ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା

କନକ ବ୍ୟୁରୋ: ଗରିବଙ୍କ ପାଇଁ ଥିବା ଯୋଜନା ହଡପ ଅଭିଯୋଗ । ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ହୋଇଛି ବ୍ୟାପକ ଅନିୟମିତତା । ଆଉ ଏଇ ଘଟଣାରେ ଅଭିଯୋଗକାରୀକୁ ଆକ୍ରମଣ ହୋଇଥିବା ନେଇ ଥାନରେ ଏତଲା ଦିଆଯାଇଛି । ଖୁବଶିଘ୍ର ଘଟଣାର ସମାଧାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛିନ୍ତି ଲୋକେ । ଗରିବଙ୍କ ଯୋଜନା ହଡପ ଅଭିଯୋଗ । ବିରୋଧ କରିବାକୁ ମରଣାନ୍ତକ ଆକ୍ରମଣ । ଏହି ଅଭିଯୋଗ ଆସିଛି କିଛି ଅସାଧୁ କର୍ମଚାରୀଙ୍କ ନାଁରେ […] The post ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା first appeared on Kanak News.

ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା

କନକ ବ୍ୟୁରୋ: ଗରିବଙ୍କ ପାଇଁ ଥିବା ଯୋଜନା ହଡପ ଅଭିଯୋଗ । ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ହୋଇଛି ବ୍ୟାପକ ଅନିୟମିତତା । ଆଉ ଏଇ ଘଟଣାରେ ଅଭିଯୋଗକାରୀକୁ ଆକ୍ରମଣ ହୋଇଥିବା ନେଇ ଥାନରେ ଏତଲା ଦିଆଯାଇଛି । ଖୁବଶିଘ୍ର ଘଟଣାର ସମାଧାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛିନ୍ତି ଲୋକେ ।

ଗରିବଙ୍କ ଯୋଜନା ହଡପ ଅଭିଯୋଗ । ବିରୋଧ କରିବାକୁ ମରଣାନ୍ତକ ଆକ୍ରମଣ । ଏହି ଅଭିଯୋଗ ଆସିଛି କିଛି ଅସାଧୁ କର୍ମଚାରୀଙ୍କ ନାଁରେ । ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଆସିଥିବା ଗୃହ ହଡପ କରିବାକୁ ନାଏବ ସରପଂଚଙ୍କ ସ୍ୱାମୀଙ୍କ ଉଦ୍ୟମ । ଯାହାକୁ ବିରୋଧ କରିବାରୁ ମରଣାନ୍ତକ ଆକ୍ରମଣ ଘଟଣା ସମାନାକୁ ଆସିଛି । ଗାଁର ମୃତ୍ୟୁଞ୍ଜୟ ସାମଲ ବଡଭାଇ କମଳାକାନ୍ତଙ୍କ ଛାତ ଘର ଉପରେ ଆବାସ ଗୃହ ନିର୍ମାଣ କରୁଛନ୍ତି । କମଳାକାନ୍ତ ସରକାରୀ ଚାକିରିଆ ଓ ତାଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ନାଏବ ସରପଂଚ ହୋଇଥିବାରୁ ଚଂଚକତା କରୁଥିବା ଅଭିଯୋଗ ହୋଇଛି । ସରକାରୀ କର୍ମଚାରୀଙ୍କୁ ହାତ କରି ଏହି କାମ ଚାଲିଥିବା ଅଭଯୋଗ ହୋଇଥିବା ବେଳେ ପାଲଟା ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

କମଳାକାନ୍ତ ସରକାରୀ ଅର୍ଥ ହଡପ ଉଦ୍ଦେଶ୍ୟରେ ମଝିଆ ଭାଇ ମୃତ୍ୟୁଞ୍ଜୟଙ୍କ ସରକାରୀ ଗୃହକୁ ତାଙ୍କ ଛାତ ଉପରେ ନିର୍ମାଣ କରୁଛନ୍ତି । ସରକାରଙ୍କୁ ତଥ୍ୟ ଦେବା ପାଇଁ ଜିଆରଏସଙ୍କୁ ହାତ କରି ସାନଭାଇ ଜନ୍ମେଜୟଙ୍କ ଘରକୁ ଜିଓ ଟ୍ୟାଗ କରିଥିଲେ,ଉଭୟଙ୍କ ଘର ଗୋଟିଏ ପ୍ଲଟରେ ହୋଇଥିବାରୁ ସମାନ ଫଟୋ ଆସିବାର ସୁଯୋଗ ନେଇଥିବା ଅଭିଯୋଗ ହୋଇଛି । ସେପଟେ ଘଟଣାକୁ ସମ୍ପୁର୍ଣ୍ଣ ଖଣ୍ଡନ କରିଛନ୍ତି କମଳାକାନ୍ତ ।

ଆବାସ ଯୋଜନାର ଅର୍ଥ ହଡପ କରୁଥିବା ଅଭିଯୋଗରେ ସରକାରୀ କର୍ମଚାରୀ, ନାଏବ ସରପଂଚ ଓ ସହଯୋଗ କରୁଥିବା ଜିଆରଏସଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

The post ଗରିବଙ୍କ ଯୋଜନା ହଡପ ଅଭିଯୋଗ: ଜଳେଶ୍ୱର ଖୁୁଲୁଡା ଗାଁରେ ଆବାସ ଯୋଜନାରେ ଚଞ୍ଚକତା first appeared on Kanak News.