ଅଭୟାକୁ ମିଳିଲା ନ୍ୟାୟ: ଦଣ୍ଡ ପାଇଲା ସୈତାନ ସଞ୍ଜୟ, ଏମିତି ଥିଲା କୋଲକାତା ଘଟଣାର ପୂରା କାହାଣୀ

କନକ ବ୍ୟୁରୋ : ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ । ଅଭିଯୁକ୍ତ ସଞ୍ଜୟକୁ ଆଜୀବନ ଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି କୋର୍ଟ। ଏହି ମାମଲାରେ ପୀଡ଼ିତା ଡାକ୍ତରଙ୍କ ପରିବାର ଓ ସିବିଆଇ ଫାଶୀ ଦଣ୍ଡାଦେଶ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ଫାଶୀ ବଦଳରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ତେବେ କେମିତି ଥିଲା ଏହି ଘଟଣା, କଣ ଘଟିଥିଲା ସେଦିନ ସେହି କାଳ ରାତିରେ- ମୁହଁରୁ ପାଦ ଚାରିଆଡେ କ୍ଷତ ଚିହ୍ନ, ଯୌନାଙ୍ଗରୁ ରକ୍ତ ବାହାରୁଥିଲା । ଗାଲ, ଓଠରେ କାମୁଡିବାର ଚିହ୍ନ । ସେ ଘଟଣା ଦେଖିଲେ ଆପଣଙ୍କ ଦେହ ବି ଥରି ଉଠିବ । ଆଉ ଲୋମ ଟାଙ୍କୁରି ଉଠିବ । ସତରେ ଜଣେ ଏମିତି କେମିତି କରିପାରିବ? ପୋଷ୍ଟମର୍ଟମ ପରେ ଡାକ୍ତର ବି ଚମକି ପଡିଥିଲେ ପିଡିତାଙ୍କ ଅବସ୍ଥା ଦେଖି । ମୁହଁରେ କପଡା ପୂରାଇ ପୀଡିତାଙ୍କ ସହ ହୋଇଥିଲା ଦୁଷ୍କର୍ମ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ୱାର ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ସେ ଲଢିଥିଲେ, ବଞ୍ଚିବାକୁ ଅନେକ ଚେଷ୍ଟା କରିଥିଲେ ହେଲେ ସେ ସଫଳ ହୋଇପାରିନଥିଲେ । ଆଉ ଶେଷରେ ହାରିଯାଇଥିଲେ । ପୀଡିତାଙ

ଅଭୟାକୁ ମିଳିଲା ନ୍ୟାୟ: ଦଣ୍ଡ ପାଇଲା ସୈତାନ ସଞ୍ଜୟ, ଏମିତି ଥିଲା କୋଲକାତା ଘଟଣାର ପୂରା କାହାଣୀ

କନକ ବ୍ୟୁରୋ : ବହୁଚର୍ଚ୍ଚିତ କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନିଂ ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡାଦେଶ । ଦଣ୍ଡାଦେଶ ଶୁଣାଇଛନ୍ତି ସିଆଲଦା କୋର୍ଟ । ଅଭିଯୁକ୍ତ ସଞ୍ଜୟକୁ ଆଜୀବନ ଦଣ୍ଡାଦେଶ ସହ ୫୦ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି କୋର୍ଟ। ଏହି ମାମଲାରେ ପୀଡ଼ିତା ଡାକ୍ତରଙ୍କ ପରିବାର ଓ ସିବିଆଇ ଫାଶୀ ଦଣ୍ଡାଦେଶ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ଫାଶୀ ବଦଳରେ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। 

ତେବେ କେମିତି ଥିଲା ଏହି ଘଟଣା, କଣ ଘଟିଥିଲା ସେଦିନ ସେହି କାଳ ରାତିରେ- 
ମୁହଁରୁ ପାଦ ଚାରିଆଡେ କ୍ଷତ ଚିହ୍ନ, ଯୌନାଙ୍ଗରୁ ରକ୍ତ ବାହାରୁଥିଲା । ଗାଲ, ଓଠରେ କାମୁଡିବାର ଚିହ୍ନ । ସେ ଘଟଣା ଦେଖିଲେ ଆପଣଙ୍କ ଦେହ ବି ଥରି ଉଠିବ । ଆଉ ଲୋମ ଟାଙ୍କୁରି ଉଠିବ । ସତରେ ଜଣେ ଏମିତି କେମିତି କରିପାରିବ? ପୋଷ୍ଟମର୍ଟମ ପରେ ଡାକ୍ତର ବି ଚମକି ପଡିଥିଲେ ପିଡିତାଙ୍କ ଅବସ୍ଥା ଦେଖି । ମୁହଁରେ କପଡା ପୂରାଇ ପୀଡିତାଙ୍କ ସହ ହୋଇଥିଲା ଦୁଷ୍କର୍ମ । ଥରେ ନୁହେଁ କି ଦୁଇ ଥର ନୁହେଁ ବାରମ୍ୱାର ତାଙ୍କୁ ଦୁଷ୍କର୍ମ କରାଯାଇଥିଲା । ସେ ଲଢିଥିଲେ, ବଞ୍ଚିବାକୁ ଅନେକ ଚେଷ୍ଟା କରିଥିଲେ ହେଲେ ସେ ସଫଳ ହୋଇପାରିନଥିଲେ । ଆଉ ଶେଷରେ ହାରିଯାଇଥିଲେ । ପୀଡିତାଙ୍କ ମୃତଦେହକୁ ଯିଏ ବି ଦେଖିଲା ସେ କାନ୍ଦିଥିଲା । 

ଏ ହୃଦୟ ବିଦାରକ ଘଟଣା ହେଉଛି ପଶ୍ଚିମବଙ୍ଗ କୋଲକାତାରେ ଥିବା ସରକାରୀ ହସ୍ପିଟାଲରେ କାମ କରୁଥିବା ଜଣେ ଟ୍ରେନି ଡାକ୍ତରଙ୍କର । ସବୁଦିନ ପରି ସେଦିନ ବି ଅଭୟା ନାଇଟ ସିଫ୍ଟରେ ଥିଲେ । କାମ ସାରି ଟିକେ ଆରାମ କରିବାକୁ ସେ ସେମିନାର ହଲକୁ ଯାଇଥିଲେ । ହେଲେ ସେ ଜାଣିନଥିଲେ ସେ କେବେ ବି ଆଉ ହଲରୁ ବାହାରକୁ ବାହାରି ପାରିବେନି । କାରଣ ହଲରେ ଥିଲା ତାଙ୍କ ମୃତ୍ୟୁ । ଅଭୟାଙ୍କୁ ସେମିନାର ହଲରେ ଦେଖି ଅଭିଯୁକ୍ତ ସଞ୍ଜୟ ସିଂଙ୍କ ପାଲଟିଯାଇଥିଲା ପିଶାଚ । ଆଉ ଅଭୟାଙ୍କ ଶରୀରକୁ ରାକ୍ଷସ ଭଳି ଝୁଣି ଖାଇଥିଲା । ଅପରାଧ ଘଟାଇବା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ । ଆଉ ସକାଳୁ ପୀଡିତାଙ୍କ ରକ୍ତାକ୍ତ ଶରୀର ଦେଖି ସାରା କୋଲକାତା କାନ୍ଦି ପକାଇଥିଲା । ଏହି ଘଟଣାରେ କୋଲକାତା ପୋଲିସ ଅଭିଯୁକ୍ତ ସଞ୍ଜୟ ରାୟଙ୍କୁ ଗିରଫ କରିଥିଲା ।

ଟ୍ରେନି ଡାକ୍ତରଙ୍କ ସହ ହୋଇଥିବା ଏହି ଘଟଣା ପରେ ସାରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା । ପୀଡିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ଡାକ୍ତର ସଂଘ । କେବଳ ପଶ୍ଚିମବଙ୍ଗ ନୁହେଁ ସାରା ଦେଶରେ ନ୍ୟାୟର ସ୍ବର ତିବ୍ର ହୋଇଥିଲା । ଏହି ଘଟଣାରେ କେବଳ ସଞ୍ଜୟ ସିଂ ନୁହେଁ ବରଂ କଲେଜର ପୂର୍ବତନ ପ୍ରିନ୍ସପାଲ ସନ୍ଦିପ ଘୋଷଙ୍କ ସହ ଅନ୍ୟ ୩ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା । 

ଏବେ ଏହି ଘଟଣାରେ କେବଳ ସଞ୍ଜୟ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆଉ ନ୍ୟାୟ ପାଇଛି ଅଭୟା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କୋର୍ଟ ଏହାକୁ ସାଧାରଣ ଘଟଣା କହିନଥିଲେ ବି ଏହାକୁ ବିରଳରୁ ଅତି ବିରଳତମ ଘଟଣା ମଧ୍ୟ କହିନାହାନ୍ତି। ଜାନୁଆରୀ ୧୮ ତାରିଖରେ ସିଆଲଦା କୋର୍ଟ ସଞ୍ଜୟ ରୟକୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦଣ୍ଡାଦେଶ ଶୁଣାଣି ବେଳେ ଜଜଙ୍କ ଆଗରେ ନେହୁରା ହୋଇଥିଲା ସଂଜୟ। କୋର୍ଟଙ୍କ ଆଗରେ କହିଥିଲା ଯେ ସେ ଦୋଷୀ ନୁହେଁ। ସେ କିଛି ବି ଦୋଷ କରିନାହାନ୍ତି। ତାକୁ ଫସାଇ ଦିଆଯାଇଛି। ଦୋଷ ସ୍ବୀକାର କରିବାକୁ ତା’ ଉପରେ ଚାପ ପକାଯାଇଥିବା କହିଛି ସଂଜୟ।

ତେବେ ଏହି ଘଟଣାରେ କେବଳ ସଞ୍ଜୟ ଦୋଷୀ ନା ଆଉ କାହାର ସମ୍ପୃକ୍ତି ଅଛି? ଯଦି ସଞ୍ଜୟ କହୁଥିବା କଥା ସତ ତେବେ ଅନ୍ୟ ଦୋଷୀଙ୍କୁ ବି ଖୋଜି ଦଣ୍ଡ ଦେବା ନିହାତି ଆବଶ୍ୟକ । 

ନିର୍ଭୟାକୁ ମିଳିଲା ନ୍ୟାୟ ଅଭୟାକୁ ବି ନ୍ୟାୟ । ହେଲେ ଏମିତି ଆଉ କେତେ ଦିନ? ଜଣେ ନାରୀ କେବେ ନିଜକୁ ସୁରକ୍ଷିତ ମନେକରିବ ? ଏ ସଭ୍ୟ ସମାଜରେ ମୁଖାଧାରୀ ପିଶାଚ କେବେ ଦଣ୍ଡ ପାଇବେ? ଦୀର୍ଘ ୧୨ ବର୍ଷ ପୂର୍ବେ ଯେମିତି ନିର୍ଭୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା ଠିକ ସେମିତି ଅଭୟା ଘଟଣା ବି ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଆଶା କରୁଛୁ ଆଉ ଏମିତି କିଛି ଘଟଣା ନଘଟୁ, କି ଆମ କଲମ ଏଭଳି ଖବର ନଲେଖୁ ।