ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ…

ଗଜପତି,୪।୧୨(ଗିରିଧାରୀ ପରିଛା): ପୁଣି ଗୋରୁକୁ ମାରି ଖାଇଲା ମହାବଳ। ଗୁହାଳରୁ ଘୋଷାଡି ନେଇ ଖାଇଲା ମହାବଳ। କହ୍ନେଇପୁର ନିକଟ ଅନ୍ଧାରିଝୋଳା ଗାଁର ଘଟଣା ବିଳମ୍ବିତ ରାତ୍ରୀରେ ଗୁହାଳରୁ ଘୋଷାଡି ଶହେ ମିଟର ଦୂର କାଜୁ ତୋଟାରେ ମାରି ପ୍ରାୟ ୫୦ ପ୍ରତିଶତ ଖାଇଛି ବାଘ। ମୃତ ଗାଈଟି ଜାକବ ଶବରଙ୍କ ହୋଇଥିବା ବେଳେ ପଶୁ ସମ୍ପଦ ବିଭାଗର କର୍ମଚାରୀ ପହଞ୍ଚି ଯାଞ୍ଚ କରିଛନ୍ତି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ଗାଈର ଅଧା ଶରୀର କାଜୁ […] The post ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ… appeared first on Dharitri Odia News.

ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ…

ଗଜପତି,୪।୧୨(ଗିରିଧାରୀ ପରିଛା): ପୁଣି ଗୋରୁକୁ ମାରି ଖାଇଲା ମହାବଳ। ଗୁହାଳରୁ ଘୋଷାଡି ନେଇ ଖାଇଲା ମହାବଳ। କହ୍ନେଇପୁର ନିକଟ ଅନ୍ଧାରିଝୋଳା ଗାଁର ଘଟଣା ବିଳମ୍ବିତ ରାତ୍ରୀରେ ଗୁହାଳରୁ ଘୋଷାଡି ଶହେ ମିଟର ଦୂର କାଜୁ ତୋଟାରେ ମାରି ପ୍ରାୟ ୫୦ ପ୍ରତିଶତ ଖାଇଛି ବାଘ। ମୃତ ଗାଈଟି ଜାକବ ଶବରଙ୍କ ହୋଇଥିବା ବେଳେ ପଶୁ ସମ୍ପଦ ବିଭାଗର କର୍ମଚାରୀ ପହଞ୍ଚି ଯାଞ୍ଚ କରିଛନ୍ତି। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଅନୁଧ୍ୟାନ ଜାରି ରଖିଛନ୍ତି। ଗାଈର ଅଧା ଶରୀର କାଜୁ ଜଙ୍ଗଲରେ ପଡ଼ି ରହିଥିବାରୁ ବାଘ ପୁଣିଥରେ ସେଠାରୁ ଖାଇବାକୁ ଆସିବ ବୋଲି ଅନୁମାନ କରାଯାଉଛି। ତାକୁ ଟ୍ରାପ୍‌ କରିବା ପାଇଁ କ୍ୟାମେରା ଲଗାଇବାର ବ୍ୟବସ୍ଥା କରାଯାଇଛି। ଗତବର୍ଷ ମଧ୍ୟ ସମାନ ସମୟରେ ସେହି ଅଞ୍ଚଳରେ ବାଘ ବିଚରଣ କରୁଥିବା ବେଳେ ବନ ବିଭାଗର ଟ୍ରାପ କ୍ୟାମେରାରେ କଏଦ୍‌ ହେବାପରେ ତାହା ମହାବଳବାଘ ଏବଂ ମହାରାଷ୍ଟ୍ରରୁ ଆସିଥିବା ସ୍ବଷ୍ଟ କରିଥିଲା। ସେହି ମହାବଳ ଟି ପୁଣି ଗୋରୁକୁ ମାରି ଖାଇଥିବା ଅନୁମାନ କରୁଛି ବିଭାଗ । ଅନ୍ୟ ପକ୍ଷରେ ସତର୍କ ରହିବା ସହ ଭୟଭୀତ ନହେବା ପାଇଁ ଅନୁରୋଧ କରିଛି ବନ ବିଭାଗ। ଗାଈ ଗୋରୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଛି।

The post ଗୁହାଳରୁ ଘୋଷାଡ଼ି ନେଇ ଗୋରୁକୁ ଫାଡ଼ି ଖାଇଲା ବାଘ, ପରେ… appeared first on Dharitri Odia News.