୮୫୦ରୁ ଊର୍ଦ୍ଧ୍ୱ ଖଣିଜ ରତ୍ନପଥର ପ୍ରଦର୍ଶିତ, ବିଶ୍ୱ ରେକର୍ଡ ପାଇଁ ଆଶା ବାନ୍ଧିଛନ୍ତି ସଂଗ୍ରାହକ
ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ବୁଧବାର ‘ଦି ଓ୍ବାଣ୍ଡର ମିନେରାଲ୍ସ ପ୍ରୋଗ୍ରାମ’ ଜରିଆରେ ଖଣିଜ ରତ୍ନପଥର ଏବଂ ଜୀବାଶ୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପୂର୍ବତନ ଲୋକ ସଭା ଏମ୍ପି ତଥା ରାଜ୍ୟ ମ୍ୟୁଜିୟମର ପୂର୍ବତନ ଡାଇରେକ୍ଟର ଡଃ ପ୍ରଭାସ ସିଂ, ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡଃ ଡି. ବି. ଗଡ଼ନାୟକ, ସମ୍ବଲପୁର […] The post ୮୫୦ରୁ ଊର୍ଦ୍ଧ୍ୱ ଖଣିଜ ରତ୍ନପଥର ପ୍ରଦର୍ଶିତ, ବିଶ୍ୱ ରେକର୍ଡ ପାଇଁ ଆଶା ବାନ୍ଧିଛନ୍ତି ସଂଗ୍ରାହକ appeared first on Dharitri Odia News.
ବରଗଡ଼,୪ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଗାନ୍ଧିଛକ ନିକଟ କଲ୍ୟାଣମଣ୍ଡପରେ ବୁଧବାର ‘ଦି ଓ୍ବାଣ୍ଡର ମିନେରାଲ୍ସ ପ୍ରୋଗ୍ରାମ’ ଜରିଆରେ ଖଣିଜ ରତ୍ନପଥର ଏବଂ ଜୀବାଶ୍ମ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ବରଗଡ଼ ଲୋକ ସଭା ଏମ୍ପି ପ୍ରଦୀପ ପୁରୋହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲ, ପୂର୍ବତନ ଲୋକ ସଭା ଏମ୍ପି ତଥା ରାଜ୍ୟ ମ୍ୟୁଜିୟମର ପୂର୍ବତନ ଡାଇରେକ୍ଟର ଡଃ ପ୍ରଭାସ ସିଂ, ସୁପରିଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡଃ ଡି. ବି. ଗଡ଼ନାୟକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଆର୍ଥ ସାଇନ୍ସ ବିଭାଗ ମୁଖ୍ୟଆସିଷ୍ଟାଣ୍ଟ ପ୍ରଫେସର ଡଃ ଦୁର୍ଯ୍ୟୋଧନ ବେହେରା, ପ୍ରଫେସର ଡଃ ପ୍ରଭାତ କୁମାର ସାହୁ, ବରିଷ୍ଠ ଖବରଦାତା ସୁରେନ୍ଦ୍ର ହୋତା, ସାଇନ୍ସ କମ୍ୟୁନିକେଟର ଲକ୍ଷ୍ମୀ ନାରାୟଣ ବକ୍ସି, ବରିଷ୍ଠ ଆଡ୍ଭୋକେଟ୍ ଅନନ୍ତ ଶୟନ ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରକୃତିପ୍ରେମ ଏନ୍ଜିଓର ସାଧାରଣ ସମ୍ପାଦକ ଉପାନନ୍ଦ ସରକାର ପ୍ରଦର୍ଶନୀ ଆୟୋଜନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ।
ଉକ୍ତ ପ୍ରଦର୍ଶନୀରେ ବରଗଡ଼ର ସଂଗ୍ରାହକ ଡଃ ସତ୍ୟକେତନ ମହାନ୍ତିଙ୍କ ଦ୍ୱାରା ସଂଗୃହୀତ ୮୫୦ରୁ ଅଧିକ ଖଣିଜ ରତ୍ନ ଏବଂ ୧୧୦୦ରୁ ଊର୍ଦ୍ଧ୍ୱ ବିଭିନ୍ନ ସାମଗ୍ରୀ ଏଥିରେ ପ୍ରଦର୍ଶିତ ହୋଇଥିଲା। ସେଥିମଧ୍ୟରୁ ଦେଶ, ବିଦେଶରୁ ସଂଗୃହୀତ ଖଣିଜ ପଥର, ଜୀବାଶ୍ମ ଆଦି ରହିଥିଲା। ବିଭିନ୍ନ ସ୍କୁଲ, କଲେଜର ଛାତ୍ରୀଛାତ୍ରଙ୍କ ସମେତ ଅଞ୍ଚଳର ଶତାଧିକ ଲୋକ ପ୍ରଦର୍ଶନୀକୁ ଆସି ସଂଗୃହୀତ ବିରଳ ସାମଗ୍ରୀ ଦେଖି ଜ୍ଞାନ ଆହରଣ କରିଥିଲେ।
ଉଲ୍ଲେଖନୀୟ ଯେ, ସଂଗ୍ରାହକ ମହାନ୍ତିଙ୍କ ପାଖରେ ଦେଶ, ବିଦେଶରୁ ସଂଗୃହୀତ ୧୪ପ୍ରକାର ବିଭାଗର ୧୭ ହଜାରରୁ ଊର୍ଦ୍ଧ୍ୱ ସାମଗ୍ରୀ ରହିଥିବା ସେ କହିଛନ୍ତି। ତନ୍ମଧ୍ୟରୁ ବୁଧବାର କେବଳ ଗୋଟିଏ ବିଭାଗର ପ୍ରଦର୍ଶନୀ ହୋଇଥିଲା। ଏଭଳି ସାମଗ୍ରୀ ସଂଗ୍ରହ କରି ସୁରକ୍ଷିତ ରଖିଥିବାରୁ ୨୦୧୩ରେ ସାଂକେତିକ ମୁଦ୍ରା ଏବଂ ୨୦୧୪ରେ ସାମୁଦ୍ରିକ ଶଙ୍ଖ ସଂଗ୍ରହ ପାଇଁ ସେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ ପାଇଛନ୍ତି। ସେହିପରି ୨୦୧୯ରେ ଭିଏଟନାମର ଓ୍ବାଲର୍ଡ ରେକର୍ଡ଼ ଇନଭର୍ସିଟି ତାଙ୍କୁ ଡକ୍ଟରେଟ୍ ଉପାଧି ପ୍ରଦାନ କରିଛି। ବୁଧବାରର ପ୍ରଦର୍ଶନୀ ମାଧ୍ୟମରେ ସେ ଇଣ୍ଟରନ୍ୟାଶନାଲ ବୁକ୍ ଅଫ୍ ରେକର୍ଡ ଦ୍ୱାରା ବିଶ୍ୱ ରେକର୍ଡରେ ସ୍ଥାନ ପାଇବେ ବୋଲି ସଂଗ୍ରାହକ ମହାନ୍ତି ଆଶା ବ୍ୟକ୍ତ କରିଛନ୍ତି।
The post ୮୫୦ରୁ ଊର୍ଦ୍ଧ୍ୱ ଖଣିଜ ରତ୍ନପଥର ପ୍ରଦର୍ଶିତ, ବିଶ୍ୱ ରେକର୍ଡ ପାଇଁ ଆଶା ବାନ୍ଧିଛନ୍ତି ସଂଗ୍ରାହକ appeared first on Dharitri Odia News.