୨୦୧୯ରୁ ବଢ଼ିନି ଓଡ଼ିଶା କୃଷକଙ୍କ ଆୟ

ଭୁବନେଶ୍ୱର,୫ା୧୨(ଅନିଲ ଦାସ):କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏନ୍‌ଏସ୍‌ଓ ତଥ୍ୟ ଅନୁଯାୟୀ ରାଜ୍ୟରେ ଚାଷୀଙ୍କ ମାସିକ ଆୟ ୫,୧୧୨ ଟଙ୍କା ଥିବା ସୂଚନା ଦେଇଛନ୍ତି। ବାହିନୀପତି ପଚାରିଥିଲେ ଯେ ରାଜ୍ୟରେ କୃଷକ ପରିବାର ବାର୍ଷିକ ଆୟ କେତେ ରହିଛି। ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ରାଜ୍ୟ ସରକାର କେତେ ଟଙ୍କା ଚାଷୀଙ୍କୁ ଦେଉଛନ୍ତି। ଧାନ କୁଇଣ୍ଟାଲ ବାବଦରେ ଚାଷୀଙ୍କୁ କେତେ ଖର୍ଚ୍ଚ କରିବାକୁ ପଡୁଛି। ଜଳସେଚନ […] The post ୨୦୧୯ରୁ ବଢ଼ିନି ଓଡ଼ିଶା କୃଷକଙ୍କ ଆୟ appeared first on Dharitri Odia News.

୨୦୧୯ରୁ ବଢ଼ିନି ଓଡ଼ିଶା କୃଷକଙ୍କ ଆୟ

ଭୁବନେଶ୍ୱର,୫ା୧୨(ଅନିଲ ଦାସ):କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଏନ୍‌ଏସ୍‌ଓ ତଥ୍ୟ ଅନୁଯାୟୀ ରାଜ୍ୟରେ ଚାଷୀଙ୍କ ମାସିକ ଆୟ ୫,୧୧୨ ଟଙ୍କା ଥିବା ସୂଚନା ଦେଇଛନ୍ତି। ବାହିନୀପତି ପଚାରିଥିଲେ ଯେ ରାଜ୍ୟରେ କୃଷକ ପରିବାର ବାର୍ଷିକ ଆୟ କେତେ ରହିଛି। ଧାନ କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ରାଜ୍ୟ ସରକାର କେତେ ଟଙ୍କା ଚାଷୀଙ୍କୁ ଦେଉଛନ୍ତି। ଧାନ କୁଇଣ୍ଟାଲ ବାବଦରେ ଚାଷୀଙ୍କୁ କେତେ ଖର୍ଚ୍ଚ କରିବାକୁ ପଡୁଛି। ଜଳସେଚନ ଓ ଅଣ ଜଳସେଚିତ ଜମିରେ କେତେ ଟଙ୍କା କୁଇଣ୍ଟାଲ ପିଛା ଖର୍ଚ୍ଚ ହେଉଛି।
ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ ୨୦୨୪-୨୫ ଆର୍ଥିକବର୍ଷରେ ସାଧାରଣ ଧାନ କୁଇଣ୍ଟାଲ ପିଛା ଏମ୍‌ଏସ୍‌ପି ୨୩୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ରାଜ୍ୟ ସରକାର ଅତିରିକ୍ତ ୮୦୦ ଟଙ୍କା ଦେଇ ଧାନ କୁଇଣ୍ଟାଲ ପିଛା ଚାଷୀଙ୍କଠାରୁ ମୋଟ ୩୧୦୦ ଟଙ୍କାରେ କିଣୁଛନ୍ତି। କମିଶନ ଫର୍‌ ଏଗ୍ରିକଲଚରାଲ କଷ୍ଟସ୍‌ ଆଣ୍ଡ ପ୍ରାଇସେସ୍‌(ସିଏସିପି)ଙ୍କ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ଧାନ କୁଇଣ୍ଟାଲ ପିଛା ଉତ୍ପାଦନ ବାବଦରେ ୨୦୬୭ ଟଙ୍କା ଖର୍ଚ୍ଚ ହେଉଛି।
ଧାନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ବହୁ ପଛରେ ରହିଛି। ଏପରି କି ଅତ୍ୟାବଶ୍ୟକ ପନିପରିବା ଓ ତୈଳବୀଜ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଚାଷୀଙ୍କ ଆୟ ଦ୍ୱିଗୁଣା ବୃଦ୍ଧି କରିବାକୁ ତତ୍କାଳୀନ ବିଜେଡି ସରକାର କାଳିଆ, ବଳିଆ ଭଳି ଅନେକ ଯୋଜନା ଘୋଷଣା କରିଥିଲେ। କୃଷି ଯନ୍ତ୍ରପାତି କ୍ରୟରେ ସବ୍‌ସିଡି ଦେବାଠାରୁ ଆରମ୍ଭ କରି ଉନ୍ନ ମାନର ବିହନ, ସାର, କୀଟନାଶକ ଯୋଗାଇ ଦେଇଥିବା ବିଭିନ୍ନ ସମୟରେ ବିଧାନସଭାରେ ସୂଚନା ଦେଇଥିଲେ। ରାଜ୍ୟ ସରକାର ଚାଷ ପାଇଁ କେନ୍ଦ୍ର ସରକାରଙ୍କ ନିକଟରୁ ୪ ଥର କୃଷି କର୍ମଣ ପୁରସ୍କାର ପାଇଛନ୍ତି। ମାତ୍ର ବିଡ଼ମ୍ବନା ଯେ ସରକାର ଏତେ ସବୁ ଘୋଷଣା କରିବା ପରେ ମଧ୍ୟ ରାଜ୍ୟର କୃଷକଙ୍କ ଆୟ ବଢ଼ିପାରିଲା ନାହିଁ।

The post ୨୦୧୯ରୁ ବଢ଼ିନି ଓଡ଼ିଶା କୃଷକଙ୍କ ଆୟ appeared first on Dharitri Odia News.