ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ମୋରଡ଼ା,୨୧ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଚିତ୍ରଡ଼ା-ମୋରଡ଼ାକୁ ସଂଯୋଗ କରୁଥିବା ଜମ୍ଭୀରା ନଦୀର ଶିଳଦା ପୋଲ ଏବେ ବିପଦସଂକୁଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ଠପ୍‌ ହୋଇପଡ଼ିଛି। ଉକ୍ତ ବିପଦସଂକୁଳ ପୋଲ ଦବି ଯାଇଥିବାରୁ ଉକ୍ତ ପୋଲ ଉପରେ ଭାରୀଯାନ ଚଳାଚଳ ବନ୍ଦ ବାଇ ରାସ୍ତାର ଉଭୟ ପାର୍ଶ୍ୱରେ ଲୁହା ବ୍ୟାରିକେଡ୍‌ ତିଆରି ହୋଇଥିବା ବେଳେ କିନ୍ତୁ ବ୍ୟାରିକେଡ୍‌ କଡ଼ରୁ ଭାରି ଯାନ ଚଳାଚଳ କରୁଥିବାରୁ ପୋଲ ଆହୁରି ଅଧିକ ବିପଦସଂକୁଳ ହୋଇପଡ଼ିଛି। […] The post ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.

ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ମୋରଡ଼ା,୨୧ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ଚିତ୍ରଡ଼ା-ମୋରଡ଼ାକୁ ସଂଯୋଗ କରୁଥିବା ଜମ୍ଭୀରା ନଦୀର ଶିଳଦା ପୋଲ ଏବେ ବିପଦସଂକୁଳ ଅବସ୍ଥାରେ ପଡ଼ି ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ଠପ୍‌ ହୋଇପଡ଼ିଛି। ଉକ୍ତ ବିପଦସଂକୁଳ ପୋଲ ଦବି ଯାଇଥିବାରୁ ଉକ୍ତ ପୋଲ ଉପରେ ଭାରୀଯାନ ଚଳାଚଳ ବନ୍ଦ ବାଇ ରାସ୍ତାର ଉଭୟ ପାର୍ଶ୍ୱରେ ଲୁହା ବ୍ୟାରିକେଡ୍‌ ତିଆରି ହୋଇଥିବା ବେଳେ କିନ୍ତୁ ବ୍ୟାରିକେଡ୍‌ କଡ଼ରୁ ଭାରି ଯାନ ଚଳାଚଳ କରୁଥିବାରୁ ପୋଲ ଆହୁରି ଅଧିକ ବିପଦସଂକୁଳ ହୋଇପଡ଼ିଛି। ତେବେ ବୁଧବାର କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ବିଭାଗୀୟ ଅଧିକାରୀଙ୍କ ସହିତ ଶିଳଦା ପୋଲର ପରିଦର୍ଶନ କରିବା ସହ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏବଂ ଉକ୍ତ ପୋଲ ଉପରେ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯିବାକୁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇବା ସହିତ ୭ ଦିନ ମଧ୍ୟରେ କାର୍ଯ୍ୟକାରୀ କରିବା ଏବଂ ଆଗାମୀ ୬ ମାସ ମଧ୍ୟରେ ପୋଲ କାର୍ଯ୍ୟ ଆରମ୍ଭ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ମନ୍ତ୍ରୀ ଗ୍ରହଣ କରିବେ ବୋଲି ଉପସ୍ଥିତ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

The post ବିପଦସଂକୁଳ ଶିଳଦା ପୋଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ appeared first on Dharitri Odia News.