ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ: ବାରଖମା ଦଳ ବିଜୟୀ
ବାଲିଗୁଡା,୧୨।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ମିଡିଆକିଆସ୍ଥିତ ବ୍ଲୁ ଷ୍ଟାର କମିଟି ଆନୁକୂଲ୍ୟରେ ଗୁରୁବାର ଗ୍ରାମାଞ୍ଚଳ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ୱାର୍ଡ଼ ନଂ. ୮ର ଭାଜପା ସଭାପତି ଆଶିଷ କୁମାର ମହାପାତ୍ର ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ଦିନର ଉଦଘାଟନୀ ମ୍ୟାଚ ବାରଖମା ସହିତ ସପେଲି […] The post ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ: ବାରଖମା ଦଳ ବିଜୟୀ appeared first on Dharitri Odia News.
ବାଲିଗୁଡା,୧୨।୧୨: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ମିଡିଆକିଆସ୍ଥିତ ବ୍ଲୁ ଷ୍ଟାର କମିଟି ଆନୁକୂଲ୍ୟରେ ଗୁରୁବାର ଗ୍ରାମାଞ୍ଚଳ ସ୍ତରୀୟ ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ୱାର୍ଡ଼ ନଂ. ୮ର ଭାଜପା ସଭାପତି ଆଶିଷ କୁମାର ମହାପାତ୍ର ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ l ପ୍ରଥମ ଦିନର ଉଦଘାଟନୀ ମ୍ୟାଚ ବାରଖମା ସହିତ ସପେଲି ଗ୍ରାମ ମଧ୍ୟରେ ଆୟୋଜିତ ହୋଇଥିଲା, ଏଥିରେ ବାରଖମା ଦଳ ବିଜୟୀ ହୋଇଥିଲେ l ଏହି ଟୁର୍ନାମେଣ୍ଟରେ ଆଖପାଖ ଅଞ୍ଚଳର ୧୪ଟି ଟିମ ଅଂଶ ଗ୍ରହଣ କରୁଥିବାବେଳେ ବିଜେତା ଦଳକୁ ୨୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ୧୫ ହଜାର ଟଙ୍କା ପ୍ରଦାନ କରାଯିବ। ଏହାର ଫାଇନାଲ ଖେଳ ୧୮ରେ ଆୟୋଜିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଥିରେ କମିଟିର ଅମୁଲ୍ୟ ନାୟକ, ଅରୁଣ ନାୟକ, ବୁଲୁ ନାୟକ ପ୍ରମୁଖ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l
The post ଭଲିବଲ ଟୁର୍ନାମେଣ୍ଟ ଉଦଘାଟିତ: ବାରଖମା ଦଳ ବିଜୟୀ appeared first on Dharitri Odia News.