ନିୟମ ବଦଳାଇଲେ ସରକାର; ବିଷାକ୍ତ ମଦ ବିକିଲେ ୫ ଲକ୍ଷ ଟଙ୍କା ଜରିମାନା ସହ ଏତିକି ବର୍ଷ ଜେଲ୍‌

ଚେନ୍ନାଇ,୨୯।୬: ରାଜ୍ୟରେ ବିଷାକ୍ତ ମଦ ପିଇ ୬୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ତାମିଲନାଡୁ ସରକାର ଶନିବାର ନିୟମ ସଂଶୋଧନ କରି ବିଷାକ୍ତ ବିକ୍ରି ମାମଲାରେ ଦଣ୍ଡକୁ ବହୁଗୁଣିତ କରିଛନ୍ତି। ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି। ତାମିଲନାଡୁ ନିଷେଧାଦେଶ (ସଂଶୋଧନ) […] The post ନିୟମ ବଦଳାଇଲେ ସରକାର; ବିଷାକ୍ତ ମଦ ବିକିଲେ ୫ ଲକ୍ଷ ଟଙ୍କା ଜରିମାନା ସହ ଏତିକି ବର୍ଷ ଜେଲ୍‌ appeared first on Dharitri Odia News.

ନିୟମ ବଦଳାଇଲେ ସରକାର; ବିଷାକ୍ତ ମଦ ବିକିଲେ ୫ ଲକ୍ଷ ଟଙ୍କା ଜରିମାନା ସହ ଏତିକି ବର୍ଷ ଜେଲ୍‌

ଚେନ୍ନାଇ,୨୯।୬: ରାଜ୍ୟରେ ବିଷାକ୍ତ ମଦ ପିଇ ୬୦ ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ତାମିଲନାଡୁ ସରକାର ଶନିବାର ନିୟମ ସଂଶୋଧନ କରି ବିଷାକ୍ତ ବିକ୍ରି ମାମଲାରେ ଦଣ୍ଡକୁ ବହୁଗୁଣିତ କରିଛନ୍ତି।

ରାଜ୍ୟ ସରକାର ତାମିଲନାଡୁ ନିଷେଧାଦେଶ ଅଧିନିୟମ, ୧୯୩୭ ରେ ସଂଶୋଧନ କରି ଜୀବନ ପ୍ରତି ବିପଦ ଥିବା ବେଆଇନ ମଦ ଉତ୍ପାଦନ, ଠୁଳ କରିବା ଏବଂ ବିକ୍ରୟ ଭଳି ଅପରାଧ ପାଇଁ ଦଣ୍ଡବିଧାନ ଏବଂ ପରିମାଣ ବୃଦ୍ଧି କରିଛନ୍ତି।

ତାମିଲନାଡୁ ନିଷେଧାଦେଶ (ସଂଶୋଧନ) ଅଧିନିୟମ ୨୦୨୪, ଯାହା ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ଅନୁଯାୟୀ କାର୍ଯ୍ୟକାରୀ ହେବ, ତାହା ରାଜ୍ୟରୁ ବେଆଇନ ମଦ ବିପଦକୁ ସମ୍ପୂର୍ଣ୍ଣ ରୂପେ ହଟାଇବାକୁ ଲକ୍ଷ୍ୟ ରଖିଛି।

ଏହି ସଂଶୋଧନ ଅଧିନିୟମର ଧାରା ୪,୫,୬,୭ ଏବଂ ୧୧ ଅନୁଯାୟୀ ବିଭିନ୍ନ ଅପରାଧ ପାଇଁ କାରାଦଣ୍ଡ ଏବଂ ଜରିମାନା ପରିମାଣକୁ ବହୁଗୁଣିତ କରାଯାଇଛି। ସେହି ଅନୁଯାୟୀ, ସଂଶୋଧନରେ ସର୍ବାଧିକ ୧୦ ବର୍ଷ କଠୋର କାରାଦଣ୍ଡ ଏବଂ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ପ୍ରସ୍ତାବ ଦିଆଯାଇଛି।

ବେଆଇନ ମଦ ସେବନ ହେତୁ ମୃତ୍ୟୁ ଘଟିଲେ ଚୋରା ଚାଲାଣକାରୀଙ୍କୁ ୧୦ ଲକ୍ଷରୁ କମ ଜୋରିମାନା ଆଜୀବନ ଆରଆଇ ହେବ ବୋଲି ଏଥିରେ କୁହାଯାଇଛି।

ପ୍ରାୟ ଚାଳିଶ ଦିନ ପୂର୍ବରୁ ଘଟିଥିବା ଏହି ଦୁଃଖଦ ଘଟଣାରେ ମହିଳା ଏବଂ କିନ୍ନରଙ୍କ ସମେତ ପ୍ରାୟ ୬୩ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିରୋଧୀ ଦଳ ଏଆଇଏଡିଏମକେ ଏବଂ ଭାଜପା ପକ୍ଷରୁ ମଦ କାରବାର ମାମଲାରେ ସିବିଆଇ ତଦନ୍ତ ଦାବି କରିଆସୁଛନ୍ତି।

The post ନିୟମ ବଦଳାଇଲେ ସରକାର; ବିଷାକ୍ତ ମଦ ବିକିଲେ ୫ ଲକ୍ଷ ଟଙ୍କା ଜରିମାନା ସହ ଏତିକି ବର୍ଷ ଜେଲ୍‌ appeared first on Dharitri Odia News.