ଟ୍ରକ୍ ଚୋରି କରିନେଲେ ଦୁର୍ବୃତ୍ତ
ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦରରେ ପାର୍କିଂ କରାଯାଇଥିବା ଏକ ଟ୍ରକକୁ ୧୪ ତାରିଖ ମଧ୍ୟରାତ୍ରରେ କୈାଣସି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ବିଏନପୁର ଥାନା ଅନ୍ତର୍ଗତ ଜ୍ୟୋତିନଗର ୨ ର ଲେନ ନିବାସୀ ସୁଜିତ କୁମାର ତ୍ରିପାଠୀଙ୍କ ଏକ ଟ୍ରକ(ଓଡି ୦୭ ଜେଡ ୩୦୭୦) କୁ ୧୪ ତାରିଖ ସନ୍ଧ୍ୟାରେ ଡ୍ରାଇଭର ପାର୍କିଂ କରି ଘରକୁ ଫେରି ଯାଇଥିଲେ। ଆଜି ସକାଳେ ଡ୍ରାଇଭର […]

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦରରେ ପାର୍କିଂ କରାଯାଇଥିବା ଏକ ଟ୍ରକକୁ ୧୪ ତାରିଖ ମଧ୍ୟରାତ୍ରରେ କୈାଣସି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗ ଅନୁଯାୟୀ ବ୍ରହ୍ମପୁର ବିଏନପୁର ଥାନା ଅନ୍ତର୍ଗତ ଜ୍ୟୋତିନଗର ୨ ର ଲେନ ନିବାସୀ ସୁଜିତ କୁମାର ତ୍ରିପାଠୀଙ୍କ ଏକ ଟ୍ରକ(ଓଡି ୦୭ ଜେଡ ୩୦୭୦) କୁ ୧୪ ତାରିଖ ସନ୍ଧ୍ୟାରେ ଡ୍ରାଇଭର ପାର୍କିଂ କରି ଘରକୁ ଫେରି ଯାଇଥିଲେ। ଆଜି ସକାଳେ ଡ୍ରାଇଭର ପାର୍କିଂ ସ୍ଥାନକୁ ଆସି ଦେଖିବା ସମୟରେ ଟ୍ରକଟି ଚୋରି ହୋଇଥିବା ଜାଣି ମାଲିକ ସୁଜିତକୁ ଖବର ଦେଇଥିଲେ। ସୁଜିତଙ୍କ ପକ୍ଷରୁ ଘଟଣା ନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୩୬୮/୨୪ ରେ ଏକ ମାମଲା ରୁଜୁ କରିବା ସହ ଏକ ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିବା ପୁଲିସ ସୂଚନା ଦେଇଛି।