ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ

ନ୍ୟୁୟର୍କ,୨୬ା୯:ଗଜା ଷ୍ଟ୍ରିପ୍‌ ଉପରେ ପ୍ରାୟ ବର୍ଷେ ହେବ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଏଥିପାଇଁ ବିଶ୍ୱ ସମୁଦାୟକୁ ଦାୟୀ କରିଛନ୍ତି। ଏକ ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସେଠାକାର ଲୋକଙ୍କ ବିରୋଧରେ ‘ଗଣହତ୍ୟା ଯୁଦ୍ଧ’ ଚଳାଇବା ନିନ୍ଦନୀୟ ବୋଲି ପାଲେଷ୍ଟାଇନ୍‌ ନେତା ମହମୁଦ୍‌ ଅବ୍ବାସ କହିଛନ୍ତି। ପ୍ରକାଶଯୋଗ୍ୟ, ୨୦୦୭ରେ ହମାସ୍‌ ଅବ୍ବାସଙ୍କ କ୍ଷମତା ଛଡ଼ାଇନେବା ପରଠାରୁ ଗାଜାରେ ତାଙ୍କ ପ୍ରଭାବ ସୀମିତ ହୋଇଯାଇଛି। ୨୦୨୩ ଅକ୍ଟୋବର […] The post ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ appeared first on Dharitri Odia News.

ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ

ନ୍ୟୁୟର୍କ,୨୬ା୯:ଗଜା ଷ୍ଟ୍ରିପ୍‌ ଉପରେ ପ୍ରାୟ ବର୍ଷେ ହେବ ଇସ୍ରାଏଲ୍‌ ଆକ୍ରମଣ ଜାରି ରଖିଥିବାବେଳେ ଗୁରୁବାର ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ)ରେ ପାଲେଷ୍ଟିନୀୟ କର୍ତ୍ତୃପକ୍ଷ ଏଥିପାଇଁ ବିଶ୍ୱ ସମୁଦାୟକୁ ଦାୟୀ କରିଛନ୍ତି। ଏକ ସ୍ଥାନକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରି ସେଠାକାର ଲୋକଙ୍କ ବିରୋଧରେ ‘ଗଣହତ୍ୟା ଯୁଦ୍ଧ’ ଚଳାଇବା ନିନ୍ଦନୀୟ ବୋଲି ପାଲେଷ୍ଟାଇନ୍‌ ନେତା ମହମୁଦ୍‌ ଅବ୍ବାସ କହିଛନ୍ତି। ପ୍ରକାଶଯୋଗ୍ୟ, ୨୦୦୭ରେ ହମାସ୍‌ ଅବ୍ବାସଙ୍କ କ୍ଷମତା ଛଡ଼ାଇନେବା ପରଠାରୁ ଗାଜାରେ ତାଙ୍କ ପ୍ରଭାବ ସୀମିତ ହୋଇଯାଇଛି। ୨୦୨୩ ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ୍‌ ଉପରେ ଅତିର୍କିତ ଆକ୍ରମଣ କରିବା ପରଠୁ ଇସ୍ରାଏଲୀ ସୈନ୍ୟ ଗାଜାରେ ଯୁଦ୍ଧ ଚଳାଇଛନ୍ତି। ଇତିମଧ୍ୟରେ ହମାସ୍‌ର ସହଯୋଗୀ ହେଜ୍‌ବୁଲ୍ଲାକୁ ମଧ୍ୟ ଇସ୍ରାଏଲ୍‌ ଟାର୍ଗେଟ କରିଆସିଛି। ବିଶେଷକରି ସରିଏଲ୍‌ ପେଜର ବିସ୍ଫୋରଣ ପରେ ହେଜ୍‌ବୋଲ୍ଲା ଫାଇଟର୍ସ ଓ ଇସ୍ରାଏଲୀ ସୈନ୍ୟ ମୁହଁାମୁହଁି ହୋଇଛନ୍ତି। ତେଲ୍‌ଆଭିଭ୍‌ ଲେବାନନ୍‌ରେ ଥିବା ଏହି ଆତଙ୍କବାଦୀ ସଙ୍ଗଠନର ଆଡ୍ଡାଗୁଡ଼ିକୁ ଆକାଶମାର୍ଗରୁ ଟାର୍ଗେଟ କରୁଛି। ଉଭୟ ଲେବାନନ୍‌ ଓ ଗାଜାରେ ୨୧ ଦିନ ପାଇଁ ଅସ୍ତ୍ରବିରତି କରିବାକୁ ଆମେରିକା ଓ ଏହାର ସହଯୋଗୀ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏହାକୁ ଅଣଦେଖା କରିବା ସହ ଆକ୍ରମଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ଗାଜାରେ ଯାହା ଘଟୁଛି ବିଶ୍ୱ ଦାୟୀ appeared first on Dharitri Odia News.