ଲକ୍ଷ୍ମୀ ବସ୍ ପରେ ବଦଳିବ ‘ମୋ ବସ୍’ର ନାଁ! ଜାଣନ୍ତୁ…
ଭୁବନେଶ୍ୱର,୨ା୭: ରାଜ୍ୟରେ ଭାଜପା ସରକାର ଆସିବା ପରେ ସବୁ ପରିବର୍ତ୍ତନ ହେଉଛି। ଏସବୁ ମଧ୍ୟରେ ଲକ୍ଷ୍ମୀ ବସ୍ର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ ବୋଲି ପରିବହନ ମନ୍ତ୍ରୀ ଘୋଷଣା କରିଥିବା ବେଳେ ଏବେ ଏହାର ରଙ୍ଗ ବଦଳାଯାଇଛି। ଢେଙ୍କାନାଳ ବସ୍ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍ ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଲକ୍ଷ୍ମୀ […] The post ଲକ୍ଷ୍ମୀ ବସ୍ ପରେ ବଦଳିବ ‘ମୋ ବସ୍’ର ନାଁ! ଜାଣନ୍ତୁ… appeared first on Dharitri Odia News.
ଭୁବନେଶ୍ୱର,୨ା୭: ରାଜ୍ୟରେ ଭାଜପା ସରକାର ଆସିବା ପରେ ସବୁ ପରିବର୍ତ୍ତନ ହେଉଛି। ଏସବୁ ମଧ୍ୟରେ ଲକ୍ଷ୍ମୀ ବସ୍ର ନାଁ ମଧ୍ୟ ପରିବର୍ତ୍ତନ କରାଯାଇ ମୁଖ୍ୟମନ୍ତ୍ରୀ ବସ୍ ସେବା କରାଯିବ ବୋଲି ପରିବହନ ମନ୍ତ୍ରୀ ଘୋଷଣା କରିଥିବା ବେଳେ ଏବେ ଏହାର ରଙ୍ଗ ବଦଳାଯାଇଛି। ଢେଙ୍କାନାଳ ବସ୍ଷ୍ଟାଣ୍ଡ ପରିସରରେ ଥିବା ଲକ୍ଷ୍ମୀ ବସ୍ ଗୁଡିକର ରଙ୍ଗ ବଦଳାଯାଉଛି। ପୂର୍ବ ସରକାରଙ୍କ ସମୟରେ ଗତ ଜାନୁଆରୀ ୩୧ ତାରିଖରେ ଢେଙ୍କାନାଳ ଜିଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଭାସି ମାଧ୍ୟମରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଥିଲା। ବସ୍ର ରଙ୍ଗ ସବୁଜ ରହିଥିଲା। ଏହାପରେ ବସ୍ଗୁଡିକୁ ଗେରୁଆ ରଙ୍ଗ କରାଯାଉଥିବା ଦେଖାଯାଇଛି। ତେବେ ପ୍ରଶ୍ନ ହେଉଛି ଲକ୍ଷ୍ମୀ ବସ୍ ପରେ ମୋ ବସ୍ର ରଙ୍ଗ ଏବଂ ନାଁ ପରବର୍ତ୍ତନ ହେବ କି? ହେଲେ ଏହାକୁ ନେଇ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ।
The post ଲକ୍ଷ୍ମୀ ବସ୍ ପରେ ବଦଳିବ ‘ମୋ ବସ୍’ର ନାଁ! ଜାଣନ୍ତୁ… appeared first on Dharitri Odia News.