କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଉପହାର ଦେଲା ଆରବିଆଇ
ନୂଆଦିଲ୍ଲୀ,୬।୩: ଦେଶର କୋଟି କୋଟି କ୍ରେଡିଟ୍ କାର୍ଡଧାରୀଙ୍କୁ ରିଜର୍ଭ ବ୍ୟାଙ୍କ ଏକ ଉପହାର ଦେଇଛି। ବର୍ତ୍ତମାନ କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ କାର୍ଡ କିଣିବା ସମୟରେ ନିଜ ପସନ୍ଦର କାର୍ଡ ନେଟୱାର୍କ ବାଛିବାରେ ସକ୍ଷମ ହେବେ। ଏହା ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଥିଲା। ବର୍ତ୍ତମାନ ବୁଧବାର ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମା ଜାରି କରିଛି। ପେମେଣ୍ଟ ଆଣ୍ଡ ସେଟଲେମେଣ୍ଟ ସିଷ୍ଟମ ଆକ୍ଟ ୨୦୦୭ ଅନୁଯାୟୀ ଆରବିଆଇ ଏହି ନିର୍ଦ୍ଦେଶନାମା ଜାରି କରିଛି। ସେଣ୍ଟ୍ରାଲ ବ୍ୟାଙ୍କ କହିଛି , […] The post କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଉପହାର ଦେଲା ଆରବିଆଇ appeared first on Dharitri Odia News.
ନୂଆଦିଲ୍ଲୀ,୬।୩: ଦେଶର କୋଟି କୋଟି କ୍ରେଡିଟ୍ କାର୍ଡଧାରୀଙ୍କୁ ରିଜର୍ଭ ବ୍ୟାଙ୍କ ଏକ ଉପହାର ଦେଇଛି। ବର୍ତ୍ତମାନ କ୍ରେଡିଟ କାର୍ଡ ବ୍ୟବହାରକାରୀମାନେ କାର୍ଡ କିଣିବା ସମୟରେ ନିଜ ପସନ୍ଦର କାର୍ଡ ନେଟୱାର୍କ ବାଛିବାରେ ସକ୍ଷମ ହେବେ। ଏହା ପୂର୍ବରୁ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ସୂଚନା ଦେଇଥିଲା। ବର୍ତ୍ତମାନ ବୁଧବାର ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶନାମା ଜାରି କରିଛି।
ପେମେଣ୍ଟ ଆଣ୍ଡ ସେଟଲେମେଣ୍ଟ ସିଷ୍ଟମ ଆକ୍ଟ ୨୦୦୭ ଅନୁଯାୟୀ ଆରବିଆଇ ଏହି ନିର୍ଦ୍ଦେଶନାମା ଜାରି କରିଛି। ସେଣ୍ଟ୍ରାଲ ବ୍ୟାଙ୍କ କହିଛି , କାର୍ଡ ପ୍ରଦାନକାରୀ ବ୍ୟାଙ୍କଗୁଡ଼ିକ ଇଚ୍ଛା ଅନୁଯାୟୀ ଗ୍ରାହକଙ୍କ ଉପରେ କ୍ରେଡିଟ କାର୍ଡ ନେଟୱାର୍କ ଲଗାଇ ପାରିବେ ନାହିଁ। ସେମାନଙ୍କୁ ନେଟୱାର୍କ ବାଛିବା ପାଇଁ କ୍ରେଡିଟ କାର୍ଡ ବ୍ୟବହାରକାରୀଙ୍କୁ ବିକଳ୍ପ ଦେବାକୁ ପଡିବ। ରିଜର୍ଭ ବ୍ୟାଙ୍କର ଏହି ନିର୍ଦ୍ଦେଶ କ୍ରେଡିଟ କାର୍ଡ ବ୍ୟବହାରକାରୀ ତଥା ଘରୋଇ କାର୍ଡ ନେଟୱାର୍କ ରୁପେକୁ ଫାଇଦା ହେବାକୁ ଯାଉଛି।
The post କ୍ରେଡିଟ୍ କାର୍ଡ ୟୁଜର୍ସଙ୍କୁ ଉପହାର ଦେଲା ଆରବିଆଇ appeared first on Dharitri Odia News.