ସ୍ତ୍ରୀଙ୍କ ପାଖରେ ଥିଲେ ଏହି ଗୁଣ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ
ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ପାଇଁ ସ୍ବାମୀମାନେ ଭାଗ୍ୟବାନ ପାଲଟନ୍ତି ବୋଲି ସେ କହିଛନ୍ତି। ଜାଣନ୍ତୁ: ଧାର୍ମିକ ବିଚାର ଥିବା ସ୍ତ୍ରୀ: ଚାଣକ୍ୟ ନିଜର ନୀତିରେ କହିଛନ୍ତି ଯେଉଁ ସ୍ତ୍ରୀ ଧାର୍ମିକ ହୋଇଥାନ୍ତି ସେମାନେ […] The post ସ୍ତ୍ରୀଙ୍କ ପାଖରେ ଥିଲେ ଏହି ଗୁଣ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ appeared first on Dharitri Odia News.
ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ ଅନେକ ସମସ୍ୟା ଦୂର ହୋଇପାରେ। ଚାଣକ୍ୟ ନିଜର ଏକ ନୀତିରେ ସ୍ତ୍ରୀମାନଙ୍କର ୫ଟି ଗୁଣ ବିଷୟରେ ଉଲ୍ଲେଖ କରିଛନ୍ତି। ସେମାନଙ୍କ ପାଇଁ ସ୍ବାମୀମାନେ ଭାଗ୍ୟବାନ ପାଲଟନ୍ତି ବୋଲି ସେ କହିଛନ୍ତି। ଜାଣନ୍ତୁ:
ଧାର୍ମିକ ବିଚାର ଥିବା ସ୍ତ୍ରୀ: ଚାଣକ୍ୟ ନିଜର ନୀତିରେ କହିଛନ୍ତି ଯେଉଁ ସ୍ତ୍ରୀ ଧାର୍ମିକ ହୋଇଥାନ୍ତି ସେମାନେ ସ୍ବାମୀଙ୍କ ପାଇଁ ଭାଗ୍ୟଶାଳୀ। ଭଗବାନଙ୍କ ଉପରେ ଆସ୍ଥା ରଖୁଥିବା ସ୍ତ୍ରୀଙ୍କ ଘରେ ଭଗବାନ ବାସ କରିଥାନ୍ତି। ଯେଉଁ ଘରେ ଭଗବାନଙ୍କ ବାସ ହୋଇଥାଏ ସେଠାରେ ସୁଖ ସମୃଦ୍ଧି ରହିଥାଏ।
ସନ୍ତୋଷ ରଖୁଥିବା ସ୍ତ୍ରୀ: ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ ସନ୍ତୋଷ ରଖିଥାନ୍ତି ଏବଂ ଯେଉଁମାନଙ୍କର ଅଧିକ ଇଚ୍ଛା ନ ଥାଏ, ତାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଏପରି ସ୍ତ୍ରୀଙ୍କ ସ୍ବାମୀ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।
ଧୌର୍ଯ୍ୟ ଥିବା ସ୍ତ୍ରୀ: ବ୍ୟକ୍ତିର ଜୀବନରେ ଧୌର୍ଯ୍ୟ ବହୁତ ଜରୁରୀ। ଯେଉଁ ସ୍ତ୍ରୀ ସବୁ ପରିସ୍ଥିତିରେ ଧୌର୍ଯ୍ୟ ହାରି ନ ଥାଏ, ସେ ବିପଦରୁ ମୁକ୍ତି ପାଇବାର ବାଟ ଖୋଜି ନେଇଥାଏ। ଏପରି ସ୍ତ୍ରୀ ଥିବା ସ୍ବାମୀ ଭାଗ୍ୟଶାଳୀ ହୋଇଥାନ୍ତି।
ରାଗୁ ନ ଥିବା ସ୍ତ୍ରୀ: ରାଗିଯିବା ସ୍ବାଭାବିକ କଥା। ହେଲେ ଅଧିକ ରାଗ ବିଲ୍କୁଲ ଭଲ ନୁହେଁ। ରାଗ ମଣିଷର ବଡ଼ ଶତ୍ରୁ। ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ କମ୍ ରାଗେ, ତାର ସ୍ବାମୀ ଭାଗ୍ୟଶାଳୀ। କାରଣ ଏଭଳି ଲୋକଙ୍କ ଘରେ ଝଗଡ଼ା ବହୁତ କମ୍ ହୋଇଥାଏ। ଫଳରେ ଘରେ ସବୁବେଳେ ଶାନ୍ତି ରହିଥାଏ।
ମଧୁର କଥା କହୁଥିବା ସ୍ତ୍ରୀ: କଥାରେ ଅଛି ମନୁଷ୍ୟର ବାଣୀ ହିଁ ତାର ବ୍ୟକ୍ତିତ୍ୱର ପରିଚୟ ଦେଇଥାଏ। ଚାଣକ୍ୟ କୁହନ୍ତି ଯେଉଁ ସ୍ତ୍ରୀ କଥା ଯେତେ ମିଠା, ତାର ସ୍ବାମୀ ସେତେ ଭାଗ୍ୟଶାଳୀ।
The post ସ୍ତ୍ରୀଙ୍କ ପାଖରେ ଥିଲେ ଏହି ଗୁଣ ଭାଗ୍ୟଶାଳୀ ହୋଇଥାନ୍ତି ସ୍ବାମୀ appeared first on Dharitri Odia News.