ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଝରାପାଲ୍ଲୀ ପଞ୍ଚାୟତ କନାଗୁଡା ଗ୍ରାମ ଅଙ୍ଗନଓ୍ବାଡି କର୍ମୀ ଶ୍ରୀତି ଢାଲି ଟଙ୍କା ହଡ଼ପ କରିବାରୁ ତାଙ୍କ ନାମରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, କର୍ମୀ ଢାଲି ସେହି ଗ୍ରାମର ଜଣେ ବିଧବା ମହିଳା ରତ୍ନା ପଡିଆମିଙ୍କ ଶ୍ରମିକ କାର୍ଡରେ ତାଙ୍କ ସ୍ବାମୀ ଗଙ୍ଗା ପଡିଆମିଙ୍କ ଇନ୍‌ସ୍ୟୁରାନ୍ସ ୧ ଲକ୍ଷ ଟଙ୍କା ମିଳିବ ବୋଲି କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇ ୧ ବର୍ଷ ପୂର୍ବେ ଲେବର […] The post ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ appeared first on Dharitri Odia News.

ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ

ମାଲକାନଗିରି,୧୯ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଝରାପାଲ୍ଲୀ ପଞ୍ଚାୟତ କନାଗୁଡା ଗ୍ରାମ ଅଙ୍ଗନଓ୍ବାଡି କର୍ମୀ ଶ୍ରୀତି ଢାଲି ଟଙ୍କା ହଡ଼ପ କରିବାରୁ ତାଙ୍କ ନାମରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି, କର୍ମୀ ଢାଲି ସେହି ଗ୍ରାମର ଜଣେ ବିଧବା ମହିଳା ରତ୍ନା ପଡିଆମିଙ୍କ ଶ୍ରମିକ କାର୍ଡରେ ତାଙ୍କ ସ୍ବାମୀ ଗଙ୍ଗା ପଡିଆମିଙ୍କ ଇନ୍‌ସ୍ୟୁରାନ୍ସ ୧ ଲକ୍ଷ ଟଙ୍କା ମିଳିବ ବୋଲି କହି ତାଙ୍କଠାରୁ ସମସ୍ତ କାଗଜପତ୍ର ନେଇ ୧ ବର୍ଷ ପୂର୍ବେ ଲେବର ଅଫିସ୍‌ରେ ଦାଖଲ କରିଥିଲେ ା ୨୦୨୪ ଜାନୁଆରୀ ୧୬ରେ ୧ ଲକ୍ଷ ଟଙ୍କା ତାଙ୍କ ଜମାଖାତାରେ ଆସିଥିବା ଜାଣି ଅଙ୍ଗନଓ୍ବାଡି କର୍ମୀ ଢାଲି ରତ୍ନାଙ୍କୁ ୧୮ା୧ା୨୪ ଦିନ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ପଦ୍ମଗିରି ଶାଖାକୁ ଡାକିନେଇ ସମସ୍ତ ଟଙ୍କା ଉଠାଇ ସେଥିରୁ ୪୦ ହଜାର ଟଙ୍କା ରତ୍ନାଙ୍କୁ ଦେଇ ବଳକା ଟଙ୍କା ବଡ଼ବାବୁଙ୍କୁ ଦିଆଯିବ ବୋଲି କହି ନେଇଯାଇଥିଲେ। ଏ ବିଷୟରେ କାହାକୁ ନ କହିବାକୁ କହିଥିଲେ ା ଏ ସମ୍ପର୍କରେ ଗ୍ରାମର କେତେଜଣ ବ୍ୟକ୍ତି ଜାଣିଲା ପରେ ଅଙ୍ଗନଓ୍ବାଡି କର୍ମୀଙ୍କୁ ପଚାରିବାରୁ ସେ ଓଲଟା ଗାଳିଗୁଲଜ କରିବା ସହ ଟଙ୍କା ସମ୍ବନ୍ଧରେ ସେ କିଛି ଜାଣି ନ ଥିବା କହିଥିଲେ।

The post ଅଙ୍ଗନଓ୍ବାଡି କର୍ମୀଙ୍କ ଟଙ୍କା ହଡ଼ପ, ଜିଲାପାଳଙ୍କୁ ଅଭିଯୋଗ appeared first on Dharitri Odia News.