IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି?

କୋଲକାତା,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଇଂଲଣ୍ଡ ଟିମ୍‌ ୧୦ ଓଭରରେ ୪ ଉଇକେଟ ହରାଇ ୭୩ ରନ୍‌ କରିନେଇଛି। ତେବେ ଭାରତ ଏକାଦଶରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, […] The post IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି? appeared first on Dharitri Odia News.

IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି?

କୋଲକାତା,୨୨।୧: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ବୁଧବାର ଖେଳାଯାଉଛି। କୋଲକାତାର ଇଡେନ୍‌ ଗାର୍ଡେନରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଖବର ଲେଖାଯିବା ସୁଦ୍ଧା ଇଂଲଣ୍ଡ ଟିମ୍‌ ୧୦ ଓଭରରେ ୪ ଉଇକେଟ ହରାଇ ୭୩ ରନ୍‌ କରିନେଇଛି।

ତେବେ ଭାରତ ଏକାଦଶରେ ଅଭିଷେକ ଶର୍ମା, ସଞ୍ଜୁ ସାମସନ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ନୀତିଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି। ପୂର୍ବରୁ ମହମ୍ମଦ ଶାମିଙ୍କୁ ସାମିଲ କରାଯାଇପାରେ ବୋଲି ଆଲୋଚନା ହେଉଥିବା ବେଳେ ତାହା ହୋଇନାହିଁ, ଯାହାକି କ୍ରିକେଟ ପ୍ରଶଂସକଙ୍କୁ ଚକିତ କରିଛି। ସେ ଅଭ୍ୟାସ କରୁଥିବା ଦେଖାଯାଇଥିଲା। ହେଲେ ସେ ଫଲୋ ଥ୍ରୁ ସମୟରେ ଅସହଜ ଅନୁଭବ କରୁଛନ୍ତି। ଏଣୁ ସେ ବୋଲିଂ ଲାଗି ସମ୍ପୂର୍ଣ୍ଣ ଭାବେ ଫିଟ୍‌ ହୋଇ ନ ଥିବା କୁହାଯାଉଛି।

The post IND vs ENG: ଟସ୍‌ ଜିତି ବୋଲିଂ କରୁଛି ଟିମ୍‌ ଇଣ୍ଡିଆ, କାହିଁକି ବାଦ୍‌ ପଡ଼ିଲେ ଶାମି? appeared first on Dharitri Odia News.