କର୍ତ୍ତବ୍ୟରେ ଅବହେଳା, କର୍ତ୍ତୃପକ୍ଷଙ୍କ ଆଦେଶକୁ ଅବମାନନା:  ନିଲମ୍ବିତ ହେଲେ ୪…

ଗଜପତି,୧୮।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ୪ ଜଣ ସ୍ବାସ୍ଥ୍ୟ ବିଭାଗର କମ୍ୟୁନିଟି ହେଲଥ ଅଫିସରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ନିଲମ୍ବିତ  ହେଲଥ ଅଫିସର ମାନେହେଲେ ମୋହନା ବ୍ଲକର ପାଣିଗଣ୍ଡା, ରାଇପଙ୍କା, ବୁତୁଲି ଏବଂ ଆର. ଉଦୟଗିରି ବ୍ଳକର ଶିଆଳିଲଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।  ଏ ନେଇ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଏମ.ଏମ. ଅଲ୍ଲୀ ସୂଚନା ଦେଇଛନ୍ତି । ନିଲମ୍ବିତ କମ୍ୟୁନିଟି ହେଲଥ ଅଫିସର ମାନେ କର୍ତ୍ତବ୍ୟରେ ଅବହେଳା  ଓ କର୍ତ୍ତୃପକ୍ଷଙ୍କ […] The post କର୍ତ୍ତବ୍ୟରେ ଅବହେଳା, କର୍ତ୍ତୃପକ୍ଷଙ୍କ ଆଦେଶକୁ ଅବମାନନା:  ନିଲମ୍ବିତ ହେଲେ ୪… appeared first on Dharitri Odia News.

କର୍ତ୍ତବ୍ୟରେ ଅବହେଳା, କର୍ତ୍ତୃପକ୍ଷଙ୍କ ଆଦେଶକୁ ଅବମାନନା:  ନିଲମ୍ବିତ ହେଲେ ୪…
ଗଜପତି,୧୮।୭(ଗିରିଧାରୀ ପରିଛା): ଗଜପତି ଜିଲାରେ ୪ ଜଣ ସ୍ବାସ୍ଥ୍ୟ ବିଭାଗର କମ୍ୟୁନିଟି ହେଲଥ ଅଫିସରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି। ନିଲମ୍ବିତ  ହେଲଥ ଅଫିସର ମାନେହେଲେ ମୋହନା ବ୍ଲକର ପାଣିଗଣ୍ଡା, ରାଇପଙ୍କା, ବୁତୁଲି ଏବଂ ଆର. ଉଦୟଗିରି ବ୍ଳକର ଶିଆଳିଲଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିଲେ ।  ଏ ନେଇ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଏମ.ଏମ. ଅଲ୍ଲୀ ସୂଚନା ଦେଇଛନ୍ତି । ନିଲମ୍ବିତ କମ୍ୟୁନିଟି ହେଲଥ ଅଫିସର ମାନେ କର୍ତ୍ତବ୍ୟରେ ଅବହେଳା  ଓ କର୍ତ୍ତୃପକ୍ଷଙ୍କ ଆଦେଶକୁ ଅବମାନନା କରିଥିବା ଯୋଗୁ ସେମାନଙ୍କୁ ନିଲମ୍ବିତ କରାଯାଇଛି ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ।
ନିଲମ୍ବିତ ହୋଇଥିବା ଏହି ୪ ଜଣ କମ୍ୟୁନିଟି ହେଲଥ ଅଫିସର ମାନେ ନିୟମିତ ଭାବେ ଆରୋଗ୍ୟ କେନ୍ଦ୍ରକୁ ଆସୁ ନଥି ଲେ । ଏନେଇ ବିଭାଗୀୟ କର୍ତ୍ତୃପକ୍ଷ କାରଣ ଦର୍ଶାଅ ବୋଲି ବିଜ୍ଞପ୍ତି କରୁଥିଲେ ମଧ୍ୟ ସେମାନେ ଉତ୍ତର ରଖୁ ନ ଥିଲେ । ଯାହାକି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକୁ ଅବମାନନା କରାଯାଉଥିବାର ଦୃଷ୍ଟିଗୋଚର ହୋଇଥିଲା। ଗଜପତି ଜିଲା ଭଳି ଅଧ୍ୟୁଷିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗେଇବା ପାଇଁ ନିଯୁକ୍ତି ପାଇଥିବା ଯେକୌଣସି କର୍ମଚାରୀ କିମ୍ବା ହେଲଥ ଅଫିସର ଦାୟିତ୍ୱରେ ଅବହେଳା କଲେ ତୁରନ୍ତ ଦୃଢକାଯ୍ୟନୁ ଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲା ମୁଖ୍ୟ ଚିକିତ୍ସାଧକାରୀ  କହିଛନ୍ତି ।
 ସୂଚନା ଯୋଗ୍ୟ, ଗତ ମାସରେ ମଧ୍ୟ ଏପରି ଦାୟିତ୍ୱ ଅବହେଳା ଅଭିଯୋଗକୁ ଭିତ୍ତି ରି ପାଣିଗଣ୍ଡା ଓ ଗୁଲାବା ଉପକେନ୍ଦ୍ରର ନର୍ସିଂ ଅଧିକାରୀଙ୍କୁ ମଧ୍ୟ ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଲମ୍ବିତ କରାଯାଇଥିଲା ।

The post କର୍ତ୍ତବ୍ୟରେ ଅବହେଳା, କର୍ତ୍ତୃପକ୍ଷଙ୍କ ଆଦେଶକୁ ଅବମାନନା:  ନିଲମ୍ବିତ ହେଲେ ୪… appeared first on Dharitri Odia News.