୧୦ ହଜାରରୁ ଅଧିକ ଫ୍ରେଶର୍‌ଙ୍କୁ ଚାକିରି ଦେବ HCL

ଦେଶର ଏହି ବଡ ଆଇଟି କମ୍ପାନୀ HCL ଟେକ୍ ଏହାର ଚତୁର୍ଥ ତ୍ରୟ ମାସିକ ଫଳାଫଳ ପ୍ରକାଶ କରିବାବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଚାକିରି ଯୋଗାଇବାକୁ ଯୋଜନା କରୁଥିବା କହିଛି।

୧୦ ହଜାରରୁ ଅଧିକ ଫ୍ରେଶର୍‌ଙ୍କୁ ଚାକିରି ଦେବ HCL

ଚାକିରି ଖୋଜୁଥିବା ଫ୍ରେଶର୍ସମାନେ ଶୀଘ୍ୟ ଅପଡେଟ୍‌ କରିନିଅନ୍ତୁ ରିଜ୍ୟୁମ୍‌। ଚାକିରି ସୁଯୋଗ ଆଣିଛି ଏଚ୍‌ସିଏଲ୍‌। ଦେଶର ଏହି ଅଗ୍ରଣୀ ଆଇଟି କମ୍ପାନୀ ୧୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଚାକିରି ଯୋଗାଇବାକୁ ଘୋଷଣା କରିଛି।

ଦେଶର ଏହି ବଡ ଆଇଟି କମ୍ପାନୀ HCL ଟେକ୍ ଏହାର ଚତୁର୍ଥ ତ୍ରୟ ମାସିକ ଫଳାଫଳ ପ୍ରକାଶ କରିବାବେଳେ ଆସନ୍ତା ଏକ ବର୍ଷ ମଧ୍ୟରେ ୧୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଚାକିରି ଯୋଗାଇବାକୁ ଯୋଜନା କରୁଥିବା କହିଛି। ଆଇଟି କମ୍ପାନୀ କହିଛି ଯେ, ଯେପରି ସେମାନେ ଗତ ଆର୍ଥିକ ବର୍ଷରେ ଫ୍ରେଶର୍ସମାନଙ୍କୁ ଚାକିରି ଯୋଗାଇ ଥିଲେ, ଠିକ୍‌ ସେହିଭଳି ସେମାନେ ଆଗାମୀ ବର୍ଷରେ ମଧ୍ୟ ଫ୍ରେଶର୍ସମାନଙ୍କୁ ଚାକିରି ଯୋଗାଇବା ଜାରି ରଖିବେ।

HCL ଟେକ୍‌ର ମୁଖ୍ୟ ଲକୋ ଅଧିକାରୀ ରାମଚନ୍ଦ୍ରନ୍‌ ସୁନ୍ଦରରାଜନଙ୍କ କହିବା ମୁତାବକ, FY 2024 ରେ କମ୍ପାନୀ ପ୍ରାୟ ୧୫,୦୦୦ ଫ୍ରେସରଙ୍କୁ ନିଯୁକ୍ତି ଲକ୍ଷ୍ୟ ରଖିଥିଲା। ଗତ ବର୍ଷରେ କମ୍ପାନୀ ପ୍ରାୟ ୧୨ ହଜାର ଫ୍ରେଶର୍ସଙ୍କୁ ଚାକିରି ଦେଇଥିଲା। ବର୍ଷସାରା ଆମର ଅସ୍ଥିରତାକୁ ଦୃଷ୍ଟିରେ ରଖି ଆମକୁ ଆମର ନୂଆ ରିକ୍ରୁଟମେଣ୍ଟକୁ ପୁଣି ଥରେ ବ୍ୟବସ୍ଥିତ କରିବାକୁ ପଡିଲା।

ଗତ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟ ମାସିକରେ ମୋଟ ଫ୍ରେଶର୍ ସଂଖ୍ୟା ୩,୦୯୬ ଥିଲା। ସମଗ୍ର ଆର୍ଥିକ ବର୍ଷରେ, HCLTech ୧୨,୧୪୧ ଫ୍ରେଶର୍ଙ୍କୁ ନିଯୁକ୍ତ ଦେଇଥିଲା। ଏହି ପ୍ରକାରେ ଚତୁର୍ଥ ତ୍ରୟ ମାସିକାରେ କମ୍ପାନୀର ମୋଟ କର୍ମଚାରୀଙ୍କ ସଂଖ୍ୟା ଥିଲା ୨୨୭୪୮୧।

ଆଗାମୀ ବର୍ଷ ଗୁଡିକରେ ମଧ୍ୟରେ ଏହି ଭଳି ନିଯୁକ୍ତି ହେବ ବୋଲି ଆମର ଆଶା ରହିଛି। କମ୍ପାନୀ ୧୦,୦୦୦ ରୁ ଅଧିକ ଫ୍ରେଶର୍ସଙ୍କୁ ଚାକିରି ଦେବାକୁ ଯୋଜନା କରୁଛି। ଏହା ମାଧ୍ୟମରେ ସେ ତାଙ୍କ କ୍ୟାମ୍ପସ କାର୍ଯ୍ୟକ୍ରମ ତଥା ନୂତନ ନିଯୁକ୍ତି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବେ। ଚାହିଦା ଆଧାରରେ ପ୍ରତି ତ୍ରୟ ମାସରେ ଫ୍ରେଶର୍ ନିଯୁକ୍ତି କାର୍ଯ୍ୟ ଜାରି ରହିବ ବୋଲି ସୁନ୍ଦରରାଜନ୍ କହିଛନ୍ତି।