ବିବାହ ଶୋଭାଯାତ୍ରା ବେଳେ ଛୁରାମାଡ଼, ୩ ଆହତ
ସମାଜ ଡିଜିଟାଲ ଡେସ୍କ: ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଚି। ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ। ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ […]

ସମାଜ ଡିଜିଟାଲ ଡେସ୍କ: ବିବାହ ଶୋଭାଯାତ୍ରା ବେଳେ ଗଣ୍ଡଗୋଳରୁ ଛୁରାମାଡ଼ ଯୋଗୁ ୩ ଜଣ ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଖଲ୍ଲିକୋଟ ଅନ୍ତର୍ଗତ ଚଣ୍ଡୀପୀଠ ଗ୍ରାମରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଚି। ଚଣ୍ଡୀପୀଠ ଗ୍ରାମକୁ ବିବାହ ଉତ୍ସବରେ ଯୋଗଦେବା ଳାଗି ବିକ୍ରମପୁର ଗ୍ରାମରୁ ବରଯାତ୍ରୀ ଦଳ ଆସିଥିଲେ। ଶୋଭାଯାତ୍ରା ସମୟରେ କୌଣସି କାରଣରୁ ଗଣ୍ଡଗୋଳ ଘଟିବାରୁ ଛୁରାମାଡ଼ ହୋଇଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ହୋଇଥିବା ୩ ଜଣଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି।