀ ଏବେ ନିଜର ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବା ପାଇଁ ଚରମ ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି। କଂଗ୍ରେସର ‘ମିଛର ଗ୍ୟାରେଣ୍ଟି’କୁ କେହି ବିଶ୍ୱାସ କରିବେ ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାହୁଲଙ୍କ ଭାଷଣ ଉପରେ ପ୍ରତିକ୍ରିୟା ରଖି ଧର୍ମେନ୍ଦ୍ର କହିଛନ୍ତି , ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତି ବିଷୟରେ ଦେଇଥିବା ଟିପ୍ପଣୀ ସବୁଥର ପରି ରାହୁଲ ଗାନ୍ଧୀଙ୍କ ଆଉ ଏକ ମିଛ ପଦାକୁ ଆଣିଛି। ହୁଏତ ସତରେ ସେ ଅବୁଝା ଅଛନ୍ତି କିମ୍ବା ବାରମ୍ବାର ମିଛ କହିଲେ ମିଛଟି ସତ ହୋଇଯାଏ ବୋଲି ରାହୁଲ ଭାବି ନେଇଛନ୍ତି। ପ୍ରଥମେ ସେ ନିଜେ ନିଜକୁ ନ୍ୟାୟ ଦିଅନ୍ତୁ। ଏଭଳି ଭାବେ ପ୍ରତିଦିନ ମିଛ କହିବାର ଅଭ୍ୟାସ କଲେ, ସେ ଆଗକୁ କେବଳ ହାସ୍ୟ, ବ୍ୟଙ୍ଗ ଏବଂ ମନୋରଞ୍ଜନର ବ୍ୟକ୍ତି ଭାବେ ଗଣା ହେବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପଲିଟିକ୍ସ ଅଫ୍ ପର୍ଫର୍ମାନ୍ସ’ ଓ ୧୦ ବର୍ଷର ରିପୋର୍ଟ କାର୍ଡ ସାମ୍ନାରେ କଂଗ୍ରେସର ପ୍ରତ୍ୟେକ କୌଶଳ ବିଫଳ ହୋଇଛି। ‘ଗରିବୀ ହଟାଓ’ ନାରା ଦେଇ କଂଗ୍ରେସ ଦୀର୍ଘ ଦଶନ୍ଧି ଧରି ଲୋକଙ୍କ ଆଖିରେ ଧୂଳି ଦେଇଆସିଛି। ଏବେ ସାମାଜିକ ନ୍ୟାୟ ଉପରେ ସେମାନଙ୍କ କୁମ୍ଭୀର କାନ୍ଦଣାରେ ଦେଶବାସୀ ଭ୍ରମିତ ହେବେ ନାହିଁ। ରାହୁଲ ଗାନ୍ଧୀ ନିଜ ଦଳର ଦଳିତ, ଆଦିବାସୀ, ପଛୁଆ ଓ ସଂରକ୍ଷଣ ବିରୋଧୀ ଚେହେରା ବିଷୟରେ ଅନଭିଜ୍ଞ ଥାଇପାରନ୍ତି, କିନ୍ତୁ ଦେଶ ଏହାକୁ ଭଲ ଭାବରେ ଜାଣିଛି ଓ ବୁଝିଛି ବୋଲି ଧର୍ମେନ୍ଦ୍ର କହିଛନ୍ତି।
The post ଜାତିବାଦୀ ରାଜନୀତିର ସାହାରା ନେଇଛନ୍ତି ରାହୁଲ: ଧର୍ମେନ୍ଦ୍ର appeared first on Dharitri Odia News.