ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍‌ର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା କରାଯାଉଛି। ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି। ହେଲେ ତାହା ହେଉଛି କି ନାହିଁ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଏହା ପୂର୍ବରୁ ପନ୍ତଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। ଜାତୀୟ ଦଳ ନୁହେଁ […] The post ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା appeared first on Dharitri Odia News.

ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା

ନୂଆଦିଲ୍ଲୀ,୧୬।୧: ଭାରତୀୟ କ୍ରିକେଟରେ ଅଧିନାୟକଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ରୋହିତ ଶର୍ମାଙ୍କ ପରେ ଟେଷ୍ଟ ଟିମ୍‌ର ଅଧିନାୟକ କିଏ ହେବ ଏହାକୁ ନେଇ ଆଲୋଚନା କରାଯାଉଛି। ଅନେକ ବିଶେଷଜ୍ଞ ଏହି ଦାୟିତ୍ୱ ତୁଲାଇବା ଲାଗି ତାରକା ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଚୟନ କରାଯିବା ଉଚିତ ବୋଲି କହୁଛନ୍ତି। ହେଲେ ତାହା ହେଉଛି କି ନାହିଁ ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ଏହା ପୂର୍ବରୁ ପନ୍ତଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମିଳିଛି। ଜାତୀୟ ଦଳ ନୁହେଁ ବରଂ ଦିଲ୍ଲୀ କ୍ରିକେଟ ଟିମର ଅଧିନାୟକ ଭାବେ ତାଙ୍କୁ ନିଯୁକ୍ତି ମିଳିଛି। ରଣଜୀ ଟ୍ରଫିର ଆଗାମୀ ମୁକାବିଲାରେ ତାଙ୍କୁ ଏହି ଭୂମିକାରେ ଦେଖିବାକୁ ମିଳିବ। ତେବେ ଶୁକ୍ରବାର ଜାନୁଆରୀ ୧୭ରେ ଏନେଇ ଘୋଷଣା କରାଯିବ ବୋଲି ଜଣାପଡ଼ିଛି।

ରଣଜୀ ଟ୍ରଫିର ଗ୍ରୁପ୍‌ ପର୍ଯ୍ୟାୟ ୨୩ ଜାନୁଆରୀରୁ ପୁଣି ଥରେ ଆରମ୍ଭ ହେଉଛି। ଏଥିରେ ଟିମ୍‌ ଇଣ୍ଡିଆର କିଛି ନିୟମିତ ଖେଳାଳି ମଧ୍ୟ ଖେଳିବାକୁ ଯାଉଛନ୍ତି। ପନ୍ତ ପୂର୍ବରୁ ଆସୋସିଏଶନ ସଭାପତିଙ୍କୁ ଦିଲ୍ଲୀ ପାଇଁ ତାଙ୍କ ଉପଲବ୍ଧତା ବିଷୟରେ ଜଣାଇ ଦେଇଥିଲେ। ଏଣୁ ତାଙ୍କୁ ଦଳର ଅଧିନାୟକ କରାଯିବ ବୋଲି ଆଶା କରାଯାଉଛି। ଦିଲ୍ଲୀ ଏହାର ପରବର୍ତ୍ତୀ ମ୍ୟାଚ ସୌରାଷ୍ଟ୍ର ବିପକ୍ଷରେ ଖେଳିବ।

ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ, ଜାନୁଆରୀ ୧୭, ଶୁକ୍ରବାର ଦିଲ୍ଲୀ ଏବଂ ଜିଲ୍ଲା କ୍ରିକେଟ ସଂଘ (ଡିଡିସିଏ)ର ଚୟନ କମିଟି ଏହି ମ୍ୟାଚ୍‌ ପାଇଁ ଦଳ ଘୋଷଣା କରିବେ। ରିପୋର୍ଟରେ, ଜଣେ DDCA ଅଧିକାରୀଙ୍କ ଉଦ୍ଧୃତି ଦେଇ କୁହାଯାଇଛି ଯେ ଏହି ବୈଠକରେ ହିଁ ପନ୍ତଙ୍କ ନାମ ଚୂଡ଼ାନ୍ତ କରାଯିବ। ଏହି ସମୟ ମଧ୍ୟରେ, ୩୮ ଜଣିଆ ସମ୍ଭାବ୍ୟ ଦଳରୁ ଏହି ମ୍ୟାଚ୍‌ ପାଇଁ ଦଳ ଚୟନ କରାଯିବ। ବର୍ତ୍ତମାନ ଏହି ଦଳକୁ କେବଳ ପରବର୍ତ୍ତୀ ମ୍ୟାଚ ପାଇଁ ଚୟନ କରାଯାଉଛି। ଏହା ପରେ ମଧ୍ୟ ଦିଲ୍ଲୀକୁ ଗ୍ରୁପ ପର୍ଯ୍ୟାୟରେ ଶେଷ ମ୍ୟାଚ ଖେଳିବାକୁ ପଡିବ କିନ୍ତୁ ପନ୍ତଙ୍କ ଏଥିରେ ଖେଳିବାର କୌଣସି ସମ୍ଭାବନା ନାହିଁ।

The post ଋଷଭ ପନ୍ତ ହେବେ ଅଧିନାୟକ, ଶୁକ୍ରବାର କରାଯିବ ଦଳ ଘୋଷଣା appeared first on Dharitri Odia News.