ପତ୍ନୀ ସହ ଝଗଡ଼ା ପରେ କୂଅକୁ ଡେଇଁଲା ଯୁବକ, ବଞ୍ଚାଇବାକୁ ଯାଇ ୫ ମୃତ

ନୂଆଦିଲ୍ଲୀ: ନୂଆବର୍ଷରେ ଝାଡ଼ଖଣ୍ଡରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି । ହଜାରିବାଗରେ ପତ୍ନୀଙ୍କ ସହ ବିବାଦ ଯୋଗୁଁ ଯୁବକ ଜଣକ ବାଇକ ସହ କୂଅକୁ ଡେଇଁ ପଡ଼ିଲେ । ଯୁବକଙ୍କୁ ବଞ୍ଚାଇବାକୁ ଯାଇ ପାଞ୍ଚ ଜଣଙ୍କ ଜୀବନ ଚାଲିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତ ଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।ହଜାରିବାଗର ଚରହି ପ୍ରଚଣ୍ଡ ଗାଁ ସରବହାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ ବିବାଦକୁ ନେଇ ସ୍ୱାମୀ ସୁନ୍ଦର କରମାଲୀ ଏବଂ ପତ୍ନୀ ରୁପା କରମାଲୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ସୁନ୍ଦର ରାଗି ଯାଇ ଘରୁ ଚାଲି ଯାଇଥିଲେ ଏବଂ ବାଇକ ସହ କୂଅକୁ ଡେଇଁ ପଡ଼ିଥିଲେ ।ବୁଡ଼ୁଥିବା ସୁନ୍ଦରଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଚାରି ଜଣ କୂଅକୁ ଓହ୍ଲାଇଥିଲେ । ତେବେ ସୁନ୍ଦରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସମସ୍ତଙ୍କ ଜୀବନ ଚାଲିଗଲା । ମୃତଙ୍କ ନାଁ ସୁନ୍ଦର, ରାହୁଲ, ସୂରଜ, ବିନୟ ଏବଂ ପଙ୍କଜ ବୋଲି ଜଣାପଡ଼ିଛି । ବିନୟ-ପଙ୍କଜ ଦୁଇ ଭାଇ ଥିଲେ । ରାହୁଲ ତାଙ୍କ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ । ମୃତକଙ୍କ ବୟସ ୨୫-୩୦ ବର୍ଷ ମଧ୍ୟରେ ଥିବା କୁହାଯାଇଛି ।

ପତ୍ନୀ ସହ ଝଗଡ଼ା ପରେ କୂଅକୁ ଡେଇଁଲା ଯୁବକ, ବଞ୍ଚାଇବାକୁ ଯାଇ ୫ ମୃତ

ନୂଆଦିଲ୍ଲୀ: ନୂଆବର୍ଷରେ ଝାଡ଼ଖଣ୍ଡରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି । ହଜାରିବାଗରେ ପତ୍ନୀଙ୍କ ସହ ବିବାଦ ଯୋଗୁଁ ଯୁବକ ଜଣକ ବାଇକ ସହ କୂଅକୁ ଡେଇଁ ପଡ଼ିଲେ । ଯୁବକଙ୍କୁ ବଞ୍ଚାଇବାକୁ ଯାଇ ପାଞ୍ଚ ଜଣଙ୍କ ଜୀବନ ଚାଲିଯାଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ମୃତ ଦେହ ବାହାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ହଜାରିବାଗର ଚରହି ପ୍ରଚଣ୍ଡ ଗାଁ ସରବହାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ଘରୋଇ ବିବାଦକୁ ନେଇ ସ୍ୱାମୀ ସୁନ୍ଦର କରମାଲୀ ଏବଂ ପତ୍ନୀ ରୁପା କରମାଲୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯେଉଁଥିରେ ସୁନ୍ଦର ରାଗି ଯାଇ ଘରୁ ଚାଲି ଯାଇଥିଲେ ଏବଂ ବାଇକ ସହ କୂଅକୁ ଡେଇଁ ପଡ଼ିଥିଲେ ।

ବୁଡ଼ୁଥିବା ସୁନ୍ଦରଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଚାରି ଜଣ କୂଅକୁ ଓହ୍ଲାଇଥିଲେ । ତେବେ ସୁନ୍ଦରଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସମସ୍ତଙ୍କ ଜୀବନ ଚାଲିଗଲା । ମୃତଙ୍କ ନାଁ ସୁନ୍ଦର, ରାହୁଲ, ସୂରଜ, ବିନୟ ଏବଂ ପଙ୍କଜ ବୋଲି ଜଣାପଡ଼ିଛି । ବିନୟ-ପଙ୍କଜ ଦୁଇ ଭାଇ ଥିଲେ । ରାହୁଲ ତାଙ୍କ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ । ମୃତକଙ୍କ ବୟସ ୨୫-୩୦ ବର୍ଷ ମଧ୍ୟରେ ଥିବା କୁହାଯାଇଛି ।