ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ପ୍ରଥମରୁ ପୋଲିସ ଅଭିଯୋଗ ଗ୍ରହଣ କରି ଏପର୍ଯ୍ୟନ୍ତ ନୀରବ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାରୁ ପ୍ରକାଶ ଯେ ଗତ ୧୦ତାରିଖ ମଙ୍ଗଳବାର ରାତି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରୁ ଥାନାକୁ ଏକ, ଏମ୍ ଏଲ୍ ସି (ମେଡିକାଲ ଲିଗାଲ କେଶ) ସୂଚନା ଆସିଥିଲା। […] The post ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ appeared first on Dharitri Odia News.

ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ

ବଣାଇଁ,୧୮ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଞ୍ଚଳରେ ଆଠ ଦିନ ତଳେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣା ବୁଧବାର ଲୋକଲୋଚନକୁ ଆସିଛି। ଘଟଣା ଚର୍ଚ୍ଚାର ବିଷୟ ସାଜିଥିବା ବେଳେ ପ୍ରଥମରୁ ପୋଲିସ ଅଭିଯୋଗ ଗ୍ରହଣ କରି ଏପର୍ଯ୍ୟନ୍ତ ନୀରବ ରହିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଘଟଣାରୁ ପ୍ରକାଶ ଯେ ଗତ ୧୦ତାରିଖ ମଙ୍ଗଳବାର ରାତି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରୁ ଥାନାକୁ ଏକ, ଏମ୍ ଏଲ୍ ସି (ମେଡିକାଲ ଲିଗାଲ କେଶ) ସୂଚନା ଆସିଥିଲା। ସେଥିରେ ଜଣେ ନାବାଳିକା ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଳୟରେ ଭର୍ତି ହୋଇଥିବା ଉଲ୍ଲେଖଥିଲା। ଏହାକୁ ଭିତ୍ତିକରି ବଣାଇଁ ପୋଲିସ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି ଆହତ ନାବାଳିକାଙ୍କୁ ସଙ୍କଟାପର୍ଣ୍ଣ ଅବସ୍ଥାରେ ଦେଖି ତୁରନ୍ତ ରାଉରକେଲା ସ୍ଥାନାନ୍ତରିତ କରିବା ପାଇଁ କହି ପରଦିନ ଅର୍ଥାତ୍ ଏଗାର ତାରିଖ ବୁଧବାର ସକାଳେ ନାବାଳିକାର ପରିବାରଙ୍କ ଅଭିଯୋଗ କ୍ରମେ ଏକ ମାମଲା ରୁଜୁ କରିଥିଲା।

ବଣାଇଁ ଥାନାରେ ଏ ସଂକ୍ରାନ୍ତରେ ଏକ କେଶ ନଂ ୧୮୭/୧୧.୯.୨୦୨୪ ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି। ପରିବାରଙ୍କ ଅଭିଯୋଗ ପତ୍ରରେ ତାଙ୍କ ନାବାଳିକା କନ୍ୟାଙ୍କୁ ଦେଉଳହୁଡ଼ି ଅଞ୍ଚଳର ଜଣେ ଯୁବକ ଶିବ ଭୂମିଜ ଭଲ ପାଉଥିବା ଓ ଗର୍ଭବତୀ କରି ମାରିବା ଉଦ୍ୟମ କରିଥିବା ନେଇ ଲେଖିଛନ୍ତି। ଶିବ ଆଗରୁ ବିବାହିତ ଓ ତାର ସ୍ତ୍ରୀ’ ଗତ ମେଁ ମାସ ୨୫ ତାରିଖରେ ଆତ୍ମହତ୍ୟା କରି ମୃତ୍ୟୁବରଣ କରି ସାରିଛି। ଏପରିକି ତାର ଏକ ଦୁଇବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛି।

ଅପରପକ୍ଷରେ ପୀଡିତା ନାବାଳିକା ବାପା ଛେଉଣ୍ଡ। ଅଭିଯୋଗ ଅନୁଯାୟୀ ହତ୍ୟା ଉଦ୍ଦେଶ୍ୟରେ ଶିବ ମୁମୁର୍ଷୁ ଅବସ୍ଥାରେ ଝିଅକୁ ପାଖ ଜଙ୍ଗଲର ଏକ ଗାଡ଼ିଆ ଭିତରେ ପକାଇ ମରିଗଲା ଭାବି ଚାଲିଯାଇଥିଲା। ପରେ କିଛି ଗ୍ରାମବାସୀ ସେଠାରେ ମୁମୁର୍ଷୁ ନାବାଳିକାକୁ ପାଇ ପରିବାରକୁ ଖବର ଦେଇଥିଲେ। ଗ୍ରାମବାସୀ ଓ ପରିବାର ଚିକିତ୍ସାଳୟ ରେ ଭର୍ତି କରିଥିବା ମଧ୍ୟ କହିଛନ୍ତି। ଏତେ ବଡ଼ ଅଭିଯୋଗ ପରେ ମଧ୍ୟ ପୋଲିସର ନୀରବତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ପୀଡିତା ନାବାଳିକା ଏବେ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଜଣାପଡ଼ଛି।

The post ନାବାଳିକାକୁ ଗର୍ଭବତୀ କରି ହତ୍ୟା ଉଦ୍ୟମ ଅଭିଯୋଗ: ଘଟଣାର ଆଠ ଦିନ ପରେ ବି ପୋଲିସ ନିଷ୍କ୍ରିୟ appeared first on Dharitri Odia News.