ବିକଶିତ ଓଡ଼ିଶା ଗଠନରେ ଭାଗୀଦାର ହେବ ରୁଚି
ଭୁବନେଶ୍ୱର,୮ା୭(ଅଭୟ ଦାଶ): ବିଗତ ୪୯ବର୍ଷ ଧରି ସମାଜର ବିବିଧ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ରୁଚି ଏକ ମହନୀୟ ପରମ୍ପରା ସୃଷ୍ଟି କରିଛି। ଏପରିକି କୋମଳମତି ଛାତ୍ରୀଛାତ୍ରମାନଙ୍କ ଜୀବନ ଗଠନ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଏହି ଅନୁଷ୍ଠାନ ସେମାନଙ୍କୁ ପ୍ରେରଣା ପ୍ରଦାନ କରି ଯେଉଁ ଅଭିନବ ପ୍ରୟାସ କରିିଆସିଛି,ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କଟକ ଜିଲାପାଳ ଅରିନ୍ଦମ ଡାକୁଆ ୪୯ତମ ରୁଚି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ […] The post ବିକଶିତ ଓଡ଼ିଶା ଗଠନରେ ଭାଗୀଦାର ହେବ ରୁଚି appeared first on Dharitri Odia News.
ଭୁବନେଶ୍ୱର,୮ା୭(ଅଭୟ ଦାଶ): ବିଗତ ୪୯ବର୍ଷ ଧରି ସମାଜର ବିବିଧ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରି ରୁଚି ଏକ ମହନୀୟ ପରମ୍ପରା ସୃଷ୍ଟି କରିଛି। ଏପରିକି କୋମଳମତି ଛାତ୍ରୀଛାତ୍ରମାନଙ୍କ ଜୀବନ ଗଠନ ପାଇଁ ପ୍ରାରମ୍ଭିକ ଅବସ୍ଥାରେ ଏହି ଅନୁଷ୍ଠାନ ସେମାନଙ୍କୁ ପ୍ରେରଣା ପ୍ରଦାନ କରି ଯେଉଁ ଅଭିନବ ପ୍ରୟାସ କରିିଆସିଛି,ତାହା ଅତ୍ୟନ୍ତ ପ୍ରଶଂସନୀୟ ବୋଲି କଟକ ଜିଲାପାଳ ଅରିନ୍ଦମ ଡାକୁଆ ୪୯ତମ ରୁଚି ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି କିଛି ମତ ବ୍ୟକ୍ତ କରିଛନ୍ତି।
ମଧୁପାଟଣା ଶିଳ୍ପାଞ୍ଚଳସ୍ଥିତ ରୁଚି ଶିଳ୍ପୋଦ୍ୟୋଗ ପରିସରସ୍ଥିତ ଶ୍ରୀ ଲକ୍ଷେଶ୍ୱର ମଣ୍ଡପଠାରେ ଆୟୋଜିତ ଭବ୍ୟ ସମାରୋହରେ ‘ରୁଚି’ର ନିର୍ଦ୍ଦେଶକ ତଥା ଭାରତୀୟ ମହାବୋଧି ସୋସାଇଟିର ଟ୍ରଷ୍ଟି ଡ.ସାୈରେନ୍ଦ୍ର କୁମାର ମହାପାତ୍ର, ନିର୍ଦ୍ଦେଶକ ଅରବିନ୍ଦ ସାହୁ, ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ, ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ସଲିନା ସାହୁ ଓ ରଶ୍ମୀ ସାହୁ ପ୍ରମୁଖ ପ୍ରତିଷ୍ଠା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ। ରୁଚିର ପରିଚାଳନା ନିର୍ଦ୍ଦେଶକ ଡ.ଶରତ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୁଚିର ଆଗାମୀ ସୁବର୍ଣ୍ଣ ଜୟନ୍ତୀ ବର୍ଷ ଅବସରରେ ବିଭିନ୍ନ ସାମାଜିକ ଓ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମ ଜରିଆରେ ନୂଆ ଓଡ଼ିଶା ଗଠନ ସହିତ ନୂତନ ସଂକଳ୍ପ ବିଷୟରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ।
‘ରୁଚି’ର ଲୋକସମ୍ପର୍କ ବିଭାଗ ମୁଖ୍ୟ ଶୁଭେନ୍ଦୁ କୁମାର ଭୂୟାଁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ମାନସୀରାଣୀ ପାତ୍ରଙ୍କୁ ‘ରୁଚି କଳା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ରୁଚି ପରିବାରର କର୍ମଚାରୀମାନଙ୍କ ମାଟ୍ରିକ ଉତ୍ତୀର୍ଣ୍ଣ ୪୪ଜଣ ଛାତ୍ରୀଛାତ୍ରଙ୍କୁ ଅର୍ଥରାଶି ପୁରସ୍କାର ସହିତ ରୁଚି ବିଦ୍ୟାର୍ଥୀ ସମ୍ମାନ, ୨୦ଜଣ କର୍ମଚାରୀଙ୍କୁ ୫ହଜାର ଟଙ୍କା ଲେଖାଏଁ ଅର୍ଥରାଶି ପୁରସ୍କାର ଏବଂ ୪୯ଜଣ କର୍ମଚାରୀଙ୍କୁ ବିଶେଷ ଉପଢ଼ାୈକନ ସହିତ ପୁରସ୍କାର ପ୍ରଦାନ କରାଯାଇଥିଲା।
The post ବିକଶିତ ଓଡ଼ିଶା ଗଠନରେ ଭାଗୀଦାର ହେବ ରୁଚି appeared first on Dharitri Odia News.