୨୦୦୦ ଟଙ୍କା ନୋଟ ଏକ୍ସଚେଞ୍ଜ: ଆରବିଆଇ ଦେଲା ବଡ଼ ଅପଡେଟ୍
ମୁମ୍ବାଇ,୮।୧: ଯଦି ଆପଣ ଏ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ ବଦଳାଇନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ନେଇ ଏକ ବଡ ଅପଡେଟ୍ ଦେଇଛି। ଆରବିଆଇ କହିଛି ଯେ, ପ୍ରତ୍ୟାହାର ହୋଇଥିବା ୨୦୦୦ ଟଙ୍କିଆ ନୋଟ ପୋଷ୍ଟ ଅଫିସ ସହାୟତାରେ ମଧ୍ୟ ବଦଳାଯାଇପାରିବ । ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ଘରେ ୨୦୦୦ ଟଙ୍କା ନୋଟ ଅଛି ଏବଂ ଆପଣ ଏହାକୁ […] The post ୨୦୦୦ ଟଙ୍କା ନୋଟ ଏକ୍ସଚେଞ୍ଜ: ଆରବିଆଇ ଦେଲା ବଡ଼ ଅପଡେଟ୍ appeared first on Dharitri Odia News.
ମୁମ୍ବାଇ,୮।୧: ଯଦି ଆପଣ ଏ ପର୍ଯ୍ୟନ୍ତ ୨୦୦୦ ଟଙ୍କା ନୋଟ ବଦଳାଇନାହାନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ ବଦଳାଇବାକୁ ନେଇ ଏକ ବଡ ଅପଡେଟ୍ ଦେଇଛି। ଆରବିଆଇ କହିଛି ଯେ, ପ୍ରତ୍ୟାହାର ହୋଇଥିବା ୨୦୦୦ ଟଙ୍କିଆ ନୋଟ ପୋଷ୍ଟ ଅଫିସ ସହାୟତାରେ ମଧ୍ୟ ବଦଳାଯାଇପାରିବ ।
ଏପରି ପରିସ୍ଥିତିରେ, ଯଦି ଆପଣଙ୍କ ଘରେ ୨୦୦୦ ଟଙ୍କା ନୋଟ ଅଛି ଏବଂ ଆପଣ ଏହାକୁ ବଦଳାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ଆପଣଙ୍କୁ କେବଳ ଏକ ଆବେଦନ ଫର୍ମ ପୂରଣ କରିବାକୁ ପଡିବ ଯାହା ଅନଲାଇନରେ ଉପଲବ୍ଧ। ଏହା ପରେ ନୋଟଗୁଡ଼ିକୁ ପୋଷ୍ଟ ଅଫିସର କୌଣସି ସୁବିଧାରୁ ଆରବିଆଇ କାର୍ଯ୍ୟାଳୟକୁ ପଠାଇବାକୁ ପଡିବ। ସୂଚନା ଅନୁଯାୟୀ, ଫର୍ମଟି ଆରବିଆଇ ୱେବସାଇଟରେ ଉପଲବ୍ଧ।
The post ୨୦୦୦ ଟଙ୍କା ନୋଟ ଏକ୍ସଚେଞ୍ଜ: ଆରବିଆଇ ଦେଲା ବଡ଼ ଅପଡେଟ୍ appeared first on Dharitri Odia News.