‘ପୁଷ୍ପା ୨’ ସୁଟିଂ ସେଟରୁ ଲିକ୍ ହେଲା ଅଲୁ ଅର୍ଜୁନଙ୍କ ଲୁକ୍
ମୁମ୍ବାଇ: ଅଭିନେତା ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ଆଜିକାଲି ସାଉଥ ସୁପରଷ୍ଟାର ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟିଜର ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଗୀତ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ, କିନ୍ତୁ ଏହାପୂର୍ବରୁ ସେଟରୁ ତାଙ୍କର ଏକ ଫଟୋ ଲିକ୍ ହୋଇଛି। ‘ପୁଷ୍ପା ୨’ର ସେଟରୁ ଲିକ୍ ହୋଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ‘ପୁଷ୍ପା […] The post ‘ପୁଷ୍ପା ୨’ ସୁଟିଂ ସେଟରୁ ଲିକ୍ ହେଲା ଅଲୁ ଅର୍ଜୁନଙ୍କ ଲୁକ୍ appeared first on Dharitri Odia News.
ମୁମ୍ବାଇ: ଅଭିନେତା ଅଲୁ ଅର୍ଜୁନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ପୁଷ୍ପା ୨’ ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି। ଆଜିକାଲି ସାଉଥ ସୁପରଷ୍ଟାର ତାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟିଜର ସାମ୍ନାକୁ ଆସିନାହିଁ କିମ୍ବା କୌଣସି ଗୀତ ପର୍ଯ୍ୟନ୍ତ ରିଲିଜ ହୋଇନାହିଁ, କିନ୍ତୁ ଏହାପୂର୍ବରୁ ସେଟରୁ ତାଙ୍କର ଏକ ଫଟୋ ଲିକ୍ ହୋଇଛି। ‘ପୁଷ୍ପା ୨’ର ସେଟରୁ ଲିକ୍ ହୋଇଥିବା ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
‘ପୁଷ୍ପା ୨’ର ସେଟରୁ ଲିକ ହୋଇଥିବା ଏହି ଭାଇରାଲ ଫଟୋରେ ଅଭିନେତାଙ୍କୁ ଗଙ୍ଗାମା ଥଲି ଅବତାରରେ ଦେଖିବାକୁ ମିଳିବ। ଏହା ହେଉଛି ସମାନ ଲୁକ ଯାହା ଫିଲ୍ମର ପ୍ରଥମ ଲୁକ ପୋଷ୍ଟରରେ ମଧ୍ୟ ଶେୟାର କରାଯାଇଥିଲା। ଏହି ଫଟୋରେ ସୁପରଷ୍ଟାର ନୀଳ ରଙ୍ଗର ବନାରସୀ ଶାଢି ପିନ୍ଧି ଏକ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଲିକ ହୋଇଥିବା ଫଟୋକୁ ପ୍ରଶଂସକମାନେ ପ୍ରତିକ୍ରିୟା ଦେଉଛନ୍ତି।
The post ‘ପୁଷ୍ପା ୨’ ସୁଟିଂ ସେଟରୁ ଲିକ୍ ହେଲା ଅଲୁ ଅର୍ଜୁନଙ୍କ ଲୁକ୍ appeared first on Dharitri Odia News.