କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା: ଗିରଫ ୭ ଯୁବକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ରାସ୍ତାରେ କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ୭ ଜଣ ଯୁବକଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ଜେଏଫଏମସି କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଏହି ମାମଲାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ଚନ୍ଦକା ପୋଲିସ।ଭୁବନେଶ୍ବର ଅତିରିକ୍ତ ଡିସିପି କୃଷ୍ଣପ୍ରସାଦ ଦାସଙ୍କ ସୂଚନା ଅନୁସାରେ ସେମାନଙ୍କ ନିକଟରୁ ଗୋଟିଏ ଗାଡି ସହ ୧୧ଟି ମୋବାଇଲ ଜବତ କରାଯାଇଛି। ଗତ ୧୫ ତାରିଖ ବିଳମ୍ବିତ ରାତିରେ ୭ ଜଣ ଯୁବକ କ୍ୟାପଟେନ୍ ଓ ବାନ୍ଧବୀଙ୍କ ସହ ବଚସା, ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ସମସ୍ତେ ଇଞ୍ଜିନିୟରିଂ ଛାତ୍ର । ଗିରଫ ପରେ ଶନିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଶେଷରେ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ସେପଟେ ଭରତପୁର ଥାନାରେ ଘଟିଥିବା ଚର୍ଚ୍ଚିତ ଘଟଣାକୁ ନେଇ ରାଜନୀତି କରାନଯାଉ। ସରକାର ଉଚିତ ପଦକ୍ଷେପ ନେଇଛନ୍ତି, ବିରୋଧୀ ତାକୁ ରାଜନୀତିର ରୂପ ନଦିଅନ୍ତୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।ଏହି ଘଟଣାରେ ଭୁବନେଶ୍ବର ୟୁପିଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ଶନିବାର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ। ନିଲମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କଟକରେ ପ୍ରେସମିଟ୍ କରି ଓଡ଼ିଶା ପୋଲିସ ଆସୋସିଏସନର କର୍ମକର୍ତ୍ତାମାନେ ପୋଲିସ

କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା: ଗିରଫ ୭ ଯୁବକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ରାସ୍ତାରେ କ୍ୟାପଟେନ୍ ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ୭ ଜଣ ଯୁବକଙ୍କୁ ମିଳିଲା ଜାମିନ। ଭୁବନେଶ୍ୱର ଜେଏଫଏମସି କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଶୁକ୍ରବାର ଏହି ମାମଲାରେ ୭ ଜଣଙ୍କୁ ଅଟକ ରଖି ପଚରାଉଚୁରା କରିଥିଲା ଚନ୍ଦକା ପୋଲିସ।

ଭୁବନେଶ୍ବର ଅତିରିକ୍ତ ଡିସିପି କୃଷ୍ଣପ୍ରସାଦ ଦାସଙ୍କ ସୂଚନା ଅନୁସାରେ ସେମାନଙ୍କ ନିକଟରୁ ଗୋଟିଏ ଗାଡି ସହ ୧୧ଟି ମୋବାଇଲ ଜବତ କରାଯାଇଛି। ଗତ ୧୫ ତାରିଖ ବିଳମ୍ବିତ ରାତିରେ ୭ ଜଣ ଯୁବକ କ୍ୟାପଟେନ୍ ଓ ବାନ୍ଧବୀଙ୍କ ସହ ବଚସା, ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା। ସମସ୍ତେ ଇଞ୍ଜିନିୟରିଂ ଛାତ୍ର । ଗିରଫ ପରେ ଶନିବାର ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଶେଷରେ କୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି। 

ସେପଟେ ଭରତପୁର ଥାନାରେ ଘଟିଥିବା ଚର୍ଚ୍ଚିତ ଘଟଣାକୁ ନେଇ ରାଜନୀତି କରାନଯାଉ। ସରକାର ଉଚିତ ପଦକ୍ଷେପ ନେଇଛନ୍ତି, ବିରୋଧୀ ତାକୁ ରାଜନୀତିର ରୂପ ନଦିଅନ୍ତୁ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଏହି ଘଟଣାରେ ଭୁବନେଶ୍ବର ୟୁପିଡିର ସମସ୍ତ ପୋଲିସ କର୍ମଚାରୀ ଓ ଅଧିକାରୀ ଶନିବାର ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ଏକାଠି ହୋଇଥିଲେ। ନିଲମ୍ବିତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ନ୍ୟାୟ ନମିଳିଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ କଟକରେ ପ୍ରେସମିଟ୍ କରି ଓଡ଼ିଶା ପୋଲିସ ଆସୋସିଏସନର କର୍ମକର୍ତ୍ତାମାନେ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ପାଇଁ ପୋଲିସ ଡିଜିଙ୍କୁ ନିବେଦନ କରିଛନ୍ତି।