ଆମେରିକା ରୋଜେନବର୍ଗ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ସ୍ନାନଯାତ୍ରା

() ଆମେରିକା ରୋଜେନବର୍ଗ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି ପବିତ୍ର ସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ପୁରୀରେ ହେଉଥିବା ରୀତିନୀତି ଅନୁସାରେ ଏଠାରେ ମଧ୍ୟ ଶ୍ରୀବିଗ୍ରହମାନଙ୍କର ସ୍ନାନ କରାଯାଇଥିଲା । ୧୦୮ କଳସ ଜଳରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସ୍ନାନ ଅନୁଷ୍ଠିତ ହୋଇଥିଲା । ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ସ୍ନାନ ଏବଂ ସ୍ନାନ ପରେ ଠାକୁରମାନଙ୍କର ହାତୀବେଶ କରାଯାଇଥିଲା । ଏହାପରେ ପୂଜାର୍ଚ୍ଚନା, ଆଳତି ଏବଂ ପ୍ରସାଦ […] The post ଆମେରିକା ରୋଜେନବର୍ଗ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ସ୍ନାନଯାତ୍ରା appeared first on KNews Odisha.

ଆମେରିକା ରୋଜେନବର୍ଗ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ସ୍ନାନଯାତ୍ରା
snana

() ଆମେରିକା ରୋଜେନବର୍ଗ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି ପବିତ୍ର ସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ର ପୁରୀରେ ହେଉଥିବା ରୀତିନୀତି ଅନୁସାରେ ଏଠାରେ ମଧ୍ୟ ଶ୍ରୀବିଗ୍ରହମାନଙ୍କର ସ୍ନାନ କରାଯାଇଥିଲା । ୧୦୮ କଳସ ଜଳରେ ପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସ୍ନାନ ଅନୁଷ୍ଠିତ ହୋଇଥିଲା । ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ସ୍ନାନ ଏବଂ ସ୍ନାନ ପରେ ଠାକୁରମାନଙ୍କର ହାତୀବେଶ କରାଯାଇଥିଲା ।

ଏହାପରେ ପୂଜାର୍ଚ୍ଚନା, ଆଳତି ଏବଂ ପ୍ରସାଦ ଅର୍ପଣ ଓ ସେବନ କରାଯାଇଥିଲା । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ପ୍ରବାସୀ ଓଡ଼ିଆଙ୍କ ସମେତ ଅନ୍ୟ ଜଗନ୍ନାଥ ପ୍ରେମୀ ଯୋଗ ଦେଇ ମହାପ୍ରଭୁଙ୍କ ହାତୀବେଶ ଦର୍ଶନ କରିଥିଲେ । ରୋଜେନବର୍ଗ ଜଗନ୍ନାଥ ମନ୍ଦିରରେ ୟୁନିଭର୍ସାଲ ଶ୍ରଦ୍ଧା ଫାଉଣ୍ଡେସନ୍ ପକ୍ଷରୁ ପ୍ରତି ବର୍ଷ ପ୍ରଭୁଙ୍କର ସମସ୍ତ ପର୍ବପର୍ବାଣୀ ଆୟୋଜିତ ହୋଇ ଆସୁଛି ।..

 

The post ଆମେରିକା ରୋଜେନବର୍ଗ ଜଗନ୍ନାଥ ମନ୍ଦିରରେ ପାଳିତ ହେଲା ସ୍ନାନଯାତ୍ରା appeared first on KNews Odisha.