‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ…
ନୂଆଦିଲ୍ଲୀ,୩୦।୧୨:ଭାରତୀୟ ଟିମ୍ର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବେ କ୍ରିକେଟ ବିଶେଷଜ୍ଞଙ୍କ ସମେତ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି। ମେଲବୋର୍ନ ଟେଷ୍ଟ ମୁକାବିଲାରେ କୋହଲି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦଳର ଆବଶ୍ୟକତା ସମୟରେ ମଧ୍ୟ ସେ ବିଫଳ ରହିଥିଲେ। ଏବେ ତାଙ୍କୁ ନେଇ ଅଷ୍ଟ୍ରେଲିୟ ଭେଟେରାନ ବଡ଼ ବୟାନ ଦେଇ କହିଛନ୍ତି ଯେ କିଙ୍ଗ ଏବେ ମରିଯାଇଛି। ଏଥିପାଇଁ ଅଷ୍ଟ୍ରେଲିଆ ବେଶ ଖୁସି ଅଛି। କୋହଲି ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ୩୬ ଏବଂ ଦ୍ୱିତୀୟରେ ୫ ରନ୍ […] The post ‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ… appeared first on Dharitri Odia News.
ନୂଆଦିଲ୍ଲୀ,୩୦।୧୨:ଭାରତୀୟ ଟିମ୍ର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏବେ କ୍ରିକେଟ ବିଶେଷଜ୍ଞଙ୍କ ସମେତ ପ୍ରଶଂସକଙ୍କ ଟାର୍ଗେଟରେ ଅଛନ୍ତି। ମେଲବୋର୍ନ ଟେଷ୍ଟ ମୁକାବିଲାରେ କୋହଲି ବ୍ୟାଟିଂରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦଳର ଆବଶ୍ୟକତା ସମୟରେ ମଧ୍ୟ ସେ ବିଫଳ ରହିଥିଲେ। ଏବେ ତାଙ୍କୁ ନେଇ ଅଷ୍ଟ୍ରେଲିୟ ଭେଟେରାନ ବଡ଼ ବୟାନ ଦେଇ କହିଛନ୍ତି ଯେ କିଙ୍ଗ ଏବେ ମରିଯାଇଛି। ଏଥିପାଇଁ ଅଷ୍ଟ୍ରେଲିଆ ବେଶ ଖୁସି ଅଛି।
କୋହଲି ମେଲବୋର୍ନ ଟେଷ୍ଟର ପ୍ରଥମ ଇନିଂସରେ ୩୬ ଏବଂ ଦ୍ୱିତୀୟରେ ୫ ରନ୍ କରିଥିଲେ। ସେ ଉଇକେଟ ହରାଇ ପ୍ୟାଭିଲିୟନ ଫେରୁଥିବା ବେଳେ ସାଇମନ କଟିଚ୍ କମେଣ୍ଟ୍ରି କରୁଥିଲେ। ସେ କୋହଲିଙ୍କ ଉଦ୍ଦେଶ୍ୟରେ ରହିଥିଲେ ଯେ କିଙ୍ଗ ମରି ଯାଇଛି। ତାଙ୍କୁ ବଡ଼ ଇନିଂସ ଖେଳିବାର ଥିଲା। ହେଲେ ସେ ତାହା କରିପାରିନାହାନ୍ତି। ଅଷ୍ଟ୍ରେଲିଆ ଏବେ ନିଜକୁ ଯେଉଁ ସ୍ଥିତିରେ ଦେଖୁଛି ସେ ବହୁତ ଖୁସି ଅଛି ବୋଲି ସେ କହିଥିଲେ।
କୋହଲି ଏହି ସିରିଜର ୪ ମ୍ୟାଚ୍ର ୭ ଇନିଂସ ଖେଳିଛନ୍ତି। ଏଥିରେ ସେ ୧୬୭ ରନ୍ କରିଛନ୍ତି, ଯେଉଁଥିରେ ଏକ ଶତକ ସାମିଲ ଅଛି। ପର୍ଥ ଟେଷ୍ଟ ମ୍ୟାଚ୍ରେ ଶତକ ବ୍ୟତିତ କୋହଲି ଅଧିକାଂଶ ସମୟ ସଂଘର୍ଷ କରୁଥିବା ନଜର ଆସିଛନ୍ତି। କାରଣ ବାକି ୬ ଇନିଂସରେ ସେ ମାତ୍ର ୬୭ ରନ କରିଛନ୍ତି। ସେ ଏହି ସିରିଜ ପୂର୍ବରୁ ମ୍ୟାଚ୍ରେ ଏଯାବତ ୫,୧୦୦*,୭,୧୧,୩,୩୬,୫ ରନ୍ର ଇନିଂସ ଖେଳିଛନ୍ତି।
ଏସବୁ ମଧ୍ୟରେ ଭାରତର ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ କୋହଲିଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ଆଉ ୩-୪ ବର୍ଷ ଖେଳିବେ ବୋଲି ସେ କହିଛନ୍ତି।
The post ‘ମରିଯାଇଛି କିଙ୍ଗ, ବହୁତ-ବହୁତ ଖୁସି ଅଛି ଅଷ୍ଟ୍ରେଲିଆ…’ ଭାରତର ପରାଜୟ ପରେ ବଡ଼ ବୟାନ ଦେଲେ… appeared first on Dharitri Odia News.