ଘାଟିରେ ଓଲଟିଲା ପିକ୍‌ଅପ୍‌: ୪୦ ଆହତ

ଦିଗପହଣ୍ଡି,୧୦ା୩(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଶକ୍ତିପୀଠରୁ ଫେରୁଥିବା ଏକ ପିକ୍‌ଅପ୍‌ ରବିବାର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ଜଣ ଆହତ ହୋଇଛନ୍ତି। ଦିପଗହଣ୍ଡି ଦମକଳ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ୬ ଜଣଙ୍କ ଅବସ୍ଥା ଗୁରୁତର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି। ଆହତ ଓ ଗୁରୁତରମାନେ ପାତ୍ରପୁର […] The post ଘାଟିରେ ଓଲଟିଲା ପିକ୍‌ଅପ୍‌: ୪୦ ଆହତ appeared first on Dharitri Odia News.

ଘାଟିରେ ଓଲଟିଲା ପିକ୍‌ଅପ୍‌: ୪୦ ଆହତ

ଦିଗପହଣ୍ଡି,୧୦ା୩(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଶକ୍ତିପୀଠରୁ ଫେରୁଥିବା ଏକ ପିକ୍‌ଅପ୍‌ ରବିବାର ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ଜଣ ଆହତ ହୋଇଛନ୍ତି।

ଦିପଗହଣ୍ଡି ଦମକଳ କର୍ମଚାରୀମାନେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ୬ ଜଣଙ୍କ ଅବସ୍ଥା ଗୁରୁତର ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ ମେଡିକାଲ୍‌ ସ୍ଥାନାନ୍ତର କରାଯାଇଛି। ଅନ୍ୟ ସମସ୍ତ ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇ ଛାଡି ଦିଆଯାଇଛି। ଆହତ ଓ ଗୁରୁତରମାନେ ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ କେନ୍ଦୁଗୁମ୍ମା, ପାଣିପାଟ୍ଟ, ଝଗଡାପଲ୍ଲୀ, ଘାଟି ଆମ୍ବଗଁା, ବାଲିବାଡ,ବାଦୁଆ ଗ୍ରାମର ବୋଲି ସୂଚନା ମିଳିିଛି। ଦିଗପହଣ୍ଡି ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ଦୁର୍ଘଟଣାଗ୍ରସ୍ତ ପିକ୍‌ଅପ୍‌ ଗାଡିକୁ ଜବତ କରିଛି।

The post ଘାଟିରେ ଓଲଟିଲା ପିକ୍‌ଅପ୍‌: ୪୦ ଆହତ appeared first on Dharitri Odia News.