RSP ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ, ଗ୍ୟାସ୍‌ ଲିକ୍‌ରୁ ୮ ଶ୍ରମିକ ଗୁରୁତର

ରାଉରକେଲା ୦୧/୦୭: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି। ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି।  ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା। ବିଷାକ୍ତ ଗ୍ୟାସରେ ଶ୍ୱାସ ରୁଦ୍ଧ ହୋଇ  ୮ ଶ୍ରମିକ ଗୁରୁତର ହୋଇଛନ୍ତି।

RSP ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ, ଗ୍ୟାସ୍‌ ଲିକ୍‌ରୁ ୮ ଶ୍ରମିକ ଗୁରୁତର

ରାଉରକେଲା ୦୧/୦୭: ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ଅଘଟଣ ଘଟିଛି। ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ ଲିକ୍ ହେବା ଯୋଗୁ ୮ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି। ଗୁରୁତର ଶ୍ରମିକଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତେ ଆଇସିୟୁରେ ଥିବା ଜଣାଯାଇଛି।  

ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ ବିଷାକ୍ତ କାର୍ବନ ମନୋକ୍ସାଇଡ୍‌ ଗ୍ୟାସ୍‌ ଲିକ୍ ହୋଇଥିଲା। ବିଷାକ୍ତ ଗ୍ୟାସରେ ଶ୍ୱାସ ରୁଦ୍ଧ ହୋଇ  ୮ ଶ୍ରମିକ ଗୁରୁତର ହୋଇଛନ୍ତି।