ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର
ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବାରାମତି, ୟେଭଲା ଠାରୁ ଛଗନ ଭୁଜବଳ ଏବଂ ଆମ୍ବେଗାଓଁର ଦିଲୀପ ୱାଲ୍ସ ପାଟିଲ ପ୍ରାର୍ଥୀ ହୋଇଛନ୍ତି। ଏହାପୂର୍ବରୁ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୪୫ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। ବିଜୟର ଚୌକା ମାରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୁଣି ଥରେ କୋପରି […] The post ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର appeared first on Dharitri Odia News.
ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ବାରାମତି, ୟେଭଲା ଠାରୁ ଛଗନ ଭୁଜବଳ ଏବଂ ଆମ୍ବେଗାଓଁର ଦିଲୀପ ୱାଲ୍ସ ପାଟିଲ ପ୍ରାର୍ଥୀ ହୋଇଛନ୍ତି।
ଏହାପୂର୍ବରୁ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ୪୫ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଥିଲେ। ବିଜୟର ଚୌକା ମାରିବା ପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପୁଣି ଥରେ କୋପରି ପାଚପାଖାଡିରୁ ନିଜର ଦାବି ଉପସ୍ଥାପନ କରିବେ, ଯେତେବେଳେ ଦଳ ପୈଠଣରୁ ଭିଲାସ ସଂନ୍ଦିପନ ଭୁମେରଙ୍କୁ ପ୍ରାଥି କରାଯାଇଛି। ମହାରାଷ୍ଟ୍ର ନବନିର୍ମାଣ ସେନା (MNS) ଏହାର ୪୫ଜଣ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମନସେ ମୁଖ୍ୟ ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କ ନାମ ମାହିମରୁ ପ୍ରାର୍ଥି ଭାବେ ଘୋଷଣା କରାଯାଇଛି। ୱର୍ଲିରୁ ଏମଏନଏସ ମୁଖପାତ୍ର ତଥା ପୂର୍ବତନ କାଉନସିଲର ସନ୍ଦୀପ ଦେଶପାଣ୍ଡେ ପ୍ରତିଦ୍ୱନ୍ଦ୍ୱିତା କରିବେ।
The post ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର appeared first on Dharitri Odia News.