ଜଳିଗଲା ଧାନ ଗଦା, ୬ ଏକର ଜମିର ଧାନ ଫସଲ ଭସ୍ମ

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।

ଜଳିଗଲା ଧାନ ଗଦା, ୬ ଏକର ଜମିର ଧାନ ଫସଲ ଭସ୍ମ

ନିଆଁ ଲାଗି ଜଳିଗଲା ଧାନ ଗଦା। ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ କୁଶରାଵ ଗାଁରେ ଏହି ଘଟଣା ଘଟିଛି। ନିଆଁଲାଗି ଖଳାରେ ଥିବା୬ଏକର ଜମିର ଧାନ ଗଦା ଜଳିଯାଇଛି।

ଚାଷୀମାନେ କ୍ଷେତରୁ ଧାନ ଅମଳ କରି ଖଳାରେ ରଖିଥିଲେ। ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ। ରାତିରେ ଧାନ ଗଦା ହୁତୁହୁତୁ ହୋଇ ଜଳୁଥିବା ଗ୍ରାମବାସୀ ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇବା ବେଳକୁ ସେତେବଳେକୁ ସବୁ ପୋଡ଼ି ନଷ୍ଟ ହୋଇଯାଇଥିଲା।