ବହୁ ବିପନ୍ନଙ୍କ ଜୀବିକା ବୁଡ଼ାଇ ଦେଲା ‘ଦାନା’ର କୋପ

ଆକଳନଠାରୁ ବାତ୍ୟା ଦାନା ସିନା ଟିକେ କମ୍ ପ୍ରଭାବ ଦେଖାଇଲା, କିନ୍ତୁ ପବନଠାରୁ ଅଧିକ କନ୍ଦାଇଛି ବର୍ଷା। ଜୀବନ ବଞ୍ଚି ଯାଇଥିଲେ ବି ଜୀବିକା ଉପରେ ପଡ଼ିଛି ଦାନାର ପ୍ରହାର। କାହିଁକି ନା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଫସଲ।

ବହୁ ବିପନ୍ନଙ୍କ ଜୀବିକା ବୁଡ଼ାଇ ଦେଲା ‘ଦାନା’ର କୋପ

ପ୍ରକୋପ କମ୍ ସତ୍ତ୍ୱେ ବି ଦାରୁଣ ଦୁଃଖ ଦେଇଛି ଦାନା । ପବନଠାରୁ ଅଧିକ କଷ୍ଟ ଦେଇଛି ବର୍ଷା । ହଜାର ହଜାର ହେକ୍ଟର ଜମି ଜଳ ମଗ୍ନ । ଭାଙ୍ଗି ଦେଇଛି ଛପର ଆଉ ଆଜବେଷ୍ଟସ୍ ଘର । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଯାହାଫଳରେ ଧାନ ଜମିରେ ଲହରି ମାରୁଛି ବର୍ଷା ଜଳ । ନଗଦ ଫୁଲ ଧରିଥିବା ସୁନାର ଫସଲ ଶୋଇ ଯାଇଛି ବର୍ଷା ପାଣିରେ । ହେକ୍ଟର ହେକ୍ଟର ଧାନ ଫସଲକୁ ଏମିତି ବୁଡାଇ ରଖିଛି ବର୍ଷା ଜଳ ।