ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

କେସିଙ୍ଗା,୨୩। ୩(ତୁମେଶର ସାହୁ): କେସିଙ୍ଗା ବ୍ଲକ୍‌ର ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଦେବକୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ରୀମା ନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ରାମେଶ୍ୱର ସାହୁ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ସାହୁ, ଦେବାଧି ନାୟକ, ବ୍ୟୋମକେଶ ବଗର୍ତ୍ତି, ଖବରଦାତା ବଳରାମ ନାଏକ, ସ୍କୁଲ କମିଟି ସଭାପତି ଦ୍ରୁମକାନ୍ତି ସ୍ବାଇଁ, ସିଆର୍‌ସିସି […] The post ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ appeared first on Dharitri Odia News.

ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ

କେସିଙ୍ଗା,୨୩। ୩(ତୁମେଶର ସାହୁ): କେସିଙ୍ଗା ବ୍ଲକ୍‌ର ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ଦେବକୀ ମାଝୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ରୀମା ନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତାଭାବେ ରାମେଶ୍ୱର ସାହୁ, ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ଶିକ୍ଷକ ହୃଷୀକେଶ ସାହୁ, ଦେବାଧି ନାୟକ, ବ୍ୟୋମକେଶ ବଗର୍ତ୍ତି, ଖବରଦାତା ବଳରାମ ନାଏକ, ସ୍କୁଲ କମିଟି ସଭାପତି ଦ୍ରୁମକାନ୍ତି ସ୍ବାଇଁ, ସିଆର୍‌ସିସି ଧୀରେନ୍ଦ୍ର ପଧାନ, ଲାବନ୍ୟ ସ୍ବାଇଁ,ପ୍ରଦୀପ ପଧାନ ଯୋଗଦେଇଥିଲେ। ଶିକ୍ଷକ ଯୋଗେଶ୍ୱର ବାଗ, ରୋହିତ ସାହୁ,ସ୍କୁଲ କମିଟି ସଭ୍ୟା ତରୁଲତା ଜାନୀ, ବୁଧବାରୀ ମାଝି, ଶିକ୍ଷୟିତ୍ରୀ ସୁପ୍ରଭା ଜାଲ, ଶୁଚିସ୍ମିତା ସୁବୁଦ୍ଧି, ସୁନିତା ପଧାନ ଏବଂ ବାହାରୁ ଆସିଥିବା ଶିକ୍ଷକମାନେ ଉପସ୍ଥିତ ଥିଲେ। ପରେ ଛାତ୍ରୀଛାତ୍ରମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା।

The post ବୋରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଥମ ବାର୍ଷିକ ଉତ୍ସବ appeared first on Dharitri Odia News.