ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ରାଜଧାନୀରେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୨୫।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶୁକ୍ରବାର ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ବୁଧବାର ଫୁଲ୍‌ଡ୍ରେସ୍‌ ପରେଡ୍‌ କରାଯାଇଥିଲା। ସକାଳେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଯୋଗଦେଇ ଏହାକୁ ନିରୀକ୍ଷଣ କରିଥିଲେ। ତେବେ ଏଥର ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ୍‌ ଅଫିସର ଏ.ବି. ଶିଳ୍ପା। ପରେଡ୍‌ରେ ୬୪ଟି ଗ୍ରୁପ୍‌ (କଣ୍ଟିଜେଣ୍ଟ୍‌) ଅଂଶଗ୍ରହଣ କରିବେ। ସେହିପରି […] The post ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ରାଜଧାନୀରେ ୩୦ ପ୍ଲାଟୁନ ଫୋର୍ସ appeared first on Dharitri Odia News.

ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ରାଜଧାନୀରେ ୩୦ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର,୨୫।୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ଶୁକ୍ରବାର ରାଜ୍ୟସ୍ତରୀୟ ୭୫ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ସହରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ବୁଧବାର ଫୁଲ୍‌ଡ୍ରେସ୍‌ ପରେଡ୍‌ କରାଯାଇଥିଲା। ସକାଳେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉପସ୍ଥିତିରେ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ ଯୋଗଦେଇ ଏହାକୁ ନିରୀକ୍ଷଣ କରିଥିଲେ। ତେବେ ଏଥର ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ୍‌ ଅଫିସର ଏ.ବି. ଶିଳ୍ପା। ପରେଡ୍‌ରେ ୬୪ଟି ଗ୍ରୁପ୍‌ (କଣ୍ଟିଜେଣ୍ଟ୍‌) ଅଂଶଗ୍ରହଣ କରିବେ। ସେହିପରି ଏହି ଉତ୍ସବରେ ଝାଡଖଣ୍ଡ ପୋଲିସ ମଧ୍ୟ ଯୋଗଦେବ। ଆର୍ମି, ନ୍ୟାଭି, ପୋଲିସର ବିଭିନ୍ନ ଓ୍ବିଙ୍ଗ୍‌, ସ୍କୁଲ ଛାତ୍ରୀଛାତ୍ରଙ୍କ ସମେତ ବିଭିନ୍ନ ଗ୍ରୁପ୍‌ର ଚିତ୍ତାକର୍ଷକ ପରେଡ୍‌ ଦେଖିବାକୁ ମିଳିବ। ଏସବୁ ଗ୍ରୁପ୍‌ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବାଘନାଚ, ମୟୂର ନାଚ ଆଦି ଗ୍ରୁପ୍‌ର ଅଭ୍ୟାସ କରାଯାଇଥିଲା। ଏଥିସହ ଛାତ୍ରୀଛାତ୍ରଙ୍କ ଦ୍ୱାରା ଡେୟାରଡେଭିଲ ବାଇକ ଶୋ ଦର୍ଶକଙ୍କୁ ଅଧିକ ଆକର୍ଷିତ କରିଥିଲା। ଏହି ଶୋ’ରେ ୩୫ଜଣ ବାଳକ ଓ ୩୦ଜଣ ବାଳିକା ଭାଗ ନେଇଥିଲେ। ଅପରପକ୍ଷେ କଣ୍ଟିଜେଣ୍ଟ ମଧ୍ୟରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌), ଓଡ଼ିଶା ରାଜ୍ୟ ସଶସ୍ତ୍ର ପୋଲିସ (ସପ୍ତମ ବାଟାଲିଅନ), ସ୍ବତନ୍ତ୍ର ସୁରକ୍ଷା ବାଟାଲିଅନ (ଏସ୍‌ଏସ୍‌ଜି), ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ (ଏସ୍‌ଓଜି), ସିଆର୍‌ପିଏଫ୍‌, ଅଗ୍ନିଶମ ଏବଂ ଓଡ୍ରାଫ୍‌, ଆର୍ମି, ନ୍ୟାଭି ଓ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଗ୍ରୁପ୍‌ ରହିଛି। ଏନେଇ ପୋଲିସ ଡିଜି କେହିଛନ୍ତି, ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ଉତ୍ସାହର ସହ ପାଳନ କରିବାକୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୦ ପ୍ଲାଟୁନ ଫୋର୍ସ ଓ ୨୦୦ ଜଣରୁ ଊର୍ଦ୍ଧ୍ୱ ଅଧିକାରୀଙ୍କୁ ନିୟୋଜିତ କରାଯିବ। ତେବେ ପରେଡ ସମୟରେ ମହାତ୍ମାଗାନ୍ଧୀ ମାର୍ଗ ଓ ଏହାକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସର୍ବସାଧାରଣଙ୍କ ଯାତାୟାତ ପାଇଁ ବନ୍ଦ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ସାଧାରଣତନ୍ତ୍ର ଦିବସ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ରାଜଧାନୀରେ ୩୦ ପ୍ଲାଟୁନ ଫୋର୍ସ appeared first on Dharitri Odia News.