ଷ୍ଟ୍ରୋକ୍ ଆଶଙ୍କା ଦୂର କରେ ମହୁ
ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ। ପିଲାଠୁ ବୁଢ଼ା ସମସ୍ତଙ୍କର ଏହା ପ୍ରିୟ। ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ। ଓଜନ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଲେମ୍ବୁ ରସ ଓ ଏକ […] The post ଷ୍ଟ୍ରୋକ୍ ଆଶଙ୍କା ଦୂର କରେ ମହୁ appeared first on Dharitri Odia News.
ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ। ପିଲାଠୁ ବୁଢ଼ା ସମସ୍ତଙ୍କର ଏହା ପ୍ରିୟ। ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ ନୀରୋଗ ରଖେ। ଓଜନ କମାଇବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସକାଳେ ଖାଲି ପେଟରେ ଏବଂ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ସହ ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ପିଇଲେ ଓଜନ ହ୍ରାସ ପାଏ। ଏହାର ଆଣ୍ଟି-ଅକ୍ସିଡ଼ାଣ୍ଟ ଗୁଣ ଶରୀରରେ ରକ୍ତ ସଂଚାଳନକୁ ସକ୍ରିୟ ରଖିଥାଏ। ଫଳରେ ହାର୍ଟ-ଆଟାକ୍, ଷ୍ଟ୍ରୋକ୍ ଓ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ଏହା ଆମକୁ ରକ୍ଷା କରିଥାଏ। ଉଚ୍ଚ ରକ୍ତଚାପ ବ୍ୟତୀତ ଶରୀରରେ ଶର୍କରାର ପରିମାଣକୁ ମଧ୍ୟ ସନ୍ତୁଳିତ ରଖେ। ସାଧାରଣତଃ ଡାଇବେଟିସ ଥିବା ଲୋକମାନଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ। କିନ୍ତୁ ମହୁ ସେମାନଙ୍କ ପାଇଁ ବେଶ୍ ଉପଯୋଗୀ। ରକ୍ତହୀନତା ସମସ୍ୟା ସହ ଜଡିତ ବ୍ୟକ୍ତିମାନଙ୍କ ପାଇଁ ମହୁ ବେଶ୍ ହିତକର। ଏହାକୁ ସେମାନେ ପ୍ରତିଦିନ ନିଜ ଦୈନନ୍ଦିନ ଖାଦ୍ୟରେ ଖାଇପାରିବେ। ଛୋଟ ପିଲାମାନଙ୍କୁ ମୁଖ୍ୟତଃ ସର୍ଦ୍ଦି, କାଶ ଓ କଫ ବେଶି ହୋଇଥାଏ। ସେମାନଙ୍କ ପାଇଁ ଏହା ବରଦାନ ସଦୃଶ। ଘରୋଇ ଉପଚାର ଭାବେ ମହୁ ସହ କ୍ଷୀର ମିଶାଇ ପିଇବା ଦ୍ୱାରା ସେମାନଙ୍କୁ ଆରାମ ମିଳିଥାଏ। ଆମ ଶରୀରର କୌଣସି ସ୍ଥାନରେ ଯଦି ଘା’ ହୋଇଛି କିମ୍ବା କଟିଯାଇଛି, ତେବେ ସେହି ସ୍ଥାନରେ ମହୁକୁ ଆମେ ଲଗାଇ ପାରିବା। ଏହା ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବା ସହ ସ୍ମରଣ ଶକ୍ତି ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରେ।
The post ଷ୍ଟ୍ରୋକ୍ ଆଶଙ୍କା ଦୂର କରେ ମହୁ appeared first on Dharitri Odia News.