ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ ତାଙ୍କ ଭିତରେ ଏକାଗ୍ରତା ମଧ୍ୟ ଆସିଥାଏ। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର ପିଲାଙ୍କ ରୁମ୍‌, ଆସନ୍ତୁ ଜାଣିବା ସେ ସମ୍ପର୍କରେ… *ବାସ୍ତୁଶାସ୍ତ୍ର ଅନୁଯାୟୀ, ଛୋଟ ପିଲାଙ୍କର ବେଡ୍‌ରୁମ୍‌ ପଶ୍ଚିମ ଦିଗରେ କଲେ ଏହାର ଅନେକ ସୁ-ପ୍ରଭାବ ସେମାନଙ୍କ ଉପରେ ପଡିଥାଏ। *ପିଲାଙ୍କ ବେଡ୍‌ରୁମ୍‌ର ଦକ୍ଷିଣ ପାର୍ଶ୍ୱରେ ସେମାନଙ୍କ […] The post ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ… appeared first on Dharitri Odia News.

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ ତାଙ୍କ ଭିତରେ ଏକାଗ୍ରତା ମଧ୍ୟ ଆସିଥାଏ। ତେବେ ବାସ୍ତୁ ଅନୁସାରେ କେମିତି ହେବା ଦରକାର ପିଲାଙ୍କ ରୁମ୍‌, ଆସନ୍ତୁ ଜାଣିବା ସେ ସମ୍ପର୍କରେ…
*ବାସ୍ତୁଶାସ୍ତ୍ର ଅନୁଯାୟୀ, ଛୋଟ ପିଲାଙ୍କର ବେଡ୍‌ରୁମ୍‌ ପଶ୍ଚିମ ଦିଗରେ କଲେ ଏହାର ଅନେକ ସୁ-ପ୍ରଭାବ ସେମାନଙ୍କ ଉପରେ ପଡିଥାଏ।
*ପିଲାଙ୍କ ବେଡ୍‌ରୁମ୍‌ର ଦକ୍ଷିଣ ପାର୍ଶ୍ୱରେ ସେମାନଙ୍କ ବେଡ୍‌ ପକାଇବା ଦରକାର। ଆଉ ଏହି ବେଡ୍‌କୁ କାନ୍ଥରେ ପୁରା ନଲଗାଇ କାନ୍ଥରୁ ଟିକେ ଛାଡିକି ରଖିଲେ ଏହାର ଅନେକ ଭଲ ପ୍ରଭାବ ସେମାନଙ୍କ ମାନସିକତା ଉପରେ ପଡିଥାଏ।
*ପିଲାଙ୍କ ବେଡ୍‌ରୁମ୍‌ରେ ଲାଗିଥିବା କବାଟ ଉତ୍ତର କିମ୍ବା ପୂର୍ବ ଦିଗରେ ରହିବା ଆବଶ୍ୟକ ଏବଂ କବାଟର ଠିକ୍‌ ବିପରୀତ ଦିଗରେ ଝରକା ରହିଲେ ଅତି ଉତ୍ତମ ହୋଇଥାଏ।
*କୁହାଯାଏ, ପିଲାଙ୍କ ରୁମ୍‌ ପାଇଁ ସବୁଠୁ ଭଲ ରଙ୍ଗ ହେଉଛି ସବୁଜ। ଏହା ସେମାନଙ୍କୁ ଶାନ୍ତି ପ୍ରଦାନ କରିବା ସହ ମନରେ ସକାରାତ୍ମକ ଭାବନା ଆଣିଥାଏ।
*ସେହିପରି କୁହାଯାଏ, ଶୋଇବା ସମୟରେ ପିଲାମାନଙ୍କର ମୁଣ୍ଡ ପୂର୍ବ ଦିଗକୁ ରହିଲେ ସେମାନଙ୍କର ସ୍ମରଣ ଶକ୍ତି ବଢିଥାଏ।
*ପିଲାଙ୍କ ବେଡ୍‌ରୁମ୍‌ରେ ଥିବା ଷ୍ଟଡି ଟେବୁଲ୍‌କୁ ଏପରି ରଖିବା ଦରକାର, ଯେମିତିକି ସେଥିରେ ବସି ପଢିବା ସମୟରେ ସେମାନଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗ ଅଥବା ଉତ୍ତର-ପୂର୍ବ ଦିଗ ଆଡ଼କୁ ରହୁଥିବ। କୁହାଯାଏ, ଏପରି କଲେ ପିଲାଙ୍କ ଭିତରେ ପଢିବା ପାଇଁ ଏକାଗ୍ରତା ବଢିଥାଏ।

The post ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ… appeared first on Dharitri Odia News.