ତ୍ରିକୋଣୀୟ ପ୍ରେମକୁ ନେଇ ହତ୍ୟା ! ବିଚ୍ ରାସ୍ତାରେ ଯୁବକଙ୍କୁ ଖଣ୍ଡାରେ ହାଣିଲେ
ଭୁବନେଶ୍ୱର ୧୬।୦୩ : ପ୍ରେମ ପାଇଁ ନାରକୀୟ କାଣ୍ଡ । ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ଖଣ୍ଡା ଚୋଟରେ ଗଡିଲା ଜଣେ ଯୁବକଙ୍କ ମୁଣ୍ଡ । ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା ବୋଲି ଜଣାପଡିଛି । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଲା ମୁଣ୍ଡ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ । ଖଣ୍ଡା ଚୋଟରେ ଗଡ଼ିଛି ଯୁବକଙ୍କ ମୁଣ୍ଡ । ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା । ଏକ କ୍ୟାଟରିଂ ସଂସ୍ଥାରେ କାମ କରନ୍ତି ଅଞ୍ଜନ । ରାତି ପ୍ରାୟ ୨ ଟା ସମୟରେ ପିଙ୍କୁ ନାମକ ଅଭିଯୁକ୍ତ ଅଞ୍ଜନଙ୍କୁ ଖଣ୍ଡାରେ ହାଣିଥିବା ସୂଚନା। ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀ । ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ଏହାସହିତ ହତ୍ୟା ଘଟଣାରେ ଛାନ୍ଭିନ୍ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ଏହାସହିତ ହତ୍ୟାକାଣ୍ଡରେ ସଂପୃକ୍ତ ଯୁବକ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।
ଭୁବନେଶ୍ୱର ୧୬।୦୩ : ପ୍ରେମ ପାଇଁ ନାରକୀୟ କାଣ୍ଡ । ରାଜଧାନୀରେ ପୁଣି ହତ୍ୟାକାଣ୍ଡ । ଖଣ୍ଡା ଚୋଟରେ ଗଡିଲା ଜଣେ ଯୁବକଙ୍କ ମୁଣ୍ଡ । ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା ବୋଲି ଜଣାପଡିଛି । ଲକ୍ଷ୍ମୀସାଗର ଥାନା ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପ୍ରେମ ବ୍ୟାପରକୁ କେନ୍ଦ୍ର କରି ରାଜଧାନୀରେ ଗଡ଼ିଲା ମୁଣ୍ଡ । ତ୍ରିକୋଣୀୟ ପ୍ରେମରୁ ହତ୍ୟା କରାଯାଇଥିବା ସନ୍ଦେହ । ଖଣ୍ଡା ଚୋଟରେ ଗଡ଼ିଛି ଯୁବକଙ୍କ ମୁଣ୍ଡ । ମୃତକଙ୍କ ନାଁ ହେଉଛି ଅଞ୍ଜନ ବେହେରା । ଏକ କ୍ୟାଟରିଂ ସଂସ୍ଥାରେ କାମ କରନ୍ତି ଅଞ୍ଜନ । ରାତି ପ୍ରାୟ ୨ ଟା ସମୟରେ ପିଙ୍କୁ ନାମକ ଅଭିଯୁକ୍ତ ଅଞ୍ଜନଙ୍କୁ ଖଣ୍ଡାରେ ହାଣିଥିବା ସୂଚନା। ଗୁରୁତର ଅବସ୍ଥାରେ ଅଞ୍ଜନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଯୁବକଙ୍କ ଘର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚମ୍ପା ପୋଖରୀ ।

ସେପଟେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । ଏହାସହିତ ହତ୍ୟା ଘଟଣାରେ ଛାନ୍ଭିନ୍ ଜାରି ରଖିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ । ଏହାସହିତ ହତ୍ୟାକାଣ୍ଡରେ ସଂପୃକ୍ତ ଯୁବକ ଫେରାର ଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ପୋଲିସ ।