‘ଫ୍ରେଣ୍ଡସିପ୍ ଡେ’ରେ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ, ଜାଣନ୍ତୁ କହିଛି କ’ଣ?
ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ଇରାନରୁ ଆରମ୍ଭ କରି ଲେବାନନ ପର୍ଯ୍ୟନ୍ତ ସମଗ୍ର ମଧ୍ୟ-ପୂର୍ବ ଏସିଆରେ ଭୀଷଣ ଉତ୍ତେଜନା ଦେଖା ଦେଇଛି। କିଛି ଦିନ ପୂର୍ବରୁ ହମାସ ମୁଖ୍ୟ ଇସ୍ମାଇଲ ହନିୟେହ ହତ୍ୟା ଇସ୍ରାଏଲ ଓ ଇରାନ ମଧ୍ୟରେ ସିଧାଶଳଖ ଯୁଦ୍ଧ ବିପଦକୁ ବଢେଇ ଦେଇଛି। ଏଥିରୁ ଦୁଇ ଦେଶଙ୍କ ମଧ୍ୟରେ କୌଣସି ସମୟରେ ବି ଯୁଦ୍ଧ ଲାଗିବାର ଆଶଙ୍କା କରାଯାଉଛି। ଏହି ଜଟିଳ ପରିସ୍ଥିତିରେ ଇସ୍ରାଏଲ ନିଜର ବନ୍ଧୁ ଭାରତକୁ ଫ୍ରେଣ୍ଡସିପ୍ ଡେରେ ଫିଲ୍ମ ଅନ୍ଦାଜରେ ଶୁଭେଚ୍ଛା ଜଣାଇ ସମସ୍ତଙ୍କୁ ଚମକାଇ ଦେଇଛି। ଇସ୍ରାଏଲ ଦୂତାବାସ ଇସ୍ରାଏଲ ଓ ଭାରତର ଜାତୀୟ ପତାକା ସହିତ ଦୁଇ ଦେଶର ବନ୍ଧୁତ୍ୱ ଦର୍ଶାଉଥିବା ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ସେୟାର କରିଛି ଓ ଏଥିରେ ଲେଖିଛି ‘ତେରେ ଜୈସା ୟାର କାହାଁ....କାହଁ ୟୈସେ ୟାରାନା..’। ପୋଷ୍ଟରେ ଇସ୍ରାଏଲ ‘ପ୍ରିୟ ମିତ୍ର ଭାରତ ତୁମକୁ ଫ୍ରେଣ୍ଡସିପ ଡେ’ର ହାର୍ଦ୍ଦିକ ବଧେଇ’ ବୋଲି ଉଲ୍ଲେଖ କରିଛି। ଇସ୍ରାଏଲର ଏହି ଫ୍ରେଣ୍ଡସିପ୍ ଡେ ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ପୋଷ୍ଟ ଭାରତ ସ୍ଥିତ ଇସ୍ରାଏଲ ଦୂତାବାସ ପକ୍ଷରୁ ଅପଲୋଡ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଓ ନେତନ୍ୟାହୁ ଭଲ ବନ୍ଧୁ????तेरे जैसा यार कहाँ, कहाँ ऐसा याराना ????Wishing our dear friend, India, a very Happy #FriendshipDay! ????????????????????May our ever-stren
ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁ ଇରାନରୁ ଆରମ୍ଭ କରି ଲେବାନନ ପର୍ଯ୍ୟନ୍ତ ସମଗ୍ର ମଧ୍ୟ-ପୂର୍ବ ଏସିଆରେ ଭୀଷଣ ଉତ୍ତେଜନା ଦେଖା ଦେଇଛି। କିଛି ଦିନ ପୂର୍ବରୁ ହମାସ ମୁଖ୍ୟ ଇସ୍ମାଇଲ ହନିୟେହ ହତ୍ୟା ଇସ୍ରାଏଲ ଓ ଇରାନ ମଧ୍ୟରେ ସିଧାଶଳଖ ଯୁଦ୍ଧ ବିପଦକୁ ବଢେଇ ଦେଇଛି। ଏଥିରୁ ଦୁଇ ଦେଶଙ୍କ ମଧ୍ୟରେ କୌଣସି ସମୟରେ ବି ଯୁଦ୍ଧ ଲାଗିବାର ଆଶଙ୍କା କରାଯାଉଛି। ଏହି ଜଟିଳ ପରିସ୍ଥିତିରେ ଇସ୍ରାଏଲ ନିଜର ବନ୍ଧୁ ଭାରତକୁ ଫ୍ରେଣ୍ଡସିପ୍ ଡେରେ ଫିଲ୍ମ ଅନ୍ଦାଜରେ ଶୁଭେଚ୍ଛା ଜଣାଇ ସମସ୍ତଙ୍କୁ ଚମକାଇ ଦେଇଛି।
ଇସ୍ରାଏଲ ଦୂତାବାସ ଇସ୍ରାଏଲ ଓ ଭାରତର ଜାତୀୟ ପତାକା ସହିତ ଦୁଇ ଦେଶର ବନ୍ଧୁତ୍ୱ ଦର୍ଶାଉଥିବା ଏକ ଗ୍ରାଫିକ୍ସ ସୋସିଆଲ ମିଡିଆରେ ସେୟାର କରିଛି ଓ ଏଥିରେ ଲେଖିଛି ‘ତେରେ ଜୈସା ୟାର କାହାଁ....କାହଁ ୟୈସେ ୟାରାନା..’। ପୋଷ୍ଟରେ ଇସ୍ରାଏଲ ‘ପ୍ରିୟ ମିତ୍ର ଭାରତ ତୁମକୁ ଫ୍ରେଣ୍ଡସିପ ଡେ’ର ହାର୍ଦ୍ଦିକ ବଧେଇ’ ବୋଲି ଉଲ୍ଲେଖ କରିଛି। ଇସ୍ରାଏଲର ଏହି ଫ୍ରେଣ୍ଡସିପ୍ ଡେ ବାର୍ତ୍ତା ଏବେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହି ପୋଷ୍ଟ ଭାରତ ସ୍ଥିତ ଇସ୍ରାଏଲ ଦୂତାବାସ ପକ୍ଷରୁ ଅପଲୋଡ କରାଯାଇଛି।
ପ୍ରଧାନମନ୍ତ୍ରୀ ମୋଦି ଓ ନେତନ୍ୟାହୁ ଭଲ ବନ୍ଧୁ
????तेरे जैसा यार कहाँ, कहाँ ऐसा याराना ????
Wishing our dear friend, India, a very Happy #FriendshipDay! ????????????????????
May our ever-strengthening friendship & #GrowingPartnership touch greater heights.#FriendshipDay2024 pic.twitter.com/1OfnXsxweh— Israel in India (@IsraelinIndia) August 4, 2024
ଇସ୍ରାଏଲ ଓ ଭାରତର ଏପରି ମଜଭୁତ ବନ୍ଧୁତ୍ୱର କାରଣ ପ୍ରଧାନମନ୍ତ୍ରୀ ମୋଦି ଓ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ବନ୍ଧୁତ୍ୱ। ଦୁଇ ନେତାଙ୍କ ମଧ୍ୟରେ ମଜଭୁତ ବନ୍ଧୁତ୍ୱ ରହିଛି। ଏହାର ପ୍ରମାଣ ହେଉଛି ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ ପ୍ରଥମେ ରକେଟ ଆକ୍ରମଣ ସହିତ ୧୨୫୦ ଇସ୍ରାଏଲୀ ନାଗରିକଙ୍କୁ ହତ୍ୟା କରାଗଲା ଭାରତ ହିଁ ପ୍ରଥମ ଦେଶ ଯିଏ ଏହି ଆତଙ୍କ କୃତ୍ୟୁକୁ ନିନ୍ଦା କରିଥିଲା। କେବଳ ଏତିକି ନୁହେଁ ଏହି ଜଟିଳ ସମୟରେ ଇସ୍ରାଏଲ ସହିତ ଛିଡା ହେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲା।
ସେବେଠାରୁ ଭାରତ ଓ ଇସ୍ରାଏଲ ବନ୍ଧୁତ୍ୱ ଆହୁରି ମଜଭୁତ ହୋଇଥିଲା। କେବଳ ଇସ୍ରାଏଲ ନୁହେଁ ଭାରତର ସମ୍ପର୍କ ଫିଲପାଇନ୍ସ ଓ ଇରାନ ସହିତ ମଧ୍ୟ ଭଲ। ଏଣୁ ଉପୁଜିବାକୁ ଥିବା ପରିସ୍ଥିତିରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିପାରେ ବୋଲି ଏବେ ଅନୁମାନ କରାଯାଉଛି।