ସାବଧାନ: ଗ୍ରାହକ ଭାବେ ଆସି କ୍ୟୁଆର୍‌ କୋଡ୍‌ ବଦଳାଇ ଦେଉଛନ୍ତି ସାଇବର ଅପରାଧୀ

ଭୋପାଳ,୧୩।୧: ସାଇବର ଅପରାଧୀମାନେ ଏବେ ଦୋକାନର କ୍ୟୁଆର୍‌ କୋଡ୍‌ ବଦଳାଇ ଠକିବାର ନୂଆ କୌଶଳ ଆପଣାଇଛନ୍ତି। ମଧ୍ୟପ୍ରଦେଶର ଖଜୁରାହୋରେ ବହୁ ବ୍ୟବସାୟ ପ୍ରତିଷ୍ଠାନର କ୍ୟୁଆର୍‌ କୋଡ୍‌ ରାତାରାତି ବଦଳିଯାଉଥିବା ନେଇ ସେମାନେ ବିସ୍ମିତ ହୋଇଛନ୍ତି। ଠକମାନେ ଗ୍ରାହକ ଭାବରେ ଆସି ଦୋକାନର କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବା ବେଳେ ଏହାକୁ ସ୍ବାପ୍‌ କରିଦେଉଛନ୍ତି। ସେମାନେ ପୁରୁଣା ସ୍କାନର ଉପରେ ନୂଆ କ୍ୟୁଆର୍‌ କୋଡ୍‌ ଲଗାଇଦେଉଛନ୍ତି। ଫଳରେ ଗ୍ରାହକ ୟୁପିଆଇ ଜରିଆରେ ପୈଠ କରୁଥିବା ଟଙ୍କା ଦୋକାନୀଙ୍କ ଆକାଉଣ୍ଟକୁ […] The post ସାବଧାନ: ଗ୍ରାହକ ଭାବେ ଆସି କ୍ୟୁଆର୍‌ କୋଡ୍‌ ବଦଳାଇ ଦେଉଛନ୍ତି ସାଇବର ଅପରାଧୀ appeared first on Dharitri Odia News.

ସାବଧାନ: ଗ୍ରାହକ ଭାବେ ଆସି କ୍ୟୁଆର୍‌ କୋଡ୍‌ ବଦଳାଇ ଦେଉଛନ୍ତି ସାଇବର ଅପରାଧୀ

ଭୋପାଳ,୧୩।୧: ସାଇବର ଅପରାଧୀମାନେ ଏବେ ଦୋକାନର କ୍ୟୁଆର୍‌ କୋଡ୍‌ ବଦଳାଇ ଠକିବାର ନୂଆ କୌଶଳ ଆପଣାଇଛନ୍ତି। ମଧ୍ୟପ୍ରଦେଶର ଖଜୁରାହୋରେ ବହୁ ବ୍ୟବସାୟ ପ୍ରତିଷ୍ଠାନର କ୍ୟୁଆର୍‌ କୋଡ୍‌ ରାତାରାତି ବଦଳିଯାଉଥିବା ନେଇ ସେମାନେ ବିସ୍ମିତ ହୋଇଛନ୍ତି। ଠକମାନେ ଗ୍ରାହକ ଭାବରେ ଆସି ଦୋକାନର କ୍ୟୁଆର୍‌ କୋଡ୍‌ ସ୍କାନ୍‌ କରିବା ବେଳେ ଏହାକୁ ସ୍ବାପ୍‌ କରିଦେଉଛନ୍ତି। ସେମାନେ ପୁରୁଣା ସ୍କାନର ଉପରେ ନୂଆ କ୍ୟୁଆର୍‌ କୋଡ୍‌ ଲଗାଇଦେଉଛନ୍ତି। ଫଳରେ ଗ୍ରାହକ ୟୁପିଆଇ ଜରିଆରେ ପୈଠ କରୁଥିବା ଟଙ୍କା ଦୋକାନୀଙ୍କ ଆକାଉଣ୍ଟକୁ ନ ଯାଇ ସାଇବର ଅପରାଧୀଙ୍କ ଆକାଉଣ୍ଟକୁ ଚାଲିଯାଉଛି। ରାତାରାତି ଅନ୍‌ଲାଇନ୍‌ ପେମେଣ୍ଟ ସ୍କାନର୍‌କୁ ଅପରାଧୀମାନଙ୍କର ଗୋଟିଏ ଗୋଷ୍ଠୀ ବଦଳାଉଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି।

ତେବେ ଅନ୍‌ଲାଇନ୍‌ ପେମେଣ୍ଟ ଟଙ୍କା କାହା ଆକାଉଣ୍ଟକୁ ଯାଉଛି, ତାହା ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ। ରବିବାର ସକାଳେ ଜଣେ ଗ୍ରାହକ ରାଜେଶ ମେଡିକାଲ ଷ୍ଟୋର୍ସର ମାଲିକ ଓମବତୀ ଗୁପ୍ତାଙ୍କୁ କ୍ୟୁଆର୍‌ ଜରିଆରେ ପେମେଣ୍ଟ କଲାବେଳେ ଲିଙ୍କ୍‌ ହୋଇଥିବା ଆକାଉଣ୍ଟରେ ଅଲଗା ନାଁ ଦେଖାଇଥିଲା। ସେହିପରି ଜଣେ ପେଟ୍ରୋଲ ପମ୍ପ୍‌ ମାଲିକ ମଧ୍ୟ ଅନୁରୂପ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି।

The post ସାବଧାନ: ଗ୍ରାହକ ଭାବେ ଆସି କ୍ୟୁଆର୍‌ କୋଡ୍‌ ବଦଳାଇ ଦେଉଛନ୍ତି ସାଇବର ଅପରାଧୀ appeared first on Dharitri Odia News.